ETV Bharat / entertainment

ମା' ହେବେ କ୍ୟାଟ୍ରିନା କୈଫ! ଭାଇରାଲ ଭିଡିଓରେ ଦେଖିବାକୁ ମିଳିଲା ଅଭିନେତ୍ରୀଙ୍କ ବେବି ବମ୍ପ

author img

By ETV Bharat Odisha Team

Published : Nov 17, 2023, 10:23 AM IST

Katrina Kaif Pregency: କ୍ୟାଟ୍ରିନା କୈଫଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତ୍ରୀଙ୍କ ବେବି ବମ୍ପ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ,

ମା' ହେବେ କ୍ୟାଟ୍ରିନା କୈଫ! ଭାଇରାଲ ଭିଡିଓରେ ଦେଖିବାକୁ ମିଳିଲା ଅଭିନେତ୍ରୀଙ୍କ ବେବି ବମ୍ପ
ମା' ହେବେ କ୍ୟାଟ୍ରିନା କୈଫ! ଭାଇରାଲ ଭିଡିଓରେ ଦେଖିବାକୁ ମିଳିଲା ଅଭିନେତ୍ରୀଙ୍କ ବେବି ବମ୍ପ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ବର୍ତ୍ତମାନ ରିଲିଜ ହୋଇଥିବା ଫିଲ୍ମ ଟାଇଗର ୩କୁ ନେଇ ଶିରୋନାମାରେ ରହିଛନ୍ତି । ଏହି ଫିଲ୍ମ ବକ୍ସ ଅଫିସରେ ଧମାକା କରୁଛି । ତେବେ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନୀକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି କ୍ୟାଟ୍ରିନା । ଦୀର୍ଘ ଦିନରୁ ସେ ଗର୍ଭବତୀ ଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଏହାରି ମଧ୍ୟରେ ଏବେ କ୍ୟାଟ୍ରିନାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ୟୁଜର୍ସ କ୍ୟାଟ୍ରିନା ଗର୍ଭବତୀ ରହିଥିବା କହୁଛନ୍ତି ।

ଭାଇରାଲ ଭିଡିଓ ଏକ ଇଭେଣ୍ଟର ଅଟେ । ଯେଉଁଥିରେ କ୍ୟାଟ୍ରିନା କାଜୁଆଲ୍ ଲୁକ୍‌ରେ ନଜର ଆସିଛନ୍ତି । ଭିଡିଓରେ କ୍ୟାଟ୍ରିନା ଡେନିମ୍ ପ୍ୟାଣ୍ଟ ସହ ଟପ୍ ପିନ୍ଧିଥିବାର ନଜର ଆସିଛନ୍ତି । ଏହା ସହିତ ସେ ଏକ ଓସାରିଆ ଡେନିମ୍ ଜ୍ୟାକେଟ୍ ମଧ୍ୟ ପିନ୍ଧିଛନ୍ତି । ଏହି ସମୟରେ ସେ ବହୁତ ଆରାମ ଯତ୍ନର ସହ ଚାଲୁଛନ୍ତି । ଏହାକୁ ଦେଖି ୟୁଜର୍ସମାନେ ଅନୁମାନ କରୁଛନ୍ତି ଯେ କ୍ୟାଟ୍ରିନା ଗର୍ଭବତୀ ଅଛନ୍ତି । ଭିଡିଓ ଭାଇରାଲ ପରେ ପ୍ରତିକ୍ରିୟା ଦେଇ ଜଣେ ୟୁଜର୍ସ ଲେଖିଛନ୍ତି, କ୍ୟାଟ୍ରିନା ଗର୍ଭବତୀ ଅଛନ୍ତି କି ? ଅନ୍ୟ ଜଣେ ଲେଖିଛନ୍ତି, ସେ ଗର୍ଭବତୀ ଦେଖାଯାଉଛନ୍ତି । ସେ ବହୁତ ଯତ୍ନର ସହ ଚାଲୁଛନ୍ତି ଏବଂ ଶରୀରର ସ୍ଥିତିରୁ ତିନି ମାସ ବିତିଯାଇଥିବାର ଦେଖାଯାଉଛି ।

ପୂର୍ବରୁ ମଧ୍ୟ କ୍ୟାଟ୍ରିନା ଗର୍ଭବତୀ ଥିବା ଚର୍ଚ୍ଚା ହେଉଥିଲା । ଏହି ଖବର ସେହି ସମୟରର ଯେତେବେଳେ କ୍ୟାଟ୍ରିନା ଅମ୍ବାନୀ ପରିବାର ସହ ଗଣେଶ ପୂଜା ସେଲିବ୍ରେସନ୍‌ ସମୟରେ ନଜର ଆସି ନଥିଲେ । ଏହାପରେ ଅଭିନେତ୍ରୀ ଗର୍ଭବତୀ ଥିବା ଆଲୋଚନା ହୋଇଥିଲା । କାରଣ ପୂଜାରେ ବିକି ନିଜ ଶାଳି ଏବଂ ଭାଇଙ୍କ ସହ ନଜର ଆସିଥିଲେ । ତେବେ ଏହି ସବୁ ଆଲୋଚନା ମଧ୍ୟରେ କ୍ଯାଟ୍ରିନା କିମ୍ବା ବିକିଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଆସିନାହିଁ ।

ଏହା ମଧ୍ୟ ପଢନ୍ତୁ: ବିକି-କ୍ୟାଟଙ୍କ ଘରକୁ ଆସିବେ ନୂଆ ଅତିଥି, ବେବି ପ୍ଲାନରେ ଅଛନ୍ତି ଦମ୍ପତି

ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, କ୍ୟାଟ୍ରିନା କୈଫଙ୍କୁ ଟାଇଗର ୩ରେ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ସେ ପୁଣି ସଲମାନ ଖାନଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି । ଏହା ଦିପାବଳୀ ଦିନ ନଭେମ୍ବର ୧୨ରେ ରିଲିଜ ହୋଇଥିଲା । ଫିଲ୍ମରେ ତାଙ୍କ ଅଭିନୟ ପାଇଁ ପ୍ରଶଂସା ସାଉଁଟୁଛନ୍ତି । ଏଥିସହ ସେ ଆଗାମୀ ଫିଲ୍ମ ମେରି କ୍ରିସ୍‌ମାସ୍‌ରେ ନଜର ଆସିବେ । ଏହି ଫିଲ୍ମ ସହ କ୍ୟାଟ୍ରିନା ସାଉଥ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ସାଉଥ ତାରକା ବିଜୟ ସେଥୁପଥିଙ୍କ ସହ ନଜର ଆସିବେ । ନିକଟରେ ଫିଲ୍ମର ରିଲିଜ ଡେଟ୍‌ ଘୁଞ୍ଚାଇଛନ୍ତି ନିର୍ମାତା । ଫିଲ୍ମ ଡିସେମ୍ବର ୮ ପରିବର୍ତ୍ତେ ୧୨ ଜାନୁଆରୀରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.