ETV Bharat / entertainment

Women's Day 2023: ଲିଡ୍ ରୋଲରେ ମହିଳା, ବିଭିନ୍ନ ସିରିଜର ନିଅନ୍ତୁ ମଜା - ଆନ୍ତର୍ଜାତୀୟ ମହିଳା ଦିବସ

ବିଭିନ୍ନ ମାଧ୍ୟମ ଏବଂ ଧାରାବାହିକର ଅଭିନେତ୍ରୀମାନେ OTT ପ୍ଲାଟଫର୍ମରେ ସେମାନଙ୍କର ସ୍ଥାନ ଏବଂ ସ୍ବର ପାଇଛନ୍ତି। ତେବେ ଆସନ୍ତୁ ଦେଖିବା ଆନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ କିଛି ମହିଳା ନେତୃତ୍ବାଧୀନ ସିରିଜ।

ଆନ୍ତର୍ଜାତୀୟ ମହିଳା ଦିବସରେ କିଛି ମହିଳା ନେତୃତ୍ବାଧୀନ ସିରିଜ

author img

By

Published : Mar 7, 2023, 10:46 PM IST

ହାଇଦ୍ରାବାଦ: ଆଜିକାଲି OTT ପ୍ଲାଟଫର୍ମରେ ଏନେକ ସିରିଜ ଓ ଫିଲ୍ମ ସୋମାନଙ୍କ ଦୃଢ ବିଷୟବସ୍ତୁ ପାଇଁ ବେଶ ସଫଳତା ହାସଲ କରୁଛି। ଏଥିରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ଅଭିନୀତ ଫିଲ୍ମ ବହୁ ଲୋକପ୍ରିୟତା ସାଉଁଟିପାରିଛନ୍ତି। ଏବଂ ଏହି ପ୍ଲାଟଫର୍ମକୁ ବ୍ୟବହାର କରି, ବିଭିନ୍ନ ମାଧ୍ୟମ ଏବଂ ସିରିଜର ଅଭିନେତ୍ରୀମାନେ ସେମାନଙ୍କର ଭୂମିକାକୁ ନିଖୁଣ ଭାବେ ନିର୍ବାହ କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅନ୍ୟଙ୍କ ପାଇଁ ପ୍ରେରଣା ସାଜିପାରିଛନ୍ତି।

  • " class="align-text-top noRightClick twitterSection" data="">

ଏହାରି ମଧ୍ୟରେ ଫର୍ମର୍ ମିସ୍ ୟୁନିଭର୍ସ ତଥା ଅଭିନେତ୍ରୀ ସୁସ୍ମିତା ସେନ୍, ବିଶିଷ୍ଟ ଅଭିନେତ୍ରୀ ଶେଫାଲୀ ଶାହା, ଡିଜାଇନର୍-ଅଭିନେତ୍ରୀ ମାସାବା ଗୁପ୍ତା ଏବଂ ଛୋଟ ପରଦାର ଅଭିନେତ୍ରୀ ସାକ୍ସି ତନୱାର ସମସ୍ତେ ସମାନ ପୀଢିର ଅଟନ୍ତି। ଏହି ପ୍ଲାଟଫର୍ମକୁ ବ୍ୟବହାର କରି ଅଭିନେତ୍ରୀମାନେ ସେମାନଙ୍କର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତେବେ ଆସନ୍ତୁ ଜାଣିବା ଆନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ କିଛି ଉଲ୍ଲେଖନୀୟ ମହିଳା-ନେତୃତ୍ବାଧୀନ ସିରିଜ୍ ବିଷୟରେ।

'ଦିଲ୍ଲୀ କ୍ରାଇମ' ଏହା ଏକ କ୍ରାଇମ ଡ୍ରାମା ଧାରାବାହିକ, ଯାହା ସାରା ବିଶ୍ବରେ ସମାଲୋଚକମାନଙ୍କ ପ୍ରଶଂସା ଲାଭ କରିଛି। ଏଥିରେ ଶେଫାଲୀ ଶାହା, ରସିକା ଦୁଗାଲ, ରାଜେଶ ତୈଲାଙ୍ଗ ଏବଂ ଆଦିଲ ହୁସେନ୍ ନଜର ଆସିଛନ୍ତି। ଦିଲ୍ଲୀ କ୍ରାଇମର ପ୍ରଥମ ସିଜନ୍ 2012 ରେ ନିର୍ବାଣଙ୍କ ଗ୍ୟାଙ୍ଗ ବଳାତ୍କାର ଉପରେ ଆଧାରିତ ହୋଇଥିବାବେଳେ ଏହାର ଦ୍ବିତୀୟ ସିଜନରେ ପ୍ରସିଦ୍ଧ କାଚା-ବାନିୟାନ୍ ଗ୍ୟାଙ୍ଗ ଉପରେ ଗୁରୁତ୍ବାରୋପ କରାଯାଇଥିଲା।

ଆର୍ଯ୍ୟ ସିରିଜରେ ସୁସ୍ମିତା ସେନ୍ ଏକ ନୂତନ ପରିଚୟ ହାସଲ କରିଥିଲେ। ଏହା ଏକ କ୍ରାଇମ ଥ୍ରିଲର ସିରିଜ ଅଟେ। ଏହି ସିରିଜର ନିର୍ଦ୍ଦେଶନା ଦେଇଛନ୍ତି ରାମ ମାଧବନୀ ଏବଂ ସନ୍ଦୀପ ମୋଦି। ଏହି ସିରିଜରେ ଜଣେ ସ୍ବାଧୀନ ମହିଳା ଯିଏ ନିଜ ପରିବାରର ସୁରକ୍ଷା ପାଇଁ ଚେଷ୍ଟା କରେ ଏବଂ ସ୍ବାମୀଙ୍କ ହତ୍ୟା ପାଇଁ ପ୍ରତିଶୋଧ ନେବାକୁ ଏକ ମାଫିଆ ଗ୍ୟାଙ୍ଗରେ ଯୋଗ ଦେଇଥିବା ଦର୍ଶାଯାଇଛି। ତେବେ ସୁସ୍ମିତା ସେନ ମୁଖ୍ୟ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଥିଲେ।

ସେହିପରି ଆଉ ଏକ ସିରିଜ 'ମାଇ', ଯାହା ଜଣେ ମା ନିଜ ପିଲା ପାଇଁ କେତେ ଦୂର ଯାଇପାରିବ ତାହା ଦର୍ଶାଯାଇଛି। ଏହି ସିରିଜ ଏକ ମିଶ୍ରିତ ପ୍ରତିକ୍ରିୟା ଗ୍ରହଣ କରିଥିବା ବେଳେ ଲୋକପ୍ରିୟତା ହାସଲ କରିଛି। OTT ପ୍ଲାଟଫର୍ମରେ, ସାକ୍ସି ତନୱାର ନିଜକୁ ଏକ ବିଶ୍ବାସଯୋଗ୍ୟ ତାରକା ଭାବରେ ପ୍ରତିଷ୍ଠିତ କରି ଅନେକ ନବାଗତମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

ଏହି ସିରିଜ ଅତୁଲ ମଙ୍ଗିଆ, ଅଂଶାୟୀ ଲାଲ ନିର୍ଦ୍ଦେଶିତ ସିରିଜ ଅଟେ। ଯାହା ନୀରୀର ଶକ୍ତିତ୍ବର କାହାଣୀକୁ ଦର୍ଶାଇଛି। ସାକ୍ସି ତନୱାର ଙ୍କ ସମେତ ୱାମିକା ଗାବି, ରାଇମା ସେନ ପ୍ରମୁଖ ଅଭିନୟ କରିଛନ୍ତି।

ଆଉ ଏକ ସିରିଜ ହେଉଛି, Four More Shots please, ଅନୁ ମେନନ ଏବଂ ନୁପୁର ଆସ୍ଥାନା ଙ୍କ ଦ୍ବାରା ନିର୍ମିତ ଏହି ସିରିଜ ଏକ କମେଡି ଡ୍ରାମା ସିରିଜ ଅଟେ। ଏଥିରେ 4 ଅଜ୍ଞାତ ତ୍ରୁଟିଯୁକ୍ତ ମହିଳାଙ୍କ କାହାଣୀ ଅଟେ। ଯେଉଁମାନେ ସ୍ବାଧୀନ ଭାବେ ବଞ୍ଚିବା ସହ, ସେମାନଙ୍କର ଦୋଷ ଏବଂ ଗୁଣର ମାଲିକ ହେବାକୁ ଭୟ କରୁନଥିବାର ଦେଖିବାକୁ ମିଳିଛି। ଏହି ସିରିଜରେ ସାୟାନୀ ଗୁପ୍ତା, କୀର୍ତ୍ତୀ କୁଲହରୀ, ମନଭି ଗାଗ୍ରୋ, ଏବଂ ଭିଜେ ବାନି, ସମସ୍ତେ ସେମାନଙ୍କର ଭୂମିକାକୁ ନିଖୁଣ ଭାବେ ନିର୍ବାହ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.