ETV Bharat / entertainment

ଗଦର 2 ଦେଖିଲେ ହେମା ମାଲିନୀ, ସନ୍ନି ଦେଓଲଙ୍କ କଲେ ପ୍ରଶଂସା

author img

By

Published : Aug 20, 2023, 10:21 AM IST

ସନ୍ନି ଦେଓଲଙ୍କ ଫିଲ୍ମ ଗଦର 2 ବକ୍ସ ଅଫିସରେ ଧମାକା କରୁଛି । ଏହାରି ମଧ୍ୟରେ ବର୍ତ୍ତମାନ ସନ୍ନିଙ୍କ ଫିଲ୍ମ ଦେଖିଛନ୍ତି ହେମା ମାଳିନୀ । ଫିଲ୍ମକୁ ନେଇ ଅଭିନେତ୍ରୀ ନିଜ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଅଧିକ ପଢନ୍ତୁ

ଗଦର 2 ଦେଖିଲେ ହେମା ମାଲିନୀ, ସନ୍ନି ଦେଓଲଙ୍କ କଲେ ପ୍ରଶଂସା
ଗଦର 2 ଦେଖିଲେ ହେମା ମାଲିନୀ, ସନ୍ନି ଦେଓଲଙ୍କ କଲେ ପ୍ରଶଂସା

ମୁମ୍ବାଇ: ଦିନକୁ ଦିନ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ଅଭିନୀତ ଚଳଚ୍ଚିତ୍ର 'ଗଦର ୨'ର କ୍ରେଜ ବଢିବାରେ ଲାଗିଛି । ଭାରତ ତଥା ବିଶ୍ବରେ ଫିଲ୍ମକୁ ଲୋକେ ବେଶ ପସନ୍ଦ କରୁଛନ୍ତି । ଫିଲ୍ମରେ ସନ୍ନି ଏବଂ ଅମୀଷାଙ୍କ ଅନ୍-ସ୍କ୍ରିନ୍ ରୋମାନ୍ସ ପୁଣି ଦେଖିବାକୁ ମିଳିଥିବାବେଳେ ତାରା ସିଂଙ୍କ ଆକ୍ସନ୍ ସିନ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି । ଏହିପରି ଭାବେ ଭାରତୀୟ ସିନେମା ଇତିହାସରେ ଅନ୍ୟତମ ବ୍ଲକବଷ୍ଟର ଏହି ଫିଲ୍ମ ଭାବେ ବିବେଚନା ହୋଇପାରିଛି । ଅନେକ ସେଲିବ୍ରିଟି ଏହି ଫିଲ୍ମ ଦେଖି ପ୍ରଶଂସା କରିଥିବା ବେଳେ ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ପତ୍ନୀ ତଥା ଅଭିନେତ୍ରୀ ହେମା ମାଲିନୀ ସନ୍ନିଙ୍କ ଫିଲ୍ମ ଦେଖିଛନ୍ତି । ଫିଲ୍ମର ପ୍ରଶଂସା କରିଛନ୍ତି । ପୂର୍ବରୁ ସନ୍ନିଙ୍କ ଭଉଣୀ ତଥା ହେମାଙ୍କ ଝିଅ ଇଶା ଏବଂ ଆହାନା ଦେଓଲ ଫିଲ୍ମ ଦେଖିସାରିଛନ୍ତି ।

ଅଗଷ୍ଟ 19 ରେ ମୁମ୍ବାଇର ଏକ ଥିଏଟର ବାହାରେ ସନ୍ନି ଦେଓଲଙ୍କ ଗଦର 2 ଦେଖି ବାହାରୁଥିବାର ନଜର ଆସିଥିଲେ ଡ୍ରିମ୍ ଗାର୍ଲ ଅଭିନେତ୍ରୀ ହେମା ମାଲିନୀ । ବାହାରେ ପାପାରାଜିଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ଫିଲ୍ମକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ ଫିଲ୍ମର ଭୂୟଂସୀ ପ୍ରଶଂସା କରିଛନ୍ତି । ସେ ଫିଲ୍ମକୁ 'ଦମଦାର' ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ପାଇଁ ଫିଲ୍ମ ଏକ ଭଲ ବାର୍ତ୍ତା ଅଛି । ସେ ଆହୁରି କହିଛନ୍ତି, 'ମୁଁ ଗଦର-୨ ଦେଖି କରି ଆସିଛି । ଏହା ବହୁତ ଭଲ ଲାଗିଲା । ଯାହା ଆଶା କରାଯାଉଥିଲା ତାହା ମଧ୍ୟ ସମାନ ଥିଲା । ବହୁତ ଦମଦାର ଥିଲା । ଲାଗୁଥିଲା ଯେ ଅନିଲ ଶର୍ମା ସେହି ଯୁଗ ଆଣିଛନ୍ତି ଯାହା 70 ଏବଂ 80 ଦଶକର ଚଳଚ୍ଚିତ୍ରରେ ଥିଲା । ବହୁତ ସୁନ୍ଦର ଭାବେ ଫିଲ୍ମକୁ ପ୍ରସ୍ତୁତ କରାଯାଇଛି ।

ସନ୍ନି ଦେଓଲ ଏବଂ ଫିଲ୍ମର ଟିମକୁ ମଧ୍ୟ ପ୍ରଶଂସା କରି ହେମା ମାଲିନୀ କହିଛନ୍ତି, 'ସନ୍ନି ଅତ୍ୟନ୍ତ ଦମଦାର, ଅନିଲ ଶର୍ମାଙ୍କ ପୁଅ ଉତ୍କଳ ମଧ୍ୟ ସୁନ୍ଦର ଅଭିନୟ କରିଛନ୍ତି । ନୂଆ ଝିଅ ସିମରତ କୌର ମଧ୍ୟ ବହୁତ ସୁନ୍ଦର ଅଟନ୍ତି । ଏହି ଫିଲ୍ମ ଦେଖି ଦେଶ ପ୍ରତି ଏକମାତ୍ର ଭାବନା ଆସୁଛି ଦେଶପ୍ରେମ । ଭାଇଚାରା ପ୍ରସଙ୍ଗ ଯାହା ମୁସଲମାନମାନଙ୍କ ପ୍ରତି ହେବା ଉଚିତ୍ ତାହା ଶେଷକୁ ଅଣାଯାଇଛି । ଭାରତ ଏବଂ ପାକିସ୍ତାନ ପାଇଁ ଏହା ଏକ ଭଲ ବାର୍ତ୍ତା ।

ଏହା ମଧ୍ୟ ପଢନ୍ତୁ: Gadar 2ର ସଫଳତା ପରେ Border 2 ତୟାରି, ପୁଣି ଧମାଲ କରିବେ ସନ୍ନି ଦେଓଲ

ସୂଚନା ଥାଉ କି, ହେମା ମାଳିନୀ ଧର୍ମେନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ ଏବଂ ସେ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀଙ୍କ ସନ୍ତାନ ସନ୍ନି ଦେଓଲ ଏବଂ ବବି ଦେଓଲଙ୍କଠାରୁ ଦୂରରେ ରହିଛନ୍ତି । ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ବିବାହ କରିଥିଲେ । ହେମା ମାଲିନୀ ଏଥିରେ ଯୋଗ ଦେଇନଥିଲେ । ଏହା ବ୍ୟତୀତ ହେମାଙ୍କ ଝିଅମାନେ ମଧ୍ୟ ସନ୍ନି ଦେଓଲ ଏବଂ ତାଙ୍କ ପରିବାର ଠାରୁ ଦୂରରେ ରୁହନ୍ତି । ଯଦିଓ କିଛି ଦିନ ପୂର୍ବରୁ ସନ୍ନି ଦେଓଲ ଏବଂ ବବି ଦେଓଲଙ୍କ ସହ ଇଶା ଦେଓଲଙ୍କୁ ଦେଖିବାକୁ ମିଳିଥିଲା । ପ୍ରଥମ ଥର ପାଇଁ ଭାଇଭଉଣୀମାନେ ଏକାଠି ସ୍ପଟ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.