ହାଇଦ୍ରାବାଦ: ପଞ୍ଜାବୀ ଗାୟକ ୟୋ ୟୋ ହନି ସିଂ ଏବଂ ପତ୍ନୀ ଶାଲିନୀ ତଲୱାର ଛାଡପତ୍ର ନେଇଛନ୍ତି । ଦିଲ୍ଲୀର ସାକେଟ ଜିଲ୍ଲା କୋର୍ଟର ଫ୍ୟାମିଲି କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି । ହନି ସିଂ ଏଲିମନି ଭାବରେ ୧ କୋଟି ଟଙ୍କା ଚେକ୍ ଏକ ସିଲ୍ଡ ଲଫାଫାରେ ଶାଲିନୀ ତାଲୱାରଙ୍କୁ ଦେଇଛନ୍ତି । ଶିଖ ରୀତିନୀତି ଅନୁଯାୟୀ ହନି ସିଂ ଏବଂ ଶାଲିନୀ ତଲୱାର ୨୩ ଜାନୁଆରୀ ୨୦୧୧ରେ ଦିଲ୍ଲୀର ଏକ ଗୁରୁଦ୍ୱାରରେ ବିବାହ କରିଥିଲେ ।
- " class="align-text-top noRightClick twitterSection" data="
">
ବିବାହ ଏତେ ଗୁପ୍ତ ଥିଲା ଯେ ତିନି ବର୍ଷ ପରେ ଗଣମାଧ୍ୟମରେ ସେମାନଙ୍କ ସମ୍ପର୍କର ଖବର ଆସିଲା । ବର୍ତ୍ତମାନ ହନି ସିଂଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ଶଲିନୀ ତଲୱାର ଗତ ବର୍ଷ କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଶାଲିନୀ ଛାଡପତ୍ର ପାଇଁ ୧୦ କୋଟି ଟଙ୍କା ମାଗିଥିଲେ କିନ୍ତୁ ସେ ଏହାଠାରୁ କମ୍ ପାଇଛନ୍ତି ।
ବିବାହର କିଛି ବର୍ଷ ପରେ ଆରମ୍ଭ ହୋଇଥିଲା ସମସ୍ୟା
କରୋନା ମହାମାରୀ ସମୟରେ ଶାଲିନୀ ପୂର୍ବତନ ସ୍ୱାମୀ ହନି ସିଂଙ୍କ ବିରୋଧରେ ଘରୋଇ ହିଂସା ଏବଂ ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବା ଭଳି ଅନେକ ଗୁରୁତର ଅଭିଯୋଗ ଆଣିଥିଲେ । ଦିଲ୍ଲୀର ସାକେଟ ଜିଲ୍ଲା କୋର୍ଟର ଫ୍ୟାମିଲି କୋର୍ଟ ବର୍ତ୍ତମାନ ହନି ସିଂ ଏବଂ ଶାଲିନୀଙ୍କ ଛାଡପତ୍ରକୁ ଅନୁମୋଦନ କରିଛନ୍ତି । ହନି ସିଂଙ୍କଠାରୁ ଅଲଗା ହେବା ବଦଳରେ ଶାଲିନୀ ପ୍ରାୟ ୧୦ କୋଟି ଟଙ୍କା ମାଗିଥିଲେ, ମାତ୍ର ତାଙ୍କୁ ମାତ୍ର ୧ କୋଟି ଟଙ୍କାରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।
ଏହି ଟଙ୍କା ତାଙ୍କୁ ଚେକ୍ ଆକାରରେ ଏକ ସିଲ୍ କଭରରେ ଦିଆଯାଇଛି । ହନି ସିଂ ଏବଂ ଶାଲିନୀ ପ୍ରାୟ ୨୦ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ । ୨୦୧୧ରେ ବିବାହର କିଛି ବର୍ଷ ପରେ, ଉଭୟଙ୍କ ମଧ୍ୟରେ ମତଭେଦ ଖବର ସାମ୍ନାକୁ ଆସିଥିଲା ।
ଅବୈଧ ସମ୍ପର୍କର ଅଭିଯୋଗ
ଶାଲିନୀ ତାଙ୍କ ଶ୍ୱଶୁର ତଥା ହନି ସିଂଙ୍କ ବାପାଙ୍କୁ ଅନୁପଯୁକ୍ତ ଭାବେ ଛୁଇଁଥିବା ଅଭିଯୋଗ କରିଥିଲେ । ତାଙ୍କ FIRରେ ସେ ହନି ସିଂଙ୍କ ପୁରା ପରିବାର ବିରୋଧରେ ଅଭିଯୋଗ କରିଥିଲେ । ହନି ସିଂଙ୍କୁ ଅଭିଯୋଗ କରି ଶାଲିନୀ ଦାବି କରିଥିଲେ ଯେ, "ବିବାହ ପରେ ମଧ୍ୟ ହନି ସିଂ ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ।" ଶାଲିନୀ ୨୦୨୧ ମସିହାରେ ଦିଲ୍ଲୀର ତିସ ହାଜାରି କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ । ଏହା ସହିତ ସେ ହନି ସିଂଙ୍କଠାରୁ ପ୍ରାୟ ୧୦ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ ।