ETV Bharat / entertainment

ପରଦାକୁ ଆସିବ ଉତ୍ତରକାଶୀ ଟନେଲ ଟ୍ରାଜେଡି କାହାଣୀ ! ରିୟଲ ହିରୋଙ୍କ ସଂଘର୍ଷ ଦେଖିବ ଦେଶ - ଅକ୍ଷୟ କୁମାର

Uttarakhand Tunnel Rescue: ପରଦାକୁ ଆସିବ ଉତ୍ତରକାଶୀ ଟନେଲ ଟ୍ରାଜେଡି କାହାଣୀ । ଏହି ଘଟଣାକୁ ନେଇ ଚଳଚ୍ଚିତ୍ର ନିର୍ମାଣ ପାଇଁ ଏକ ଅନୁରୋଧ ଇଣ୍ଡିଆନ୍ ମୋସନ୍ ପିକ୍ଚର୍ ପ୍ରଡ୍ୟୁସର ଆସୋସିଏସନ୍ । ଏହି ଘଟଣାରେ ନିର୍ମିତ ହେବାକୁ ଥିବା ଫିଲ୍ମର ଟାଇଟଲ୍ ମଧ୍ୟ ପଠାଯାଇଛି । ଅଧିକ ପଢନ୍ତୁ

ପରଦାକୁ ଆସିବ ଉତ୍ତରକାଶୀ ଟନେଲ ଟ୍ରାଜେଡି କାହାଣୀ ! ରିୟଲ ହିରୋଙ୍କ ସଂଘର୍ଷ ଦେଖିବ ଦେଶ

author img

By ETV Bharat Odisha Team

Published : Nov 29, 2023, 5:57 PM IST

Updated : Dec 1, 2023, 12:59 PM IST

ହାଇଦ୍ରାବାଦ: ୧୭ ଦିନର ସଂଘର୍ଷ । ପ୍ରାଣମୂର୍ଚ୍ଛା ଉଦ୍ୟମ, ଶେଷରେ ସଫଳ ହେଲା ଅପରେସନ । ପାହାଡ ଛାତିକୁ ଚିରି ୪୧ ଶ୍ରମିକଙ୍କୁ ଉଦ୍ଧାର କଲେ ଉଦ୍ଧାରକାରୀ ଦଳ । ଏହି ସଂଘର୍ଷର କାହାଣୀକୁ ପରଦାରେ ଦେଖିବେ ଦେଶବାସୀ । ଉତ୍ତରକାଶୀ ଟନେଲ ଟ୍ରାଜେଡି ଉପରେ ନିର୍ମାଣ ହେବାକୁ ଯାଉଛି ଫିଲ୍ମ । ଲିଡ ରୋଲରେ ବଲିଉଡ ଅଭିନେତା ଅଜୟ ଦେବଗନ କିମ୍ବା ଅକ୍ଷୟ କୁମାର ନଜର ଆସିବା ନେଇ ଚର୍ଚ୍ଚା ଜୋର ଧରିଛି ।

ରିପୋର୍ଟ ଅନୁସାରେ, ଇଣ୍ଡିଆନ୍ ମୋସନ୍ ପିକ୍ଚର୍ ପ୍ରଡ୍ୟୁସର୍ସ ଆସୋସିଏସନ୍ (ଆଇଏମପିପିଏ), ପ୍ରଡ୍ୟୁସର ଗିଲ୍ଡ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ୍ ଫିଲ୍ମ ଆଣ୍ଡ ଟେଲିଭିଜନ ପ୍ରଡ୍ୟୁସର କାଉନସିଲ୍ (ଆଇଆଇଏଫଟିପିସି) ଏହି ଘଟଣା ଉପରେ ଚଳଚ୍ଚିତ୍ର ପାଇଁ ଅନେକ ଟାଇଟଲ୍ ଅନୁରୋଧ ଗ୍ରହଣ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି INMPPA ସଭାପତି ତଥା ଅଭିନେତା ଅନିଲ ନାଗରାଥ । ଏହି ଘଟଣାର ଟାଇଟଲ୍ ତାଙ୍କ କାର୍ଯ୍ୟାଳୟକୁ ପଠାଯାଇଛି, ଯେଉଁଥିରେ ରେସକ୍ୟୁ, ରେସକ୍ୟୁ 4୧ ଏବଂ ମିଶନ୍ ୪୧: ଗ୍ରେଟ୍ ରେସକ୍ୟୁ ଭଳି ଟାଇଟଲ ରହିଛି । ଏନେଇ ସେ କହିଛନ୍ତି, ଆଗାମୀ କିଛି ସପ୍ତାହ ମଧ୍ୟରେ ଆମେ ଏହି ଶିରୋନାମା ଗୁଡିକୁ ସମୀକ୍ଷା କରିବୁ ଏବଂ 'first come first served'କୁ ଆଧାର କରି ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନୁମତି ଦେବୁ ।

ଏଥିସହିତ, ଯେତେବେଳେ ଟ୍ରେଡ ଆନାଲିଷ୍ଟ ଗିରିଶ ୱାଙ୍ଖେଡେଙ୍କୁ ପଚରାଯାଇଥିଲା ଯେ ଏହି ଉଦ୍ଧାର କାର୍ଯ୍ୟରେ ଯଦି କୌଣସି ଚଳଚ୍ଚିତ୍ର ନିର୍ମିତ ହୁଏ ତେବେ ସେ କେଉଁ ଅଭିନେତାଙ୍କ ନାମ ପରାମର୍ଶ ଦେବେ ? ଏହା ଉପରେ ସେ ପ୍ରଥମେ ଅକ୍ଷୟ କୁମାରଙ୍କ ନାମ ଏବଂ ୨ୟ ରେ ଅଜୟ ଦେବଗନଙ୍କ ନାଁ ସେ ସୁପାରିଶ କରିଛନ୍ତି । ସେପଟେ ଇଣ୍ଟରନେଟରେ ଅକ୍ଷୟ କୁମାରଙ୍କ ଫଟୋ ଭାଇରାଲ ହେଉଛି । ଯେଉଁଥିରେ ଅଷ୍ଟ୍ରେଲୀୟ ଟନେଲ୍ ବିଶେଷଜ୍ଞ ଅର୍ନୋଲ୍ଡ ଡିକ୍ସଙ୍କ ପରିବର୍ତ୍ତେ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଛି । ଅର୍ନୋଲ୍ଡ ଡିକ୍ସଙ୍କ ଚେହେରା AI ଜରିଆରେ ଏଡିଟ କରାଯାଇ ଅକ୍ଷୟଙ୍କ ଚେହେରା ଯୋଡା ଯାଇଛି ।

ଅକ୍ଷୟ କୁମାର ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ସୂଚନା ଥାଉ କି, ଶେଷ ଥର ପାଇଁ ଚଳଚ୍ଚିତ୍ର ମିଶନ ରାନିଗଞ୍ଜରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ, ଯାହା ଉତ୍ତରାଖଣ୍ଡ ଟନେଲ ଉଦ୍ଧାର ଭଳି ଏକ ମିଶନ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ରିଅଲ୍ ଲାଇଫ୍ ହିରୋ ତଥା ଇଞ୍ଜିନିୟର ଜସୱନ୍ତ ସିଂ ଗିଲ ଖଣି ଖଣିରେ ଫସି ରହିଥିବା ୬୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଉତ୍ତରକାଶୀ ସୁଡଙ୍ଗରୁ ୪୧ ଶ୍ରମିକ ଉଦ୍ଧାର; ରେସ୍କ୍ୟୁ ଟିମ୍‌କୁ ପ୍ରଶଂସା କଲେ ସେଲିବ୍ରିଟି

ସେପଟେ ଗତ ୧୭ ଦିନ ଧରି ଉତ୍ତରାଖଣ୍ଡର ସିଲ୍କିଆରା ଟନେଲରେ ନିର୍ମାଣାଧୀନ ଟନେଲରେ ଫସିରହିଥିବା ୪୧ ଜଣ ଶ୍ରମିକ ଏକ ନୂଆ ଜୀବନ ପାଇଛନ୍ତି । ଏହି ସମସ୍ତ ଶ୍ରମିକମାନେ ୧୭ ଦିନ ଧରି ଏହି ଟନେଲରେ ଫସି ରହିଥିଲେ ଏବଂ ୨୮ ଅଗଷ୍ଟ ସନ୍ଧ୍ୟାରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଏହି ସମସ୍ତ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଯାଇଛି ଏବଂ କେତେକଙ୍କୁ ଚିକିତ୍ସା କରାଯାଉଛି ।

Last Updated : Dec 1, 2023, 12:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.