ETV Bharat / entertainment

Kajol: ରାଜନେତାଙ୍କୁ ଅଶିକ୍ଷିତ କହି ଟ୍ରୋଲ ହେଲେ କାଜୋଲ

author img

By

Published : Jul 9, 2023, 1:26 PM IST

ରାଜନେତାଙ୍କ ଶିକ୍ଷାଗତ ପୃଷ୍ଠଭୂମି ଉପରେ ମନ୍ତବ୍ୟ ଦେଇ ବିବାଦରେ ବଲିଉଡ ଅଭିନେତ୍ରୀ କାଜୋଲ । ସୋସିଆଲ ମିଡିଆରେ ଏହା ଭାଇରାଲ ପରେ ଟ୍ରୋଲର ଶିକାର ହୋଇଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ,

ରାଜନେତାଙ୍କୁ ଅଶିକ୍ଷିତ କହି ଟ୍ରୋଲ ହେଲେ କାଜୋଲ

ହାଇଦ୍ରାବାଦ: ବିବାଦରେ ବଲିଉଡ ଅଭିନେତ୍ରୀ କାଜୋଲ । ନିକଟରେ ଏକ ସାକ୍ଷାତକାରରେ କାଜୋଲ ଦେଶର ରାଜନେତାଙ୍କ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ, ଏହି ଦେଶର ଲୋକଙ୍କୁ ଅଶିକ୍ଷିତ ରାଜନେତାମାନେ ଶାସନ କରୁଛନ୍ତି । ତାଙ୍କ ସାକ୍ଷାତକାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଫଳରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି । ଟ୍ରୋଲ ପରେ ଅଭିନେତ୍ରୀ ନିଜ ସ୍ପଷ୍ଟୀକରଣ ଦେଇଛନ୍ତି ।

ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଅଭିନେତ୍ରୀ ଏବେ ମୁହଁ ଖୋଲିଛନ୍ତି ଏବଂ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, "ମୁଁ କେବଳ ଶିକ୍ଷା ଏବଂ ଏହାର ଗୁରୁତ୍ୱ ବିଷୟରେ କହୁଥିଲି । ମୋର ଉଦ୍ଦେଶ୍ୟ କୌଣସି ରାଜନେତାଙ୍କୁ ଅପମାନିତ କରିବା ନୁହେଁ । ଆମର କିଛି ମହାନ ନେତା ଅଛନ୍ତି ଯେଉଁମାନେ ଦେଶକୁ ସଠିକ୍ ମାର୍ଗରେ ନେଉଛନ୍ତି ।"

  • I was merely making a point about education and its importance. My intention was not to demean any political leaders, we have some great leaders who are guiding the country on the right path.

    — Kajol (@itsKajolD) July 8, 2023 " class="align-text-top noRightClick twitterSection" data=" ">

ସାକ୍ଷାତକାରରେ କ'ଣ କହିଥିଲେ କାଜୋଲ ?

କାଜୋଲ ଏକ ସାକ୍ଷାତକାରରେ ଦେଶରେ ମହିଳା ସଶକ୍ତିକରଣ ବିଷୟରେ କଥାବାର୍ତ୍ତା । ସେ କହିଥିଲେ, ଭାରତ ଭଳି ଦେଶରେ ପରିବର୍ତ୍ତନ ବହୁତ ଧୀର ରହିଛି । କାରଣ ଲୋକମାନେ ପରମ୍ପରା ତଥା ଚିନ୍ତାରେ ବୁଡି ରହୁଛୁ ଏବଂ ଅବଶ୍ୟ ଏହାଶିକ୍ଷା ସହ ଜଡିତ । ଆପଣଙ୍କ ପାଖରେ ଏମିତି ରାଜନୈତିକ ନେତା ଅଛନ୍ତି, ଯାହାଙ୍କ ଏଜୁକେସନାଲ ବ୍ୟାକଗ୍ରାଉଣ୍ଡ ନାହିଁ । ମୁଁ ଦୁଃଖିତ, କିନ୍ତୁ ମୁଁ ବାହାରକୁ ଯାଇ ଏହା କହିବି । ନେତାଙ୍କ ମଧ୍ୟରେ ଅନେକ ଅଛନ୍ତି ଯେଉଁମାନେ ଦୂରଦୃଷ୍ଟି ବିନା ଦେଶକୁ ଶାସନ କରୁଛନ୍ତି । ମୁଁ ଭାବୁଛି ଏହା କେବଳ ଶିକ୍ଷାରୁ ମିଳିଥାଏ । ଶିକ୍ଷା ଅତି କମରେ ଆପଣଙ୍କୁ ଏକ ଭିନ୍ନ ଦୃଷ୍ଟିକୋଣ ଦେଖିବାର ସୁଯୋଗ ଦେଇଥାଏ । ଏହି ମନ୍ତବ୍ୟ ଭାଇରାଲ ପରେ କଡା ସମାଲୋଚନାର ସମ୍ମୁଖୀନ ହୋଇଥିଲେ କାଜୋଲ ।

ଏହା ମଧ୍ୟ ପଢନ୍ତୁ: ଲଷ୍ଟ ଷ୍ଟୋରୀ 2ର ରିଲିଜ ପୂର୍ବରୁ ଫିମେଲ ପ୍ଲେଜରକୁ ନେଇ ଏଭଳି କହିଲେ କାଜୋଲ

କାଜୋଲଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ନିକଟରେ ରିଲିଜ ହୋଇଥିବା ୱେବ ସିରିଜ ଲଷ୍ଟ ଷ୍ଟୋରୀ-2ରେ ଦେଖିବାକୁ ମିଳିଛି । ତାଙ୍କୁ ବର୍ତ୍ତମାନ ଡିସ୍ନି ପ୍ଲସ୍ ହଟଷ୍ଟାରଙ୍କ କୋର୍ଟ ରୁମ୍ ଡ୍ରାମା ସିରିଜ୍ 'ଦି ଟ୍ରାଏଲ୍: ପ୍ୟାର୍, କାନନ୍, ଧୋକା'ରେ ଦେଖିବାକୁ ମିଳିବ । ଯାହା ଆମେରିକୀୟ ଧାରାବାହିକ' ଦି ଗୁଡ୍ ୱାଇଫ୍'ର ହିନ୍ଦୀ ଆଡପ୍ଟେସନ୍ ଅଟେ । ସେ ଏହି ସିରିଜରେ ଜଣେ ଓକିଲ ଭୂମିକାରେ ନଜର ଆସିବେ । ଏଥିସହ କ୍ରିତି ସାନନଙ୍କ ପ୍ରଥମ ପ୍ରଡକ୍ସନରେ ନିର୍ମିତ ଫିଲ୍ମ 'ଦୋ ପତି' (Do Patti)ରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.