ହାଇଦ୍ରାବାଦ: ଅଭିନେତ୍ରୀ ସବା ଆଜାଦଙ୍କ ସହ ରିଲେସନସିପ୍କୁ ନେଇ ହ୍ରିତିକ ରୋଶନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ଯଦିଓ ଉଭୟ ଏପର୍ଯ୍ୟନ୍ତ ରିଲେସନସିପ୍କୁ ଅଫିସିଆଲ୍ କରିନାହାଁନ୍ତି, କିନ୍ତୁ ପ୍ରାୟତଃ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳେ । ଏବେ ପୁଣି ଥରେ ଉଭୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ହ୍ରିତିକ ରୋଶନ ଏବଂ ରୁମର ଗର୍ଲଫ୍ରେଣ୍ଡ ସବା ଆଜାଦଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି। ଉଭୟ ପରସ୍ପରର ହାତ ଧରିଥିବାର ନଜର ଆସିଥିଲେ । ଉଭୟଙ୍କୁ ଦେଖିବା ପରେ ଲାଗୁଛି ଯେ, ଉଭୟଙ୍କ ମଧ୍ୟରେ ନିଶ୍ଚିତ ଭାବେ କିଛି ଖାସ୍ ସମ୍ପର୍କ ରହିଛି । ଉଭୟଙ୍କ କ୍ଲୋଜ କେମେଷ୍ଟ୍ରି ଦେଖିଲେ ଯିଏ କେହି ବି ସେୟା ଭାବିବ ।
- " class="align-text-top noRightClick twitterSection" data="
">
ଚଳିତ ବର୍ଷ ପ୍ରାରମ୍ଭରେ ଦୁହେଁ ଏକାଠି ରାତ୍ରି ଭୋଜନରେ ନଜର ଆସିବା ପରେ ହ୍ରିତିକ ଏବଂ ସବା ଡେଟିଂର ଗୁଜବ ଆରମ୍ଭ ହୋଇଥିଲା । ଏହି ଭିଡିଓରେ ହ୍ରିତିକଙ୍କୁ ଏକ ଧଳା ଟି-ସାର୍ଟ ଏବଂ ନୀଳ ରଙ୍ଗର ଡେନିମରେ ଦେଖିବାକୁ ମିଳିଛି । ଏହା ସହିତ ସେ ଧଳା ମାସ୍କ, ଚଷମା, କ୍ୟାପ୍ ସହିତ ଧଳା ସ୍ନେକର୍ସ କ୍ୟାରି କରିଛନ୍ତି ।
ଯେତେବେଳେ ସବା ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରନ୍ତି, ହ୍ରିତିକ ରୋଶନ ଏହା ଉପରେ ସୁନ୍ଦର ମନ୍ତବ୍ୟ ଦିଅନ୍ତି । ଉଭୟ ପରସ୍ପରକୁ ସୁନ୍ଦର ନାମରେ ଡାକନ୍ତି । ଏହା ସହିତ, ହ୍ରିତିକ ରୋଶନଙ୍କ ଘରୁ ଖାଦ୍ୟ ପଠାଯାଇଥିଲା, ଯାହାର ଫଟୋ ସବା ସୋସିଆଲ ମିଡିଆରେ ସେୟାର କରିଥିଲେ । କହିବାକୁ ଗଲେ, ଆଜିକାଲି ହ୍ରିତିକ ତାଙ୍କ ଚଳଚ୍ଚିତ୍ର ବିକ୍ରମ ବେଦାରେ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ରରେ ସେ ସୈଫ ଅଲି ଖାନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ