ETV Bharat / entertainment

ସିଦ୍ଧାର୍ଥ-କିଆରାଙ୍କ ସମେତ ବିବାହ ପରେ ପ୍ରଥମ ହୋଲି ପାଳନ କରିବେ ଏହି 5 ସେଲିବ୍ରିଟି

author img

By

Published : Mar 7, 2023, 12:27 PM IST

ଜାଣନ୍ତୁ, ବିବାହ ପରେ କେଉଁ ସେଲିବ୍ରିଟି ପ୍ରଥମ ହୋଲି ପାଳନ କରିବାକୁ ଯାଉଛନ୍ତି।

ବିବାହ ପରେ ପ୍ରଥମ ହୋଲି ପାଳନ କରିବେ 5 ସେଲିବ୍ରିଟି

ମୁମ୍ବାଇ: ରଙ୍ଗର ପର୍ବ ହୋଲି । ହୋଲିରେ ସମସ୍ତେ ନିଜ ସାଥୀ, ବନ୍ଧୁ, ସମ୍ପର୍କୀୟଙ୍କ ସହ ଏକାଠି ହୋଇ ରାଗରୁଷା ଭୁଲି ପରସ୍ପର ଦେହରେ ରଙ୍ଗ ଖେଳିଥାନ୍ତି । ଫଳରେ ସମସ୍ତଙ୍କ ମଧ୍ୟରେ ସମ୍ପର୍କ ଦୃଢ ହେବା ସହ ପ୍ରେମ ମଧ୍ୟ ବଢିଥାଏ । ଏଥିପାଇଁ ହୋଲିକୁ ସାରା ଦେଶ ଧୁମଧାମରେ ପାଳନ କରିଥିବା ବେଳେ ଅନେକ ସେଲିବ୍ରିଟି ମଧ୍ୟ ସେମାନଙ୍କ ସାଥୀ, ବନ୍ଧୁ, ସମ୍ପର୍କୀୟଙ୍କ ସହ ଏହି ଦିନରେ ଖୁବ୍‌ ମଜା କରିଥାନ୍ତି । ଏହାରି ମଧ୍ୟରେ ଆମେ କିଛି ଏଭଳି ସେଲିବ୍ରିଟିଙ୍କ କଥା କହିବାକୁ ଯାଉଛୁ, ଯେଉଁମାନେ ବିବାହ ପରେ ସେମାନଙ୍କର ପ୍ରଥମ ହୋଲି ପାଳନ କରିବାକୁ ଯାଉଛନ୍ତି । ସେଲିବ୍ରିଟିଙ୍କ ମଧ୍ୟରେ 5 ଦମ୍ପତି ଅଛନ୍ତି, ଯେଉଁମାନେ ବିବାହ ପରେ ସେମାନଙ୍କର ପ୍ରଥମ ହୋଲି ପାଳନ କରିବାକୁ ଯାଉଛନ୍ତି । ସେଲିବ୍ରିଟି ହେଲେ ରଣବୀର କପୁର ଏବଂ ଆଲିଆ ଭଟ୍ଟ, ଅଲି ଫଜଲ ଏବଂ ରିଚା ଚଡ୍ଡା, ହାନସିକା ମୋଟୱାନି ଏବଂ ସୋହେଲ କାଥୁରିଆ, କେ.ଏଲ୍ ରାହୁଲ ଏବଂ ଆଥିଆ ଶେଟ୍ଟୀ, ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ।

ବଲିଉଡର ତାରକା ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟ ଗତ ବର୍ଷ ଏପ୍ରିଲ 14 (2022)ରେ ବିବାହ କରିଥିଲେ । ହୋଲିର ପରବର୍ତ୍ତୀ ମାସରେ ଏହି ଦମ୍ପତି ବିବାହ କରିଥିଲେ । ଏଭଳି ପରିସ୍ଥିତିରେ ସେ ଏକାଠି ହୋଲି ଖେଳିବାରୁ ବଞ୍ଚିତ ହୋଇଥିଲେ, କିନ୍ତୁ ଏହି ହୋଲି ଦମ୍ପତିଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର, କାରଣ ସେ ତାଙ୍କ ଝିଅ ରାହାଙ୍କ ସହ ଏହି ପର୍ବକୁ ଉପଭୋଗ କରିବେ ।

ବଲିଉଡର ଆଉ ଏକ ସୁନ୍ଦର ଦମ୍ପତି ଅଲି ଫଜଲ ଏବଂ ରିଚା ଚଡ୍ଡା ଚଳିତ ବର୍ଷ ସେମାନଙ୍କର ପ୍ରଥମ ହୋଲି ପାଳନ କରିବାକୁ ଯାଉଛନ୍ତି। ଅକ୍ଟୋବର 4 ରେ ରାଜଧାନୀ ଦିଲ୍ଲୀରେ ଏହି ଦମ୍ପତି ବିବାହ କରିଥିଲେ । ବଲିଉଡରେ ଶିଶୁ ଅଭିନେତ୍ରୀ ଭାବରେ କ୍ୟାରିଅର୍ ଆରମ୍ଭ କରିଥିବା ଅଭିନେତ୍ରୀ ହାନସିକା ମୋଟୱାନି ସାଉଥ୍ ସିନେମାରେ ଜଣେ ମୁଖ୍ୟ ଅଭିନେତ୍ରୀ ଭାବରେ ସକ୍ରିୟ ଅଛନ୍ତି । 4 ଡିସେମ୍ବର 2022ରେ ହାନସିକା ପ୍ରେମିକ ସୋହେଲ କାଥୁରିଆଙ୍କ ସହ ସାତଫେରା ନେଇଥିଲେ ଏବଂ ବିବାହ ପରେ ଏହା ତାଙ୍କର ପ୍ରଥମ ହୋଲି ।

ଚଳିତ ବର୍ଷ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀଙ୍କ ସହ ଟିମ୍ ଇଣ୍ଡିଆ ଓପନର୍ କେ.ଏଲ୍ ରାହୁଲଙ୍କ ବିବାହ ହୋଇଥିଲା । ଜାନୁଆରୀ 27ରେ ସୁନୀଲ ଶେଟ୍ଟୀଙ୍କ ଚାନ୍ଦଲା ଫାର୍ମ ହାଉସରେ ଏହି ଦମ୍ପତି ରାଜକୀୟ ଶୈଳୀରେ ବିବାହ କରିଥିଲେ । ବର୍ତ୍ତମାନ ଏହି ଦମ୍ପତି ସେମାନଙ୍କର ପ୍ରଥମ ହୋଲି ଉତ୍ସବ ପାଳିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ସେହିପରି ଚଳିତ ବର୍ଷ ଫେବୃଆରୀ 7 ତାରିଖରେ ବଲିଉଡର ଅନ୍ୟତମ ସୁନ୍ଦର ଦମ୍ପତି ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦମ୍ପତି ପ୍ରଥମେ ସମ୍ପର୍କୀୟମାନଙ୍କୁ ଏବଂ ପରେ ମୁମ୍ବାଇର ସେଲିବ୍ରିଟିମାନଙ୍କୁ ଏକ ବଡ଼ ପାର୍ଟି ଦେଇଥିଲେ । ତେବେ ଏବେ ଏହି କପଲ ମଧ୍ୟ ହୋଲି ପ୍ରଥମ ଥର ପାଳନ କରିବାକୁ ଯାଉଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.