ETV Bharat / entertainment

ହାତକୁ ଦୁଇ ହାତ ହେଲେ ଗାୟିକା ସାୟଲି, ପ୍ରେମିକ ଧୱାଲଙ୍କୁ କଲେ ଜୀବନସାଥୀ

author img

By

Published : Apr 25, 2022, 10:04 AM IST

ଇଣ୍ଡିଆନ୍ ଆଇଡଲ୍ ସିଜନ୍‌ 12ର ଫେମ୍‌ ଗାୟିକା ସାୟଲି କାମ୍ବଲେ ବର୍ତ୍ତମାନ ମିସ୍‌ରୁ ମିସେସ୍‌ ହୋଇଛନ୍ତି । ସାୟଲି ତାଙ୍କର ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ଧୱାଲଙ୍କୁ ବିବାହ କରିଛନ୍ତି । ଅଧିକ ପଢନ୍ତୁ

ହାତକୁ ଦୁଇ ହାତ ହେଲେ ଗାୟିକା ସାୟଲି
ହାତକୁ ଦୁଇ ହାତ ହେଲେ ଗାୟିକା ସାୟଲି

ହାଇଦ୍ରାବାଦ: ଇଣ୍ଡିଆନ୍ ଆଇଡଲ୍ ସିଜନ୍‌ 12ର ଫେମ୍‌ ଗାୟିକା ସାୟଲି କାମ୍ବଲେ ବର୍ତ୍ତମାନ ମିସ୍‌ରୁ ମିସେସ୍‌ ହୋଇଛନ୍ତି । ସାୟଲି ତାଙ୍କର ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ଧୱାଲଙ୍କୁ ବିବାହ କରିଛନ୍ତି । ମରାଠୀ ରୀତିନୀତି ଅନୁଯାୟୀ ସାୟଲି ଏବଂ ଧୱାଲ ଏପ୍ରିଲ 24ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟଙ୍କ ବିବାହ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସମସ୍ତେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି ।

ହାତକୁ ଦୁଇ ହାତ ହେଲେ ଗାୟିକା ସାୟଲି
ହାତକୁ ଦୁଇ ହାତ ହେଲେ ଗାୟିକା ସାୟଲି

ସାୟଲି ମରାଠୀ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି, ତେଣୁ ସେ ମହାରାଷ୍ଟ୍ରୀୟ ଷ୍ଟାଇଲରେ କନିଆଁ ବେଶରେ ସଜେଇ ହୋଇଥିଲେ । ଗୋଲାପୀ ଓ ହଳଦିଆ ଶାଢୀରେ ସାୟଲି ବହୁତ ସୁନ୍ଦର ଦେଖାଯାଉଥିଲେ । ଶାଢୀ ସହିତ ବାଇଗଣୀ ରଙ୍ଗର ଶଲ୍‌ କ୍ୟାରି କରି ନିଜ ବ୍ରାଇଡାଲ ଆଉଟଫିଟକୁ କପ୍ଲିଟ କରିଥିଲେ । ଶାଢୀ ସହିତ ସାୟଲିଙ୍କ ନେକଲେସ, ଡିଜାଇନର୍ କମରପଟି ଏବଂ ସବୁଜ ରଙ୍ଗର ଚୁଡି ତାଙ୍କ ବ୍ରାଇଡାଲ୍ ଲୁକରେ ଚାର ଚାନ୍ଦ ଲଗାଇଦେଇଥିଲା ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ସାୟଲି ଏବଂ ଧୱାଲଙ୍କ ବରମାଳା ରସମ ଚାଲିଥିବା ଦେଖିବାକୁ ମିଳିଛି । ବିବାହର କିଛି ଭାଇରାଲ୍ ଫଟୋରେ ସାଇଲି ଏବଂ ଧୱାଲ ମଣ୍ଡପରେ ବସି ବିବାହ ରୀତିନୀତି ସମ୍ପନ୍ନ କରୁଥିବା ଦେଖିବାକୁ ମିଳୁଛି ।

ଏହା ବି ପଢନ୍ତୁ: ବାଜିବ ସାଇଲିଙ୍କ ସାହାନାଇ, ସରିଲା ନିର୍ବନ୍ଧ

ଗାୟିକା ସାୟଲି
ଗାୟିକା ସାୟଲି

ଏହା ପୂର୍ବରୁ ସାୟଲି ତାଙ୍କ ହଳଦି ସମାରୋହର କିଛି ଝଲକ 23 ଏପ୍ରିଲ 2022 ରେ ତାଙ୍କ ଇନଷ୍ଟା ହ୍ୟାଣ୍ଡେଲରେ ସେୟାର କରିଥିଲେ, ଯେଉଁଥିରେ ସେ ଏକ ସୁନ୍ଦର ହଳଦିଆ ରଙ୍ଗର ଶାଢୀରେ ନଜର ଆସିଥିଲେ । ଏହି ସମୟରେ, ତାଙ୍କ ଭାବୀ ସ୍ବାମୀ ଧୱାଲ ମଧ୍ୟ ପାରମ୍ପାରିକ କୁର୍ତ୍ତା ପିନ୍ଧିଥିବାର ନଜର ଆସିଥିଲେ । ହଳଦି ସମାରୋହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ହାତକୁ ଦୁଇ ହାତ ହେଲେ ଗାୟିକା ସାୟଲି, ପ୍ରେମିକ ଧୱାଲଙ୍କୁ କଲେ ଜୀବନସାଥୀ
ହାତକୁ ଦୁଇ ହାତ ହେଲେ ଗାୟିକା ସାୟଲି, ପ୍ରେମିକ ଧୱାଲଙ୍କୁ କଲେ ଜୀବନସାଥୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.