ETV Bharat / entertainment

ଜେଲରର ହିଟ୍ ଗୀତ 'କାଭାଲା'ରେ ଠୁମ୍‌କା ଲଗାଇଲେ ଜାପାନ ରାଷ୍ଟ୍ରଦୂତ, ଭିଡିଓ ଭାଇରାଲ

ଜାପାନ ରାଷ୍ଟ୍ରଦୂତ ହିରୋସି ସୁଜୁକିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ଜେଲରର ଟ୍ରେଣ୍ଡିଂ ଗୀତ କାଭାଲାରେ ଜଣେ ୟୁଟ୍ୟୁବର୍‌ଙ୍କ ସହ ନାଚୁଥିବା ନଜର ଆସିଛନ୍ତି । ନଜର ପକାନ୍ତୁ ଏହି ଭିଡିଓ ଉପରେ

author img

By

Published : Aug 17, 2023, 5:34 PM IST

ଜେଲରର ହିଟ୍ ଗୀତ 'କାଭାଲା' ରେ ଡ୍ୟାନ୍ସ କଲେ ଜାପାନୀ ଆମ୍ବାସଡର, ଭିଡିଓ ଭାଇରାଲ

ହାଇଦ୍ରାବାଦ: ସାଉଥ୍‌ ମେଗାଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ 'ଜେଲର'ର କ୍ରେଜ୍‌ ସାରା ବିଶ୍ୱରେ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ର ବିଦେଶରେ 400 କୋଟି ରୋଜଗାର କରିଛି । ଅନ୍ୟପକ୍ଷରେ, ଫିଲ୍ମର ଗୀତ 'କାଭଲା' କ୍ରମାଗତ ଟ୍ରେଣ୍ଡିଂରେ ରହିଛି, ଗୀତରେ ଟଲିଉଡ୍‌ ତାରକା ତମନ୍ନା ଭାଟିଆଙ୍କୁ ଏକ ବୋଲ୍ଡ ଲୁକ୍‌ରେ ଦମଦାର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ତାଙ୍କ ଡ୍ୟାନ୍ସ ମୁଭ୍ସ ସହ ଏହି ଗୀତ ଟ୍ରେଣ୍ଡ୍‌ କରିବାରେ ଲାଗିଛି । ବର୍ତ୍ତମାନ ଜାପାନର ଆମ୍ବାସାଡାର ଜେଲରର ଏହି ଗୀତରେ ନାଚୁଥିବାର ନଜର ଆସିଛନ୍ତି ।

ଜାପାନର ରାଷ୍ଟ୍ରଦୂତ ହିରୋସି ସୁଜୁକି ଜଣେ ୟୁଟ୍ୟୁବରଙ୍କ ସହ ଜେଲରର କାଭାଲା ଗୀତ ଷ୍ଟେପ୍‌ରେ ନାଚୁଥିବା ନଜର ଆସିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥି ସହିତ ରାଷ୍ଟ୍ରଦୂତ ହିରୋସି ସୁଜୁକି ଟ୍ୱିଟର ହ୍ୟାଣ୍ଡେଲରେ ନିଜର ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି । ଏବଂ ସେ ଲେଖିଛନ୍ତି, ଜାପାନୀ ୟୁଟ୍ୟୁବରଙ୍କ ମାୟୋ ସାନ୍ ସହ କାଭାଲା ନୃତ୍ୟ ଭିଡିଓ । ରଜନୀକାନ୍ତଙ୍କ ପ୍ରତି ମୋର ଭଲପାଇବା । ଜାପାନର ରାଷ୍ଟ୍ରଦୂତ ବ୍ଲୁ ରଙ୍ଗର ବ୍ଲେଜର ଏବଂ ପ୍ୟାଣ୍ଟ ସହ ପିଙ୍କ-ହ୍ବାଇଟ୍ ଚେକ୍ ସାର୍ଟରେ ନଜର ଆସିଛନ୍ତି । ଏହି ଡ୍ୟାନ୍ସ ସମୟରେ ତାଙ୍କୁ ସୁପରଷ୍ଟାର ରଜନୀକାନ୍ତଙ୍କ ଚଷମା ସିଗନ୍ଚର ଷ୍ଟାଇଲ ମଧ୍ୟ କରୁଥିବା ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଜାପାନୀ ରାଷ୍ଟ୍ରଦୂତଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି । ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, 'ଏହା ଖୁବ ସୁନ୍ଦର।' ଏଥି ସହିତ, ଅନ୍ୟ ଜଣେ ରାଷ୍ଟ୍ରଦୂତ ଏବଂ ୟୁଟ୍ୟୁବରଙ୍କ ନୃତ୍ୟ ତାଳକୁ ପ୍ରଶଂସା କରିଛନ୍ତି । ପୋଷ୍ଟ ସେୟାର ହେବାର 24 ଘଣ୍ଟା ମଧ୍ୟରେ ଏହାକୁ 8 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ସୂଚନା ଥାଉ କି, କାଭାଲା ଗୀତଟି ୟୁଟ୍ୟୁବରେ 100 ମିଲିୟନ୍ ଭ୍ୟୁ ସହିତ ଟ୍ରେଣ୍ଡ୍‌ କରୁଛି ।

​ଏହା ମଧ୍ୟ ପଢନ୍ତୁ: ରଜନୀକାନ୍ତଙ୍କ ଫିଲ୍ମକୁ ମିଳିଲା ବ୍ଲକବ୍ଲଷ୍ଟର ଟ୍ୟାଗ୍, ଫିଲ୍ମର ପ୍ରଶଂସା କଲେ ଫ୍ୟାନ୍ସ

ସେପଟେ ଫିଲ୍ମ ବିଷୟରେ କହିବାକୁ ଗଲେ, ଅଗଷ୍ଟ 10ରେ ରିଲିଜ କରିଥିବା ଏହି ଫିଲ୍ମଟି ଏବେ ରିଲିଜକୁ 7ଦିନ ବିତିଗଲାଣି । ଫିଲ୍ମଟି ଭାରତୀୟ ବକ୍ସ ଅଫିସରେ 7ମ ଦିନରେ 15କୋଟି ଆୟ କରିଥିବା ବେଳେ ଫିଲ୍ମର ମୋଟ ଆୟ 225.65କୁ ବୃଦ୍ଧି ପାଇଛି । ସେପଟେ ବିଶ୍ବ ବକ୍ସ ଅଫିସରେ ଏପର୍ଯ୍ୟନ୍ତ 450 କୋଟି ଟଙ୍କା(ମୋଟ) ସଂଗ୍ରହ କରିଛି । ଏହା ଶୀଘ୍ର 500 କୋଟି ଟଙ୍କା ଅତିକ୍ରମ କରିପାରେ ବୋଲି ଆଶା କରାଯାଉଥିବା କହିଛି ଫିଲ୍ମର ଟିମ୍ । ନେଲସନ ଦିଲ୍ଲୀପ କୁମାରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ରଜନୀକାନ୍ତଙ୍କ ବ୍ୟତୀତ ଜ୍ୟାକି ଶ୍ରଫ, ଶିବ ରାଜକୁମାର, ତମନ୍ନା, ରାମିଆ କୃଷ୍ଣନ, ସୁନୀଲ ଏବଂ ଯୋଗୀ ବାବୁ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.