ETV Bharat / entertainment

ଭାଙ୍ଗିଲା ହିନାଙ୍କ ହୃଦୟ, ପ୍ରେମରେ ମିଳିଲା ଧୋକା ! ଭାଇରାଲ ହେଉଛି ଇନଷ୍ଟା ପୋଷ୍ଟ

author img

By

Published : Dec 7, 2022, 11:42 AM IST

Hina Khan Cryptic Post About Betrayal: ଧୋକାବାଜ୍‌ ଉପରେ ହିନା ଏକ ପୋଷ୍ଟ ଲେଖିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ହିନା ଖାନଙ୍କୁ ପ୍ରେମରେ ମିଳିଲା ଧୋକା ! ଭାଇରାଲ ହେଉଛି ଅଭିନେତ୍ରୀଙ୍କ କ୍ରିପ୍ଟିକ୍ ପୋଷ୍ଟ

ହାଇଦ୍ରାବାଦ: ଟିଭିର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କ ବିଷୟରେ ବଡ ଖବର ସାମ୍ନାକୁ ଆସିଛି । ହିନା ଖାନ ଯେବେଠୁ ତାଙ୍କ ଇନଷ୍ଟା ଷ୍ଟୋରୀରେ ଧୋକାବାଜ୍‌କୁ ନେଇ ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରିଛନ୍ତି, ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଅଭିନେତ୍ରୀଙ୍କ ପ୍ରେମ ଜୀବନରେ କିଛି ଗଡବଡ ଚାଲିଛି । ଟିଭିର ରକିଂ ତଥା ସବୁଠାରୁ ଆକର୍ଷଣୀୟ ଯୋଡି ହିନା ଖାନ ଏବଂ ରକି ଜୟସୱାଲଙ୍କ ବ୍ରେକଅପ୍‌କୁ ନେଇ ବର୍ତ୍ତମାନ କଳ୍ପନାଜଳ୍ପନା ଚାଲିଛି ।

ହିନା ଖାନଙ୍କ ପୋଷ୍ଟ
ହିନା ଖାନଙ୍କ ପୋଷ୍ଟ

ହିନା ଖାନଙ୍କ କ୍ରିପ୍ଟିକ୍ ପୋଷ୍ଟ

ଏହି ଖବର ଶୁଣିବା ପରେ ହିନାଙ୍କ ପ୍ରଶଂସକଙ୍କୁ ବଡ ଝଟକା ଲାଗିଛି । ସୋସିଆଲ ମିଡିଆରେ ହିନା ଖାନଙ୍କ ପାଇଁ ପ୍ରଶଂସକମାନେ ଚିନ୍ତାରେ ଅଛନ୍ତି । ଇନଷ୍ଟା ଷ୍ଟୋରୀରେ ବିଳମ୍ବିତ ରାତିରେ ହିନା ଖାନ ଏକ ପୋଷ୍ଟ ଲେଖିଥିଲେ - ଧୋକା ହିଁ ଏକମାତ୍ର ସତ୍ୟ, ଯାହା ସବୁଦିନ ପାଇଁ ରହିଯାଏ । ଦ୍ୱିତୀୟ ପୋଷ୍ଟରେ, ହିନା ସମ୍ପର୍କ ବିଷୟରେ ଅନେକ କଥା କହିଥିଲେ । ସେ ଲେଖିଛନ୍ତି- ଯିଏ ଆପଣଙ୍କୁ ଧୋକା ଦେଇଛି ତା' ଉପରେ କେବେ ଅନ୍ଧ ଭାବରେ ବିଶ୍ୱାସ କରିବା ପାଇଁ ନିଜକୁ କ୍ଷମା କରିବାକୁ ଭୁଲିବେ ନାହିଁ । ବେଳେବେଳେ ଗୋଟେ ଭଲ ହୃଦୟ ଖରାପ ଜିନିଷ ଦେଖେ ନାହିଁ । ହିନା ଖାନଙ୍କ ଏହି କ୍ରିପ୍ଟିକ୍ ପୋଷ୍ଟ ଗୁଡିକ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି ।

ହିନା ଖାନଙ୍କ ପୋଷ୍ଟ
ହିନା ଖାନଙ୍କ ପୋଷ୍ଟ

ଭାଙ୍ଗିଗଲା କି ହିନାଙ୍କ ସମ୍ପର୍କ?

ପ୍ରଶଂସକମାନେ ସନ୍ଦେହ କରୁଛନ୍ତି ଯେ, ହିନା ଏବେ ଅସୁବିଧାରେ ଅଛନ୍ତି । ଅନ୍ୟଥା, ହିନା ଆଜି ପର୍ଯ୍ୟନ୍ତ ଏପରି ପୋଷ୍ଟ କେବେ ସେୟାର କରିନଥିଲେ । ହିନା ବର୍ତ୍ତମାନ ଇନଷ୍ଟା ଷ୍ଟୋରୀରୁ ଏହି ପୋଷ୍ଟ ଗୁଡିକ ଡିଲିଟ୍ କରିଦେଇଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ହିନାଙ୍କ ପୋଷ୍ଟର ସ୍କ୍ରିନସଟ ଭାଇରାଲ ହୋଇଛି । ପ୍ରଶଂସକମାନେ କେବଳ ପ୍ରାର୍ଥନା କରୁଛନ୍ତି ଯେ ତାଙ୍କର ଏବଂ ରକି ମଧ୍ୟରେ ସବୁକିଛି ଠିକ୍ ଥାଉ ।

ଏପଟେ ଲୋକମାନେ ହିନାଙ୍କୁ ପୂର୍ଣ୍ଣ ସମର୍ଥନ ଦେଉଛନ୍ତି । ହିନାଙ୍କୁ ଦୃଢ ରହିବାକୁ କହୁଛନ୍ତି । ତଥାପି, କିଛି ଲୋକ ଅଛନ୍ତି ଯେଉଁମାନେ ବିଶ୍ବାସ କରୁଛନ୍ତି ଯେ ହିନାଙ୍କ ପ୍ରେମ ଜୀବନରେ ସବୁ ଠିକ୍ ଚାଲିଛି । ତାଙ୍କର ନୂଆ ପ୍ରୋଜେକ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ଏହା କେବଳ ଏକ ଉପାୟ । ଏହା ଏକ ପ୍ରୋତ୍ସାହନମୂଳକ ରଣନୀତି ହୋଇପାରେ ।

ଫ୍ୟାନ୍ସଙ୍କ ପସନ୍ଦ ହିନା-ରକି ଯୋଡି

ହିନା ଏବଂ ରକି ବର୍ଷ ବର୍ଷ ଧରି ଏକାଠି ଅଛନ୍ତି । ତାଙ୍କର ବିବାହ ଖବର ଅନେକ ଥର ଭାଇରାଲ ହୋଇଛି । କିନ୍ତୁ ଉଭୟ ହିନା ଏବଂ ରକି ଏହା ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ବିବାହକୁ ନେଇ କୌଣସି ଯୋଜନା ନାହିଁ। 2009 ରେ ହିନା ଖାନ ଏବଂ ରକି ସାକ୍ଷାତ ହୋଇଥିଲେ । ସିରିଏଲ 'ୟେ ରିସ୍ତା କ୍ୟା କେହଲାତା ହୈ'ର ସେଟରେ ସେମାନେ ଭେଟିଥିଲେ । ସେବେଠାରୁ ଦୁହେଁ ଏକାଠି ଅଛନ୍ତି । ପ୍ରାୟତଃ ଉଭୟ ଏକାଠି ସମୟ ବିତାଉଥିବାର ଦେଖାଯାଏ । ଜୀବନର ପ୍ରତ୍ୟେକ କଠିନ ସମୟରେ ହିନା ଏବଂ ରକି ପରସ୍ପରକୁ ସମର୍ଥନ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.