ETV Bharat / entertainment

RRRରେ JR NTRଙ୍କ ଅଭିନୟକୁ ପ୍ରଶଂସା କଲେ ହଲିଉଡ ନିର୍ଦ୍ଦେଶକ ଜେମ୍ସ ଗୁନ

author img

By

Published : Apr 26, 2023, 2:00 PM IST

RRR ଦେଖି ଅନେକ ହଲିଉଡ୍ ନିର୍ଦ୍ଦେଶକ ଏସ୍ ରାଜାମୌଲିଙ୍କ ଖୁବ ପ୍ରଶଂସା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ହଲିଉଡ ନିର୍ଦ୍ଦେଶକ ଜେମ୍ସ ଗୁନ ଏହି ଓସ୍କାର ବିଜେତା ଫିଲ୍ମର ଅଭିନେତା ଜୁନିଅର ଏନଟିଆରଙ୍କ ଅଭିନୟ ଦେଖି ପ୍ରଶଂସାରେ ପୋତି ପକାଇଛନ୍ତି । ଅଧିକ ପଢନ୍ତୁ

JR NTRଙ୍କ ସହ ଫିଲ୍ମ କରିବେ ହଲିଉଡ ନିର୍ଦ୍ଦେଶକ ଜେମ୍ସ ଗୁନ

ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗା-ବ୍ଲକବଷ୍ଟର ଏବଂ ଓସ୍କାର ବିଜେତା ଫିଲ୍ମ 'ଆରଆରଆର'ର ଏସ୍ ରାଜାମୌଲି ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମରେ ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଏବଂ ରାମଚରଣ ଅଭିନୟ କରିଥିଲେ । ମାର୍ଚ୍ଚ 25, 2022 ରେ ରିଲିଜ କରିଥିବା ଏହି ଫିଲ୍ମ 1150 କୋଟିରୁ ଅଧିକ ଟଙ୍କା ଆୟ କରି ରେକର୍ଡ ସୃଷ୍ଟି କରିଥିଲା । ତେବେ ଏହି ଫିଲ୍ମ କେବଳ ଦେଶରେ ନୁହଁ ସାରା ବିଶ୍ବରେ ସଫଳତା ହାସଲ କରିବା ସହ ବେଶ ଲୋକପ୍ରିୟତା ହାସଲ କରିଥିଲା । ହଲିଉଡର ଭେଟେରାନ ନିର୍ଦ୍ଦେଶକମାନେ ମଧ୍ୟ ଫିଲ୍ମ, ନିର୍ଦ୍ଦେଶକ ଏବଂ ଏହାର ମୁଖ୍ୟ ଅଭିନେତାମାନଙ୍କୁ ପ୍ରଶଂସା କରିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ହଲିଉଡ ଭେଟେରାନ୍ ନିର୍ଦ୍ଦେଶକ ଜେମ୍ସ ଗୁନ୍ ଜୁନିଅର ଏନଟିଆରଙ୍କ କାମର ପ୍ରଶଂସା କରି ତାଙ୍କ ସହ ଏକ ଫିଲ୍ମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

  • This is the very first day of shooting #GotGVol3. The VFX process was so intense we had to shoot all of the motion capture & camera capture first because it would take so long to finish. It was a painstaking process, but this cast was extraordinary & the editors & I knew we had… pic.twitter.com/SmZcnwpc49

    — James Gunn (@JamesGunn) April 25, 2023 " class="align-text-top noRightClick twitterSection" data=" ">

ନିକଟରେ ଏକ ସାକ୍ଷାତକାରରେ ହଲିଉଡ ନିର୍ଦ୍ଦେଶକ ଜେମ୍ସ ଗୁନ୍ କହିଛନ୍ତି ଯେ ସେ ଫିଲ୍ମ RRR ଦେଖିଥିଲେ ଏବଂ ଜୁନିଅର ଏନଟିଆର ଅଭିନୟରେ ସେ ବେଶ ପ୍ରଭାବିତ ହୋଇଥିଲେ । ଏବଂ ତାଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । RRR ଦେଖିବା ପରେ, ଜେମ୍ସ ଗୁନ୍ କହିଥିଲେ, RRRର ଏହି ବ୍ୟକ୍ତି କିଏ, ଯିଏ ଏତେ ଭଲ କାମ କରେ, ଏହାର କାମ କ’ଣ, ଟାଇଗର ସହ ଗୁମ୍ଫାରୁ ବାହାରିବା ପ୍ରକୃତରେ ମଜାଦାର ଥିଲା । ମୁଁ ତାଙ୍କ ସହ କାମ କରିବାକୁ ଚାହେଁ, ଏହା ବହୁତ ମଜାଦାର ରହିବ ଏବଂ ବହୁତ ଭଲ ହେବ।

ଜେମ୍ସ ଗୁନ୍ ଜଣେ ଆମେରିକୀୟ ଫିଲ୍ମ ନିର୍ଦ୍ଦେଶକ, ଯିଏକି ରୋମିଓ ଏବଂ ଜୁଲିଏଟ୍ ଫିଲ୍ମରେ ସହ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରି 1997 ମସିହାରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । 56 ବର୍ଷୀୟ ନିର୍ଦ୍ଦେଶକ ସ୍ଲିଦର୍ (2006)ରେ ତାଙ୍କର ପ୍ରଥମ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଏହା ପରେ ସୁପର (2010) ଏବଂ ତାପରେ ଗାର୍ଡିୟନ୍ସ ଅଫ ଦ ଗ୍ୟାଲେକ୍ସିର ତିନୋଟି ଅଂଶ ତିଆରି କରିଥିଲେ । ବର୍ତ୍ତମାନ ସେ ଫିଲ୍ମ ସୁପରମ୍ୟାନ୍: ଲିଜେସୀ ଉପରେ କାମ କରୁଛନ୍ତି । ଯାହା 2025 ମସିହାରେ ରିଲିଜ କରିବ ।

ସୂଚନା ଥାଉ କି, ଫିଲ୍ମ 'ଆରଆରଆର'ଅନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ଜିତିଥିଲା ​​ଏବଂ ଫିଲ୍ମର ସୁପରହିଟ୍ ଗୀତ ନାଟୁ-ନାଟୁ 95 ତମ ଏକାଡେମୀ ପୁରସ୍କାରରେ ଓସ୍କାର ଜିତିଥିଲା । ନାଟୁ-ନାଟୁ ଗୀତରେ ଏମ.ଏମ କିରାବାନୀ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତକୁ ଚନ୍ଦ୍ରବୋସ ଲେଖିଥିଲେ । କାଲ ଭୈରବ ଏବଂ ରାହୁଲ ଏଥିରେ କଣ୍ଠଦାନ କରିଥିଲେ । ଏଥିସହ ଏହି ଗୀତକୁ ପ୍ରେମ ରାକ୍ଷୀ କୋରିଓଗ୍ରାଫ୍ କରିଥିବା ବେଳେ ରାମ ଚରଣ ଏବଂ ଜୁନିଅର NTR ଏଥିରେ ନିଜ ଦମଦାର ଡ୍ୟାନ୍ସ ପ୍ରଦର୍ଶନ କରିଥିଲେ । ଏହି ଗୀତର ଐତିହାସିକ ବିଜୟ ପରେ ଗୀତର କ୍ରେଜ ସାରା ବିଶ୍ବରେ ଏବେ ସୁଦ୍ଧା ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.