ମୁମ୍ବାଇ: ଆଜି ଦେଶ 77ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ବିଶେଷ ଅବସରରେ ଦେଶରେ ସେଲିବ୍ରେସନର ମାହୋଲ ରହିଛି । ବି ଟାଉନ୍ ସେଲିବ୍ରିଟିମାନେ ମଧ୍ୟ ସ୍ବାଧୀନତା ଦିବସ ଧୁମଧାମରେ ପାଳନ କରିଛନ୍ତି । ବଲିଉଡରୁ ଓଲିଉଡ ସମସ୍ତ ତାରକାମାନେ ନିଜ ଶୈଳୀରେ ସ୍ୱାଧୀନତା ଦିବସରେ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲି ଖାନ, ଦିଶା ପଟାନି, ମୌନି ରୟ, ମାଧୁରୀ ଦୀକ୍ଷିତ, ଦିଆ ମିର୍ଜା, ନୁସରତ ଭରୁଚ୍ଚା, ସାହିଦ କପୁର, ଅଜୟ ଦେବଗନ, କାଜୋଲ, ଇଶା ଗୁପ୍ତା, ଅନନ୍ୟା ପାଣ୍ଡେ, ଟଲିଉଡ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ, ରାଶି ଖନ୍ନା, ପ୍ରଭାସ ଏବଂ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସମେତ ଅନେକ ସେଲିବ୍ରିଟି ସ୍ୱାଧୀନତା ଦିବସ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ସ୍ବାଧୀନତା ଦିବସର ଶୁଭକାମନା ଜଣାଇଛନ୍ତି ।
ଓଲିଉଡ୍ରେ ମଧ୍ୟ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି । ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସମେତ ଅନେକ ସେଲିବ୍ରିଟି ଏକ ସ୍ୱାଧୀନତା ଦିବସ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ସ୍ବାଧୀନତା ଦିବସର ଶୁଭକାମନା ଜଣାଇଛନ୍ତି ।
ସେହିପରି ବଲିଉଡ୍ରେ ସେଲିବ୍ରେସନର ମାହୋଲ । ଅଭିନେତ୍ରୀ କାଜୋଲ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, 'ଗର୍ବରେ କୁହ - ଆମେ ଭାରତୀୟ ! ସ୍ୱାଧୀନତା ଦିବସର ଶୁଭେଚ୍ଛା ।' ଏଥି ସହିତ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ମୋସନ୍ ପୋଷ୍ଟର ସେୟାର କରି ସ୍ୱାଧୀନତା ଦିବସରେ ଫ୍ୟାନ୍ସଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଲିଆ ଭଟ୍ଟଙ୍କ ବ୍ୟତୀତ ଅନୁପମ ଖେର, ଅନୁଷ୍କା ଶର୍ମା, ଦିଆ ମିର୍ଜା, ଦିଶା ପାଟାନି ଏବଂ ମାଧୁରୀ ଦୀକ୍ଷିତ ଇନଷ୍ଟାଗ୍ରାମ ଷ୍ଟୋରୀରେ ସ୍ୱାଧୀନତା ଦିବସ ପାଇଁ ପୋଷ୍ଟର ସେୟାର କରି ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏଥି ସହିତ ଅଜୟ ଦେବଗନ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ କ୍ୟାଲେଣ୍ଡର ସହ ଏକ ଫଟୋ ପୋଷ୍ଟ କରିଛନ୍ତି। ତାଙ୍କ ଚଳଚ୍ଚିତ୍ର 'ଭଗବତ ସିଂ'ଙ୍କ ଫଟୋ କ୍ୟାଲେଣ୍ଡରରେ ସ୍ଥାନ ଦିଆଯାଇଛି। ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ଆମେ ଶକ୍ତିଶାଳୀ ବିଶ୍ୱ ସହ ସ୍ୱାଧୀନତା ପାଳନ କରୁଛୁ। ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା। ବଲିଉଡର 'କବୀର ସିଂ' ସାହିଦ କପୁର ମଧ୍ୟ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଦେଶଭକ୍ତି ଭିଡିଓ ସେୟାର କରିଛନ୍ତି।
ଇନଷ୍ଟାଗ୍ରାମ ଷ୍ଟୋରୀରେ ଜାତୀୟ ପତାକାର ଫଟୋ ସେୟାର କରି ପ୍ରଭାସ କ୍ୟାପସନରେ ବନ୍ଦେ ମାତାରାମ ଲେଖିଛନ୍ତି । ଏଥିସହ ଟଲିଉଡ୍ର ସୁନ୍ଦର ଅଭିନେତ୍ରୀ ରାଶି ଖାନ୍ନା ସ୍ବାଧୀନତା ଦିବସରେ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ୍ ସେୟାର କରି କ୍ୟାପସନରେ 'ତୁଝେ ସଲାମ' ବନ୍ଦେ ମାତାରାମ 'ଲେଖିଛନ୍ତି । ପ୍ରଥମ ଫଟୋରେ, ରାଶି ଏକ ହ୍ବାଇଟ୍ ଟପ୍ ଏବଂ ବ୍ଲୁ ଜିନ୍ସ ପିନ୍ଧିଛନ୍ତି ଏବଂ ତାଙ୍କ ହାତରେ ତ୍ରିରଙ୍ଗା ଧରିଛନ୍ତି । ପରବର୍ତ୍ତୀ ଫଟୋରେ ସେ ତ୍ରିରଙ୍ଗାର ବେଲୁନ୍ ଧରିଛନ୍ତି । ଏହି ଦୁଇଟି ଫଟୋରେ ଅଭିନେତ୍ରୀ ବହୁତ ସୁନ୍ଦର ଦେଖାଯାଉଛନ୍ତି ।