ETV Bharat / entertainment

Saif Ali khan@53: ପୁଲ ଫଟୋ ସେୟାର କରି ସ୍ବାମୀଙ୍କୁ ବର୍ଥ ଡେ ୱିସ କଲେ ବେବୋ

author img

By

Published : Aug 16, 2023, 2:08 PM IST

53 ବର୍ଷ ବୟସରେ ପାଦ ଥାପିଲେ ବଲିଉଡ ଅଭିନେତା ସୈଫ ଅଲି ଖାନ । ଏହି ଅବସରରେ ପତ୍ନୀ ତଥା ଅଭିନେତ୍ରୀ କରୀନା କପୁର ନିଜ ସ୍ବାମୀଙ୍କୁ ସ୍ପେଶାଲ ପୋଷ୍ଟ କରି ବର୍ଥ ଡେ ୱିସ୍ କରିଛନ୍ତି । ସୋସିଆଲ ମିଡିଆରେ ବେବୋ ଉଭୟଙ୍କ ଏକ ହଟ୍ ଫଟୋ ସେୟାର କରି ଜନ୍ମଦିନ ଶୁଭାକାମନା ଜଣାଇଛନ୍ତି । ଅଧିକ ପଢନ୍ତୁ

ହଟ୍ ଫଟୋ ସେୟାର କରି ସ୍ବାମୀଙ୍କୁ ବର୍ଥ ଡେ ୱିସ କଲେ କରୀନା

ହାଇଦ୍ରାବାଦ: ବଲିଉଡର ଜଣେ ଲୋକପ୍ରିୟ ଅଭିନେତା ତଥା ବଲିଉଡର 'ବେବୋ' କରୀନା କପୁର ଖାନଙ୍କ ସ୍ୱାମୀ ସୈଫ ଅଲି ଖାନଙ୍କ ଆଜି 53ତମ ଜନ୍ମଦିନ । ଏହି ଅବସରରେ ତାଙ୍କ ପାଇଁ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ସୈଫଙ୍କ ପ୍ରଶଂସକ, ସେଲିବ୍ରିଟି ଏବଂ ତାଙ୍କ ସହ ଜଡିତ ବିଶେଷ ବ୍ୟକ୍ତିମାନେ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଏହି ବିଶେଷ ଦିନରେ, ସୈଫଙ୍କ ପାଇଁ ପତ୍ନୀ କରୀନା ଏକ ସ୍ପେଶାଲ ପୋଷ୍ଟ ସେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆରେ ସ୍ୱାମୀ ସୈଫଙ୍କ ସହ ସୁଇମିଂ ପୋଲର ଏକ ହଟ ଫଟୋ ସେୟାର କରି କରୀନା ତାରକା ସ୍ୱାମୀ ସୈଫଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି ।

କରୀନା କପୁର ଖାନ ସ୍ୱାମୀ ସୈଫଙ୍କ ଜନ୍ମଦିନରେ ନିଡ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ନିକଟରେ କରୀନା କପୁର ଖାନ ସ୍ୱାମୀ ସୈଫଙ୍କ ସହ ବିତାଇଥିବା ତାଙ୍କ ଛୁଟିଦିନର ଏକ ଫଟୋ ସେୟାର କରିଛନ୍ତି ଏବଂ ଏହା ସେୟାର କରି ବେବୋ କ୍ୟାପସନରେ ଯେ ସଇୟାଁ ସୈଫଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଲେଖିଛନ୍ତି ସେ ଏହି ଫଟୋ ଚୟନ କରିଥିବାରୁ ମୁଁ ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିପାରିଛି । ସେ ଆହୁରି ଲେଖିଛନ୍ତି, ''ଆପଣଙ୍କୁ ସବୁବେଳେ ଖୁସି ମିଳୁ ମେରି ଜାନ୍ । ମୋର ଅଲ୍ଟିମେଟ ଲଭରକୁ ଜନ୍ମଦିନର ଶୁଭେଚ୍ଛା। ଦୟାଳୁ, ଶାନଦାର ଏବଂ କ୍ରେଜି, ସତରେ ଆପଣଙ୍କ ଭଳି ଆଉ କେହି ନୁହଁ । ମୁଁ ପୁରା ଦିନ ଲେଖିବାକୁ ଯାଉଛି । କିନ୍ତୁ କେକ୍ ବି ଖାଇବି।''

କରୀନା ସେୟାର କରିଥିବା ଫଟୋରେ ସୁଇମିଂ ପୋଲରେ ସେ ସ୍ୱାମୀ ସୈଫଙ୍କ ସହ ବସିଥିବାର ନଜର ଆସିଛନ୍ତି । ଏହି ଫଟୋରେ କରୀନା ଏକ ପିଙ୍କ ରଙ୍ଗର ବିକିନିରେ ନଜର ଆସିଥିବା ବେଳେ ସୈଫ ଏକ ବ୍ଲୁ ହାଫ୍ ପ୍ୟାଣ୍ଟରେ ନଜର ଆସିଛନ୍ତି । ଏଥିସହ ମହିପ କପୁର, କରିସ୍ମା କପୁର, ରିୟା କପୁର, ଅମୃତା ଆରୋରା ଏବଂ ସୋନମ କପୁରଙ୍କ ଭାଉଜ କରଣ ବାଲୁନି କରୀନାଙ୍କ ଏହି ପୋଷ୍ଟକୁ ଲାଇକ କରି ସୈଫଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଥାଉ କି, କରୀନା ଏବଂ ସୈଫ 2012 ମସିହାରେ ବିବାହ କରିଥିଲେ ଏବଂ ଏହି ବିବାହରୁ ଏହି ଦମ୍ପତିଙ୍କର ଦୁଇ ପୁଅ ତୈମୁର ଅଲି ଖାନ ଏବଂ ଜାହାଙ୍ଗୀର ଅଲି ଖାନ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଫିଲ୍ମରେ ସୈଫ ଅଲି ଖାନଙ୍କ ଏଣ୍ଟ୍ରି, ଜୁନିଅର NTRଙ୍କ ସହ ଆରମ୍ଭ କଲେ ସୁଟିଂ

ସୈଫ ଅଲି ଖାନଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ସୈଫ ଅଲି ଖାନଙ୍କୁ ଶେଷ ଥର ପାଇଁ 'ଆଦିପୁରୁଷ'ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ସେ ଲଙ୍କାପତି ରାବଣ ଭୂମିକାରେ ନଜର ଆସିଥିଲେ ସୈଫ । ଏହି ଫିଲ୍ମରେ ସୈଫଙ୍କ ବ୍ୟତୀତ ସାଉଥ ଅଭିନେତା ପ୍ରଭାସ, କ୍ରିତି ସାନନ୍, ସନ୍ନି ସିଂ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମ ତାର ବିବାଦୀୟ ସଂଳାପ ଏବଂ ଭିଏଫଏକ୍ସ ପାଇଁ ବିରୋଧର ସମ୍ମୁଖୀନ ହୋଇଥିଲା । ବକ୍ସ ଅଫିସରେ ଫ୍ଲପ ହୋଇଛି। ଏଥିସହ ସୈଫ ବର୍ତ୍ତମାନ 'ଦେବରା' ଅର୍ଥାତ୍ 'NTR 30' ରେ ଜୁନିଅର ଏନଟିଆରଙ୍କ ସହ ପ୍ରଥମ ଥର ପାଇଁ ଟଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିରେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ମଧ୍ୟ ନଜର ଆସିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.