ETV Bharat / entertainment

କଙ୍ଗନାଙ୍କ ପ୍ରଶଂସାରେ ସୋମି ଅଲି, ଏମିତି ପ୍ରତିକ୍ରିୟା ରଖିଲେ କୁଇନ

author img

By

Published : Aug 18, 2023, 5:03 PM IST

​ସଲମାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ପାକିସ୍ତାନୀ ଅଭିନେତ୍ରୀ ସୋମି ଅଲି ନିକଟରେ କଙ୍ଗନା ରାଣାୱତଙ୍କ ପ୍ରଶଂସା କରିଛନ୍ତି । ଏନେଇ କଙ୍ଗନା ଜବାବ ଦେଇଛନ୍ତି । ଅଧିକ ପଢନ୍ତୁ

କଙ୍ଗନାଙ୍କ ପ୍ରଶଂସା କଲେ ସୋମି ଅଲି, ଜବାବରେ ଏମିତି କହିଲେ ଅଭିନେତ୍ରୀ

ହାଇଦ୍ରାବାଦ: କଙ୍ଗନା ରାଣାୱତ ନିଜ ବିବାଦୀୟ ବୟାନ ପାଇଁ ସର୍ବଦା ଶିରୋନାମାରେ ରହିଥାନ୍ତି । ନିଜ ବୟାନ ମାଧ୍ୟମରେ କେତେବେଳେ ଫିଲ୍ମ ମାଫିଆଙ୍କ ଉପରେ ଟାର୍ଗେଟ କରନ୍ତି ତ କେତେବେଳେ କେଉଁ ସେଲିବ୍ରିଟିଙ୍କୁ ଟାର୍ଗେଟ କରିଥାନ୍ତି । ବେଳେବେଳେ ନିଜ ମନ୍ତବ୍ୟ ପାଇଁ କଙ୍ଗନା ଟ୍ରୋଲର ମଧ୍ୟ ଶିକାର ହୋଇଥାନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ କଙ୍ଗନାଙ୍କ ପ୍ରଶଂସା କରିଛନ୍ତି ସଲମାନ ଖାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ପାକିସ୍ତାନୀ ଅଭିନେତ୍ରୀ ସୋମି ଅଲି । ପ୍ରଶଂସା ଉପରେ ଏବେ କଙ୍ଗନା ପ୍ରତିକ୍ରିୟା ଦେଇଛନ୍ତି ।

ସୋମିଙ୍କ ପ୍ରଶଂସା ଉପରେ କଙ୍ଗନାଙ୍କ ପ୍ରିତିକ୍ରିୟା

ଭିଡିଓରେ ସୋମି କହିଛନ୍ତି ଯେ, ମୁଁ ତୁମ ଆଗରେ ମୁଣ୍ଡ ନୁଆଁଉଛି । କଙ୍ଗନା ଏପରି ଜଣେ ଅଭିନେତ୍ରୀ ଯିଏ କେବେ ଚୁପ୍ ରହନ୍ତି ନାହିଁ, ସେ ସର୍ବଦା ସତ୍ୟ କୁହନ୍ତି ଏବଂ କେବଳ ସତ କହିବାକୁ ଭୟ କରନ୍ତି ନାହିଁ। ତାଙ୍କ ପ୍ରତି ଯାହା ଅନ୍ୟାୟ ଘଟେ, ସେ କ୍ୟାମେରାରେ କୁହନ୍ତି । କେବେ ବି ସେ କୁଣ୍ଠାବୋଧ କରନ୍ତି ନାହିଁ । ସର୍ବଦା ସତ୍ୟ କୁହନ୍ତି । ମୁଁ କଙ୍ଗନାଙ୍କର ଏକ ସାକ୍ଷାତକାର ଦେଖିଥିଲି ଯେଉଁଥିରେ ସେ ନିଜକୁ ଏତେ ଭଲ ଭାବରେ ଉପସ୍ଥାପନ କରିଥିଲେ । ସେ ଯେପରି ସତ୍ୟ କହିଥିଲେ । ସବୁକିଛି ସଚ୍ଚୋଟତାର ସହ କହିଥିଲେ । ଇଣ୍ଡଷ୍ଟ୍ରିରୁ ଯେଉଁମାନେ ସ୍ପଷ୍ଟ ଭାବରେ କହିଦିଅନ୍ତି । ଏହି କାରଣରୁ ମୁଁ ତାଙ୍କୁ ବହୁତ ସମ୍ମାନ କରେ । ଯେଉଁମାନେ ସତ୍ୟ କୁହନ୍ତି ସେମାନଙ୍କୁ ଇଣ୍ଡଷ୍ଟ୍ରି ଲୋକମାନେ ପସନ୍ଦ କରନ୍ତି ନାହିଁ ।

ତେବେ ସାମିଙ୍କ ଏହି ଭିଡିଓ ପରେ ବର୍ତ୍ତମାନ କଙ୍ଗନା ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ ନିଜ ଇନଷ୍ଟାଷ୍ଟୋରୀରେ ସାମିଙ୍କ ଭିଡିଓ କ୍ଲିପର ଫଟୋ ସେୟାର କରି ଲେଖିଛନ୍ତି, ମୋ ପାଖରେ ଡେଣା ଏବଂ ଆତ୍ମା ଅଛି ଯେଉଁମାନେ ମୋ ସାମ୍ନାରେ ଚୁପଚାପ୍ ରହୁଛନ୍ତି, ମୋ ପାଖରେ ତୁମର ସ୍ୱର ଅଛି ଯାହା କେବେ ଉଠାଯାଇ ନାହିଁ, ମୋ ପାଖରେ ତୁମର ସତ୍ୟ ଅଛି ଯାହା କେବେ କୁହାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ: ଭାରତନାଟ୍ୟମ କରି ଟ୍ରୋଲ ହେଲେ କଙ୍ଗନା, ୟୁଜର୍ସ ଦେଲେ ଏମିତି ପ୍ରତିକ୍ରିୟା

କଙ୍ଗନାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ସେ ସାଉଥ ଡେବ୍ୟୁ ଫିଲ୍ମ ଚନ୍ଦ୍ରମୁଖୀ-2 ରେ ନଜର ଆସିବେ । ଏହା ବ୍ୟତୀତ କଙ୍ଗନା ତେଜସରେ ବାୟୁସେନା ପାଇଲଟ୍ ଭାବରେ ନଜର ଆସିବେ । ଏହି ଫିଲ୍ମ ବାୟୁସେନା ପାଇଲଟ ତେଜସ ଗିଲଙ୍କ ଜୀବନ କାହାଣୀ ଉପରେ ଆଧାରିତ । ସର୍ଭେସ ମେୱାରାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଅକ୍ଟୋବର 20ରେ ପ୍ରେକ୍ଷାଳୟରେ ରିଲିଜ ହେବ । ଏଥିସହ କଙ୍ଗନାଙ୍କୁ ଐତିହାସିକ ଡ୍ରାମା ଏମରଜେନ୍ସିରେ ଦେଖିବାକୁ ମିଳିବ, ଯେଉଁଥିରେ ସେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭୂମିକାରେ ଅଭିନୟ କରିବେ । ଏହି ଚଳଚ୍ଚିତ୍ରରେ ଅନୁପମ ଖେର, ମହିମା ଚୌଧୁରୀ, ବିଶାକ୍ ନାୟର ଏବଂ ଶ୍ରେୟସ୍ ତଲପଡେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.