ETV Bharat / entertainment

HBD Madhuri Dixit: ଖାଲି ଅଭିନୟ ନୁହେଁ ଡ୍ୟାନ୍ସରେ ମଧ୍ୟ ଦର୍ଶକଙ୍କ ମନ ଜିତିଛନ୍ତି 'ଧକ୍-ଧକ୍ ଗାର୍ଲ'

author img

By

Published : May 15, 2023, 3:41 PM IST

ଆଜି ବଲିଉଡ 'ଧକ୍-ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ଜନ୍ମଦିନ । ତେବେ ତାଙ୍କର ଏହି ବିଶେଷ ଦିନରେ ତାଙ୍କ ଡ୍ୟାନ୍ସ ମୁଭ୍ସ ଏବଂ ଟପ୍ ରିଲ୍ ଉପରେ ନଜର ପକାନ୍ତୁ...

ବଲିଉଡ 'ଧକ୍-ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ଜନ୍ମଦିନ

ମୁମ୍ବାଇ: ମାଧୁରୀ ଦୀକ୍ଷିତ ହିନ୍ଦୀ ସିନେମାର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ । ବୟସ ବଢିଥିଲେ ସୁଦ୍ଧା ନିଜ ସୌନ୍ଦର୍ଯ୍ୟ ଏବଂ ଫିଟ୍‌ନେସକୁ ବଜାୟ ରଖିଛନ୍ତି ମାଧୁରୀ । ଆଜି ସେ ୫୬ ବର୍ଷ ବୟସରେ ପାଦ ଦେଇଛନ୍ତି । ଉଭୟ ଅନସ୍କ୍ରିନ୍‌ ଓ ଅଫ୍‌ସ୍କ୍ରିନ୍‌ରେ ତାଙ୍କ ଡ୍ୟାନ୍ସ ମୁଭ୍ସ ଦେଖିବାକୁ ମିଳିଥାଏ । ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କର ନୂଆ ଡ୍ୟାନ୍ସ ମୁଭ୍ସ ଫ୍ୟାନ୍ସଙ୍କ ପାଇଁ ସେୟାର କରିଥାନ୍ତି । କେବଳ ଏତିକି ନୁହେଁ, ସେ ରିଲ୍ ଭିଡିଓ କରି ଟ୍ରେଡିଂରେ ମଧ୍ୟ ରହିଥାନ୍ତି । ତେବେ ଆଜି ମାଧୁରୀ ତାଙ୍କର 56ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ ଆଜି ତାଙ୍କର ଏହି ବିଶେଷ ଦିନରେ ନଜର ପକାନ୍ତୁ ତାଙ୍କୁ ଡ୍ୟାନ୍ସ ମୁଭ୍ସର କିଛି ରିଲ୍ସ ଉପରେ ।

ଶାସ୍ତ୍ରୀୟଠାରୁ ଆରମ୍ଭ କରି ହିପ୍‌ହପ୍ ଡ୍ୟାନ୍ସ ପର୍ଯ୍ୟନ୍ତ, ମାଧୁରୀ ଦୀକ୍ଷିତ ତାଙ୍କ ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମରେ ଅନେକ ଡ୍ୟାନ୍ସ ମୁଭ୍ ଏବଂ ରିଲ୍ ସେୟାର କରିଛନ୍ତି । ଏହି ଅଭିନେତ୍ରୀ ତାଙ୍କର ଏକ ନୂଆ ଡ୍ୟାନ୍ସ ଭିଡିଓ ସେୟାର କରିଥିଲେ ଏବଂ କ୍ୟାପସନରେ ଲେଖିଥିଲେ,'ବାହାରକୁ ଯିବା ପୂର୍ବରୁ ଟିକିଏ ଡ୍ୟାନ୍ସ ବ୍ରେକ୍' । ଭିଡିଓରେ ଧକ୍-ଧକ ଗାର୍ଲ ଏକ ବ୍ଲାକ ଶାଢୀରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।

ପ୍ରଶଂସକଙ୍କୁ 'ଘାଗ୍ରା-ଘାଗ୍ରା' ପରି ଗୀତରେ ନଚାଉଥିବା ମାଧୁରୀ ଦୀକ୍ଷିତ ଇଂରାଜୀ ଗୀତରେ ମଧ୍ୟ ଡ୍ୟାନ୍ସ କରିଛନ୍ତି । ଇନ୍‌ଷ୍ଟାଗ୍ରାମରେ ଅଭିନେତ୍ରୀଙ୍କ ପୁରୁଣା ଭିଡିଓରୁ ଏକ ବିଶେଷ କ୍ଲିକ୍ ଦେଖିବାକୁ ମିଳିଛି । ଏହି ଭିଡିଓ କୋଭିଡ ସମୟରେ ସେ 'ମି ଠୁ' ଗୀତରେ ବିଭିନ୍ନ ହୁକ୍ ଷ୍ଟେପ୍ କରୁଥିବା ନଜର ଆସିଥିଲେ । ଏହି ଭିଡିଓ ସେୟାର କରି ସେ କ୍ୟାପସନ୍ ଦେଇଥିଲେ, 'ଯଦି ମୁଁ ତୁମେ ଥାଆନ୍ତେ ।

ଏକଦା ସୋସିଆଲ ମିଡିଆରେ 'ବାହାରା ଏକ୍ସ' ଗୀତଟି ଏକ ଟ୍ରେଣ୍ଡିଂ ହୋଇଥିଲା । ଏହି ଗୀତରେ ଅନେକ କ୍ରିଏଟର୍ସ ରିଲ୍ ତିଆରି କରିଥିଲେ । ମାଧୁରୀ ଦୀକ୍ଷିତ ମଧ୍ୟ ଏହି ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ଏହି ଗୀତ ପାଇଁ ଅଭିନେତ୍ରୀ ଗୋଲାପୀ ସାର୍ଟ ଏବଂ କ୍ରିମ୍ ପ୍ୟାଣ୍ଟ ପିନ୍ଧିଥିଲେ। ଏହାର ଭିଡିଓ ସେୟାର କରି ସେ କ୍ୟାପ୍‌ସନରେ ଲେଖିଥିଲେ 'ମୁଁ ଭାବିଲି ଏହ ଏକ ଭଲ ରିଲ୍ ଭଲ, ସମସ୍ତେ ଅଡିଓକୁ ଭଲ ପାଇବେ '।

ମାଧୁରୀ ଦୀକ୍ଷିତ ରାପର ବାଦଶାହଙ୍କ ଗୀତରେ ବି ଡ୍ୟାନ୍ସ କରିଛନ୍ତି । ଧକ୍‌ ଧକ୍‌ ଗାର୍ଲ ରାପ ଗୀତ 'oops' ରେ ଡ୍ୟାନ୍ସ କରିଛନ୍ତି । ଭିଡିଓରେ ଅଭିନେତ୍ରୀ ସମସ୍ତ ଅରେଞ୍ଜ ଲୁକ୍‌ରେ ନଜର ଆସିଛନ୍ତି । ସୂଚନା ଥାଉ କି, ମାଧୁରୀ ଦୀକ୍ଷିତ 6ଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି । ଦିଲ (1990), ବେଟା (1992), ହମ୍ ଆପକେ ହେ କୌନ(1994), ଦିଲ୍ ତୋ ପାଗଲ୍ ହେ (1997) ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ 4ଟି ପୁରସ୍କାର ସହ ଏବଂ ଶ୍ରେଷ୍ଠ ସହ ଅଭିନେତ୍ରୀ ଦେବଦାସ(2002) ପାଇଁ ଏକ ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି । ସେହିଭଳି ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ 25 ବର୍ଷ ପୂରଣ କରିଥିବାରୁ ପାଇଁ ଏକ ସ୍ୱତନ୍ତ୍ର ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ଦୀର୍ଘ ଦିନର ଅବଦାନ ପାଇଁ 2008ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ମାଧୁରୀଙ୍କୁ ଶେଷ ଥର ପାଇଁ 2019ରେ ରିଲିଜ ହୋଇଥିବା ଫିଲ୍ମ କଲଙ୍କ ରେ ଦେଖିବାକୁ ମିଳିଥିଲା । ଏହାପରେ ସେ 2022ରେ ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ମଜା ମା ଫିଲ୍ମରେ ନଜର ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.