ମୁମ୍ବାଇ: ପୁଣି ଚର୍ଚ୍ଚାରେ ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ । ଯେବେଠୁ ସେ ହ୍ରିତିକଙ୍କ ସହ ରିଲେସନସିପ୍ରେ ଅଛନ୍ତି ସେବେଠୁ ୟୁଜର୍ସ ତାଙ୍କୁ ଟ୍ରୋଲ କରୁଛନ୍ତି, କିନ୍ତୁ ଅଭିନେତ୍ରୀ ଟ୍ରୋଲ ପ୍ରତି କେବେ ଧ୍ୟାନ ଦିଅନ୍ତି ନାହିଁ । ସେ ତାଙ୍କ ଜୀବନକୁ ଖୁସି ଖୁସିରେ ଉପଭୋଗ କରନ୍ତି ଏବଂ ଲୋକମାନେ ଯାହା କୁହନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଏବେ ସବା ପୁଣି ଥରେ ଟ୍ରୋଲରଙ୍କ ଟାର୍ଗେଟକୁ ଆସିଛନ୍ତି । ଲାକମି ଫ୍ୟାସନ ୱିକ୍ 2023 ରାମ୍ପ୍ରେ ନାଚୁଥିବାରୁ ତାଙ୍କୁ ଟ୍ରୋଲ କରାଯାଇଛି । ସବାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହା ଉପରେ ଲୋକମାନେ ଖୁବ୍ କମେଣ୍ଟ କରୁଛନ୍ତି ।
ସବା ଆଜାଦ ନିକଟରେ ରାମ୍ପ୍ରେ ଚାଲିଥିଲେ । ଯେଉଁଠାରେ ରାମ୍ପୱାକ୍ ପରିବର୍ତ୍ତେ ସେ ନାଚ ଏବଂ ଗୀତ ଗାଇଥିବାର ଦେଖାଯାଇଛି । ସବା ଏହି ଇଭେଣ୍ଟ୍ରେ ଏକ ଶିମିରି ପୋଷାକ ପିନ୍ଧିଥିଲେ । ଭିଡିଓରେ ସବାଙ୍କୁ ଦେଖିଲେ ଲାଗୁଛି ଯେ ସେ ଲୋକମାନଙ୍କ ପାଇଁ ଚିନ୍ତିତ ନୁହଁନ୍ତି, ସେ ଏହି ମୁହୂର୍ତ୍ତକୁ ସମ୍ପୂର୍ଣ୍ଣ ଉପଭୋଗ କରୁଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ମାତ୍ରେ ଏହା ଭାଇରାଲ ହେବାରେ ଲାଗିଛି ।
ଟ୍ରୋଲ୍ ହେଲେ ସବା
ତାଙ୍କ ଡ୍ୟାନ୍ସ ହେତୁ ସବା ସୋସିଆଲ ମିଡିଆରେ ବହୁତ ଟ୍ରୋଲ୍ ହେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଏମିତି ଲାଗୁଛି ଯେ ତାଙ୍କ ଦେହକୁ ମାତା ଆସି ଯାଇଛନ୍ତି । ଆଉ ଜଣେ ୟୁଜର ଲେଖିଛନ୍ତି - ଏହା କେଉଁପ୍ରକାର ରାମ୍ପ୍ୱାକ୍ ଭାଇ...? ସେହିପରି ଆଉ ଜଣେ ଲେଖିଛନ୍ତି, ଇଏ କ’ଣ କରୁଛନ୍ତି ? ମୋତେ ଲାଗୁଛି ସେ ନିଶାରେ ଅଛନ୍ତି ।
ଏହା ମଧ୍ୟ ପଢନ୍ତୁ: ପାପାରାଜିଙ୍କ ଉପରେ ରାଗିଲେ ହ୍ରିତିକ ଗର୍ଲଫ୍ରେଣ୍ଡ, କହିଲେ ମୋର ଫଟୋ ଉଠାଇ କ’ଣ କରିବ ?
ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସ୍ୱତନ୍ତ୍ର ବାର୍ତ୍ତାଳାପରେ ସବା କହିଥିଲେ ଯେ, ବ୍ୟକ୍ତିଗତ ଜୀବନକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ ସାମ୍ନା କରିବାକୁ ପଡ଼ୁଛି । ଏବଂ ସେ ଟ୍ରୋଲର୍ସଙ୍କୁ କେମିତି ହ୍ୟାଣ୍ଡେଲ କରନ୍ତି ପ୍ରଶ୍ନରେ ସବା କହିଥିଲେ, ‘‘ମୁଁ ଜଣେ ପ୍ରାଇଭେସି ରଖୁଥିବା ବ୍ୟକ୍ତିତ୍ୱ । ମୋ ଚାରିପାଖରେ ଥିବା ସମସ୍ତ ଲୋକ ଏହାକୁ ନିଶ୍ଚିତ କରିବେ । ମୁଁ କ୍ୱଚିତ୍ ଘରୁ ବାହାରକୁ ଯାଏ, ମୁଁ ଘରେ ରହିବାକୁ ପସନ୍ଦ କରେ । ତେଣୁ, ଆରମ୍ଭରେ ଏହା ବହୁତ କଷ୍ଟସାଧ୍ୟ ଥିଲା । ଏହା ଭୟାନକ ଥିଲା । ମୁଁ ମିଛ କହିବି ନାହିଁ । ମୁଁ ଏପରି ଅନୁଭବ କଲି ଯାହା ମୁଁ ପୂର୍ବରୁ କେବେ ଅନୁଭବ କରି ନ ଥିଲି ।’’