ETV Bharat / entertainment

ବିବାହ ଖବର ଲୁଚାଉଛନ୍ତି କି ରାଘବ-ପରିଣୀତି, ଖୁଲାସା କଲେ ହାର୍ଡି ସାନ୍ଧୁ

author img

By

Published : Mar 31, 2023, 1:39 PM IST

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ନେତା ରାଘବ ଚଢାଙ୍କ ସମ୍ପର୍କ ନେଇ ଲୋକପ୍ରିୟ ପଞ୍ଜାବୀ ଗାୟକ ହାର୍ଡି ସାନ୍ଧୁଙ୍କ ଖୁଲାସା । କହିଲେ ଉଭୟ କରିବା ବିବାହ । ଅଧିକ ପଢନ୍ତୁ,

ପରିଣୀତି ଚୋପ୍ରା ଏବଂ ରାଘବ ଚଢା ବିବାହ କରିବେ; ଗାୟକ ହାର୍ଡି ସାନ୍ଧୁ

ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାସଂଦ ରାଘବ ଚଢାଙ୍କ ବିବାହ ନେଇ ଉଭୟ ହେଡଲାଇନରେ ରହିଆସୁଛନ୍ତି । ଉଭୟ କପଲକୁ ପ୍ରାୟତଃ ସ୍ଥାନରେ ଏକାଠି ଦେଖିବାକୁ ମିଳିଥିବା ବେଳେ ପରିଣୀତିଙ୍କୁ ପ୍ରସିଦ୍ଧ ଡିଜାଇନର ମନୀଷ ମଲହୋତ୍ରାଙ୍କ ଘରେ ମଧ୍ୟ ଦେଖିବାକୁ ମିଳିଥିଲା । ଏଥିସହ ନିକଟରେ ଜଣେ ଆପ୍ ନେତା ମଧ୍ୟ ଦୁହିଁଙ୍କ ସମ୍ପର୍କ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଏହାରି ମଧ୍ୟରେ ଉଭୟଙ୍କୁ ନେଇ ପଞ୍ଜାବୀ ଗାୟକ ତଥା ଅଭିନେତା ହାର୍ଡି ସାନ୍ଧୁ ମଧ୍ୟ ଏକ ଖୁଲାସା କରିଛନ୍ତି । ସେ କହିଛନ୍ତି ପରିଣୀତି ରାଘବଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏବଂ ଏନେଇ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।

ତେବେ ସୋସିଆଲ ମିଡିଆରେ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ପଟୋ ଏବଂ ଭିଡିଓ ଭାଇରାଲ ହେବା ଦିନ ଠାରୁ ଫ୍ୟାନ୍ସ କେବଳ ଗୋଟିଏ ପ୍ରଶ୍ନ କରିଚାଲିଛନ୍ତି । ଏହା କି ପରିଣୀତି ପ୍ରକୃତରେ ଆପ୍ ନେତା ରାଘବ ଚଢାଙ୍କୁ ବିବାହ କରିବାକୁ ଯାଉଛନ୍ତି କି ? ଏହାରି ମଧ୍ୟରେ ବର୍ତ୍ତମାନ ପଞ୍ଜାବୀ ଗାୟକ ତଥା ଅଭିନେତା ହାର୍ଡି ସାନ୍ଧୁ ମଧ୍ୟ ଏହି ଖବରକୁ ନିଶ୍ଚିତ କରିଥିବା ଦେଖିବାକୁ ମିଳିଛି । ହାର୍ଡି ସାନ୍ଧୁ ଗତ ବର୍ଷ 'କୋଡ୍ ନାମ: ତିରଙ୍ଗା' ଫିଲ୍ମରେ ପରିଣୀତି ଚୋପ୍ରାଙ୍କ ସହ କାମ କରିଥିଲେ ଏବଂ ଏହି ଫିଲ୍ମର ସୁଟିଂ ସମୟରେ ପରିଣୀତି ହାର୍ଡିଙ୍କୁ ବିବାହ ବିଷୟରେ କହିଥିବା ହାର୍ଡି କହିଥିଲେ ।

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ପଞ୍ଜାବୀ ଗାୟକ କହିଛନ୍ତି ଯେ ପରିଣୀତି ଚୋପ୍ରା ଶେଷରେ ବିବାହ କରୁଛନ୍ତି, ମୁଁ ତାଙ୍କ ପାଇଁ ବହୁତ ଖୁସି ଏବଂ ତାଙ୍କୁ ଅଭିନନ୍ଦନ ଜଣାଉଛି । କଣ୍ଠଶିଳ୍ପୀ କହିଛନ୍ତି,'ଯେତେବେଳେ ମୁଁ ପରିଣୀତି ସହ ଫିଲ୍ମ କୋଡ୍ ନାମ-ତିରଙ୍ଗା ପାଇଁ ସୁଟିଂ କରୁଥିଲୁ, ସେହି ସମୟରେ ସେମାନଙ୍କ ବିବାହ ବିଷୟରେ କଥାବାର୍ତ୍ତା ଚାଲିଥିଲା, ସେତେବେଳେ ପରିଣୀତି କହିଥିଲେ ଯେ, ସେ ଭଲ ପୁଅ ପାଇଛନ୍ତି ଏବଂ ବିବାହ କରିବାକୁ ଚାହୁଁଛନ୍ତି । ଏଥିସହ ସେ ଏଥିପାଇଁ ପରିଣୀତିଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

ସୂଚନା ଥାଉକି, ଏହାପୂର୍ବରୁ ଆପ୍ ନେତା ସଞ୍ଜୀବ ଆରୋରା ଉଭୟଙ୍କ ସମ୍ପର୍କକୁ ନେଇ ଅଭିନନ୍ଦନ ଜଣାଇଥିଲେ । ସଞ୍ଜୀବ ଆରୋରାଙ୍କ ଟ୍ବିଟ କରି ଲେଖିଥିଲେ "ମୁଁ ରାଘବ ଏବଂ ପରିଣୀତିଙ୍କୁ ଅଭିନନ୍ଦନ ଜଣାଉଛି । ମୋର ଶୁଭେଚ୍ଛା ସେମାନଙ୍କ ସହ ଅଛି । ତେବେ ଖୁବ ଭାଇରାଲ ହୋଇଥିଲା । ତେବେ କିଛି ଦିନ ପୂର୍ବରୁ ଯେତେବେଳେ ପରିଣୀତି ଏବଂ ରାଘବ ଚଢା ମୁମ୍ବାଇର ଏକ ରେସ୍ତୋଁରାରେ ନଜର ଆସିଥିଲେ । ସେହିଠାରୁ ଏହି କପୁଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.