ETV Bharat / entertainment

'ପ୍ରୋଜେକ୍ଟ କେ'ରେ କମଲ ହାସନଙ୍କ ଏଣ୍ଟ୍ରି, ଖଳନାୟକ ଭୂମିକାରେ ଆସିବେ ନଜର

ମଲ୍ଟି ଷ୍ଟାରଙ୍କୁ ନେଇ ନିର୍ମିତ ନାଗ ଅଶ୍ୱିନଙ୍କ ଆଗାମୀ ଫିଲ୍ମ 'ପ୍ରୋଜେକ୍ଟ କେ'। ଏହି ଫିଲ୍ମରି ପୂର୍ବରୁ ପ୍ରଭାସ, ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କ ନାଁ ଯୋଡା ହୋଇଥିବା ବେଳେ ବର୍ତ୍ତମାନ କମଲ ହାସନ ଫିଲ୍ମରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏନେଇ ନିର୍ମାତା ଅଫିସିଆଲି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Jun 25, 2023, 3:47 PM IST

'ପ୍ରୋଜେକ୍ଟ କେ' ରେ କମଲ ହାସନଙ୍କ ଏଣ୍ଟ୍ରି, ଫିଲ୍ମରେ ଖଳନାୟକ ଭୂମିକାରେ ଆସିବେ ନଜର

ହାଇଦ୍ରାବାଦ: ଭେଟେରାନ ଅଭିନେତା କମଲ ହାସନ ନାଗ ଅଶ୍ୱିନଙ୍କ ବହୁଭାଷୀ ଚଳଚ୍ଚିତ୍ର 'ପ୍ରୋଜେକ୍ଟ କେ' ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମ ଏକ ମଲ୍ଟି ଷ୍ଟାରର ଫିଲ୍ମ ଅଟେ । ଫିଲ୍ମରେ ସାଉଥ ଅଭିନେତା ପ୍ରଭାସ, ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ଅଭିନେତା ଅମିତାଭ ବଚ୍ଚନଙ୍କୁ ଯୋଡା ହୋଇଥିଲା । ବର୍ତ୍ତମାନ ଏହି ଫିଲ୍ମରେ କମଲ ହାସନଙ୍କ ନାଁ ଯୋଡା ହୋଇଛି । ଏନେଇ ନିର୍ମାତା ଆଜି ଏହି ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିର୍ମାତା ଏହି ସୂଚନା ଦେଇଛନ୍ତି ।

ପ୍ରଡକ୍ସନ୍ ହାଉସ୍ ବୈଜନ୍ତୀ ଚଳଚ୍ଚିତ୍ର ଏହାର ଅଫିସିଆଲ୍ ଟ୍ୱିଟରରେ କମଲ ହାସନଙ୍କ କାଷ୍ଟିଂ ଘୋଷଣା କରିଛି । ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ଶ୍ରେଷ୍ଠ ଅଭିନେତା ଉଲଗାନାୟାଗାନ କମଲ ହାସନକୁ ସ୍ୱାଗତ କରୁଛୁ । ଆମର ଯାତ୍ରା ବର୍ତ୍ତମାନ ୟୁନିଭର୍ସାଲ ହୋଇଛି । ମିଡିଆ ରିପୋର୍ଟ ଅନୁଯାୟୀ, 'ପ୍ରୋଜେକ୍ଟ'ରେ ବହୁତ ଭଲ ଗ୍ରାଫିକ୍ସ ବ୍ୟବହାର କରାଯାଉଛି । ନିର୍ମାତା ଏହାକୁ ବିଶ୍ବସ୍ତରରେ ବଡ଼ ଆକ୍ସନ ଏବଂ ଏଣ୍ଟରଟେନମେଣ୍ଟ ଫିଲ୍ମ କରିବାକୁ ପ୍ରସ୍ତୁତ କରୁଛନ୍ତି । ତେବେ ନିର୍ମାତା ପ୍ରାୟ 70 ପ୍ରତିଶତ ସୁଟିଂ ଶେଷ କରିଥିବା ଜଣାପଡିଛି ।

କମଲଙ୍କ କାଷ୍ଟିଂ ଘୋଷଣା ଭିଡିଓରେ କମଲଙ୍କ ସିନେମାର ଅନେକ ମୋଣ୍ଟେଜ୍ ସଟ ରହିଛି । ନିର୍ମାତାମାନେ ଫିଲ୍ମରୁ କମଲଙ୍କ ଲୁକକୁ ଏପର୍ଯ୍ୟନ୍ତ ପ୍ରକାଶ କରିନାହାନ୍ତି । ଭିଡିଓରେ ଲେଖା ଅଛି," ଆମକୁ ଏପରି ଜଣେ ବ୍ୟକ୍ତି ଦରକାର, ଯାହାର ଛାୟା ପୃଥିବୀକୁ ଆଚ୍ଛାଦିତ କରିପାରିବ । ସେ କେବଳ ଜଣେ, ଉଲାଗାନାୟାଗାନ କମଲ ହାସନ। " ତେବେ ସୁପରଷ୍ଟାର କମଲ ହାସନ ଅଗଷ୍ଟ ମାସରେ 'ପ୍ରୋଜେକ୍ଟ କେ' ପାଇଁ ସୁଟିଂ ଆରମ୍ଭ କରିବେ ବୋଲି ଜଣାପଡିଛି । ତେବେ ଏହି ଭିଡିଓକୁ ଫ୍ୟାନ୍ସ ଲାଇକ କରିବା ସହ ଫିଲ୍ମକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ସୂଚନା ଅନୁସାରେ, 'ପ୍ରୋଜେକ୍ଟ କେ' ଏକ ବିଗ ବଜେଟରେ ତିଆରି କରାଯାଉଛି । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ୍ ପ୍ରାୟ 500 କୋଟି ଅଟେ । ଏହାକୁ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଉଛି । ଫିଲ୍ମରେ ବଲିଉଡ ଅଭିନେତ୍ରୀ ଦିଶା ପଟାନି ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ଜାନୁଆରୀ 12, 2024ରେ ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ ଏବଂ ମାଲାୟାଲମରେ ଭାଷାରେ ରିଲିଜ ହେବ ।

ସୂଚନା ଥାଉ କି, ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ଆଦିପୁରୁଷ' ପାଇଁ ସାଉଥ ଅଭିନେତା ପ୍ରଭାସ ଆଜିକାଲି ଶିରୋନାମାରେ ରହିଛନ୍ତି। ଚଳଚ୍ଚିତ୍ରଟି ରିଲିଜ ହେବା ପରଠାରୁ ସମାଲୋଚନାର ସମ୍ମୁଖୀନ ହୋଇଛି । ଚଳଚ୍ଚିତ୍ରର ସଂଳାପଠାରୁ ଆରମ୍ଭ କରି କାଷ୍ଟଙ୍କ ଲୁକକୁ ନେଇ ଦର୍ଶକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଦେଶବ୍ୟାପୀ ଫିଲ୍ମକୁ କଡା ସମୋଲେଚନା କରିବା ସହ ଫିଲ୍ମ ବ୍ୟାନ କରିବାକୁ ଦାବି କରାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.