ETV Bharat / entertainment

Thalaivar 170: ୩୩ ବର୍ଷ ପରେ ରଜନୀକାନ୍ତଙ୍କ ସହ ଧମାକା କରିବେ ବିଗ ବି

author img

By ETV Bharat Odisha Team

Published : Oct 26, 2023, 8:11 AM IST

ରଜନୀକାନ୍ତଙ୍କ ଆଗାମୀ ଚଳଚ୍ଚିତ୍ର ଥଲାଇୱର୍ 170ରେ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ । ୩୩ ବର୍ଷ ପରେ ରଜନୀକାନ୍ତ ବିଗ ବିଙ୍କ ସହ ଏକାଠି ନଜର ଆସିବେ । ଅଧିକ ପଢନ୍ତୁ

୩୩ ବର୍ଷ ପରେ ରଜନୀକାନ୍ତଙ୍କ ସହ ଧମାକା କରିବେ ବିଗ ବି

ହାଇଦ୍ରାବାଦ: ୩୩ ବର୍ଷ ପରେ ପରଦାରେ ଏକାଠି ନଜର ଆସିବାକୁ ଯାଉଛନ୍ତି ସାଉଥ ମେଗାଷ୍ଟାର ରଜନୀକାନ୍ତ ଏବଂ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ଥଲାଇୱର୍ 170ରେ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ । ସୋସିଆଲ ମିଡିଆରେ ରଜନୀକାନ୍ତ ବିଗ ବିଙ୍କ ସହ ଫିଲ୍ମ ସେଟରୁ ଏକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଦେଇଛନ୍ତି । ଏହି ଖବର ଶୁଣି ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦ୍ବିଗୁଣିତ ହୋଇଛି ।

ରଜନୀକାନ୍ତ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ବିଗ ବିଙ୍କ ସହ କାମ କରିବା ନେଇ ଖୁସି ଜାହିର କରିଛନ୍ତି । ଏହି ପୋଷ୍ଟରରେ ରଜନୀକାନ୍ତ ଅମିତାଭଙ୍କ ସହ ନଜର ଆସିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ୩୩ ବର୍ଷ ପରେ, ମୁଁ ଟିଜେ ଜ୍ଞାନବେଲଙ୍କ ନିର୍ଦ୍ଦେଶିତ ଫିଲ୍ମ ଥଲାଇୱର୍ 170ରେ ନିଜ ପରାମର୍ଶଦାତା ଅମିତାଭ ବଚ୍ଚନଙ୍କ ସହ କାମ କରୁଛି । ମୁଁ ଏନେଇ ବହୁତ ଖୁସି ଅନୁଭବ କରୁଛି । ଏହି ପୋଷ୍ଟ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟାରେ ଫିଲ୍ମକୁ ନେଇ ଉତ୍ସାହିତ ଥିବା କହିଛନ୍ତି ।

ସୂଚନା ଥାଉ କି, ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତ ୧୯୯୧ରେ ଫିଲ୍ମ 'ହମ ତୁମ' ରେ ନଜର ଆସିଥିଲେ । ଏହା ସହ ଫିଲ୍ମ 'ଗିରଫତାର' ରେ ମଧ୍ୟ ଏହି ଯୋଡିକୁ ଦେଖିବାକୁ ମିଳିଥିଲା । ତେବେ ଲାଇକା ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ଥାଲାଇୱର୍ 170, ମୁଖ୍ୟ ଭୂମିକାରେ ରଜନୀକାନ୍ତ, ଅମିତାଭ ବଚ୍ଚନଙ୍କ ସମେତ ଫହାଦ୍ ଫାସିଲ ଏବଂ ରାଣା ଡଗଗୁବତୀ ନଜର ଆସିବେ । ଏହି ଚଳଚ୍ଚିତ୍ରର ଅନ୍ୟ କଳାକାରମାନଙ୍କ ମଧ୍ୟରେ ମଞ୍ଜୁ ୱାରିଅର୍, ଦୁଶାରା ଏବଂ ରିତିକା ସିଂ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଭାରତର ସବୁଠାରୁ ଦାମୀ ଅଭିନେତା ରଜନୀକାନ୍ତ, ଜେଲରର ଫି ଜାଣିଲେ ଉଡିଯିବ ହୋସ୍

ଏଥିସହ, ରଜନୀକାନ୍ତ ନିଜ ଝିଅ ଐଶ୍ୱର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲାଲ ସଲାମ'ରେ ମଧ୍ୟ ନଜର ଆସିବେ । ଝିଅର ଫିଲ୍ମରେ ରଜନୀକାନ୍ତ ଏକ କ୍ୟାମିଓ ରୋଲରେ ନଜର ଆସିବେ । ଏହି ଫିଲ୍ମରେ ସେ ଜଣେ ମୁସଲମାନ ଚରିତ୍ରରେ (ମୋଇଦ୍ଦିନ ଭାଇ) ନଜର ଆସିବେ । ଏହି ଫିଲ୍ମ ଚଳିତ ବର୍ଷ ଶେଷ ସୁଦ୍ଧା ରିଲିଜ କରିବ ବୋଲି କୁହାଯାଉଛି । ଲୋକେଶ କନାଗରାଜଙ୍କ ସହ ତାଙ୍କର ଆଉ ଏକ ଫିଲ୍ମ ଥଲାଇୱର୍ ୧୭୧ ମଧ୍ୟ ଆସୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.