ETV Bharat / entertainment

Kartik Aryan@33: ପୋଷା କୁକୁର ସହ ଏମିତି ଜନ୍ମଦିନ ପାଳିଲେ କାର୍ତ୍ତିକ ଆର୍ଯ୍ୟନ

author img

By ETV Bharat Odisha Team

Published : Nov 22, 2023, 10:12 AM IST

Happy Birthday Kartik Aaryan: ନଭେମ୍ବର ୨୨ ଅର୍ଥାତ୍ ଆଜି ୩୩ ବର୍ଷରେ ପାଦ ଥାପିଲେ କାର୍ତ୍ତିକ ଆର୍ଯ୍ୟନ । ନିଜ ପୋଷା କୁକୁର ସହ ଜନ୍ମଦିନ ପାଳନ କରିଛନ୍ତି ଅଭିନେତା । ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅଧିକ ପଢ଼ନ୍ତୁ

Kartik Aryan@33: ପୋଷା କୁକୁର ସହ ଏମିତି ଜନ୍ମଦିନ ପାଳିଲେ କାର୍ତ୍ତିକ ଆର୍ଯ୍ୟନ
Kartik Aryan@33: ପୋଷା କୁକୁର ସହ ଏମିତି ଜନ୍ମଦିନ ପାଳିଲେ କାର୍ତ୍ତିକ ଆର୍ଯ୍ୟନ

ହାଇଦ୍ରାବାଦ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଜଣେ ସଫଳ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ । ସେ ନିଜର ଦମଦାର ଅଭିନୟ ସହ ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଦର୍ଶକଙ୍କ ମନ ଜିତିଛନ୍ତି । ତେବେ ଆଜି ନଭେମ୍ବର ୨୨ରେ କାର୍ତ୍ତିକ ତାଙ୍କ 33 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଦିନରେ ସେ ତାଙ୍କ ଜନ୍ମଦିନକୁ ଖାସ୍ ଅନ୍ଦାଜରେ ସେଲିବ୍ରେଟ୍‌ କରିଛନ୍ତି । ଯାହାର ଝଲକ ସେ ସୋସିଆଲ ମିଡିଆରେ ଦୋଖାଇଛନ୍ତି ।

କାର୍ତ୍ତିକ ଆର୍ଯ୍ୟନ ମଙ୍ଗଳବାର ମଧ୍ୟରାତ୍ରିରେ ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ଜନ୍ମଦିନ ସେଲିବ୍ରେସନର ଫଟୋ ସେୟାର କରିଛନ୍ତି । ଫଟୋରେ, ସେ ତାଙ୍କ ପୋଷା କୁକୁର କାଟୋରି ଆର୍ଯ୍ୟନଙ୍କ ସହ କେକ୍ ସାମ୍ନାରେ ୱିସ୍ ମାଗୁଥିବା ନଜର ଆସିଛନ୍ତି । ଏହି ସମୟରେ କାଟୋରି କେକକୁ ଚାହୁଁଥିବାର ଦେଖିବାକୁ ମିଳିଛି । ଏହି କ୍ୟୁଟ୍ ଫଟୋ ସେୟାର କରି ଅଭିନେତା କ୍ୟାପସନରେ ଲେଖିଛନ୍ତି, 'ସମସ୍ତଙ୍କ ଭଲପାଇବା ପାଇଁ ବହୁତ କୃତଜ୍ଞ ।'

ଏହି ଫଟୋ ସେୟାର ହେବା ମାତ୍ରେ ସେଲିବ୍ରିଟିଙ୍କଠାରୁ ଫ୍ୟାନ୍ସ ସମସ୍ତେ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେଲିବ୍ରିଟି ଡିଜାଇନର୍ ମନୀଷ ମାଲହୋତ୍ରା କାର୍ତ୍ତିକଙ୍କୁ ତାଙ୍କର ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ଅଭିନେତ୍ରୀ ରବୀନା ଟଣ୍ଡନ୍, ବାଣୀ କପୁର, କ୍ରିତି ଖରବନ୍ଦା, ବିକ୍ରାନ୍ତ ମାସି, ମୁକ୍ତି ମୋହନ, ଜାରା ଖାନଙ୍କ ଭଳି ଅନ୍ୟ କଳାକାରମାନେ ତାଙ୍କ ଜନ୍ମଦିନରେ ଲାଲ୍ ହୃଦୟ ଇମୋଜି ସହିତ ଶୁଭେଜଡାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

କେବଳ ଏତିକି ନୁହେଁ, ମଧ୍ୟରାତ୍ରିରେ ଅଭିନେତାଙ୍କ ଘରେ କେକ୍, ଫୁଲ ଏବଂ ବେଲୁନ୍ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ସମୟରେ କାର୍ତ୍ତିକ ମଧ୍ୟ କ୍ୟାମେରାରେ କଏଦ ହୋଇଥିଲେ । ସେ ତାଙ୍କ ଘର ବାହାରେ ସ୍ପଟ୍‌ ହୋଇଥିଲେ । ଏହି ସମୟରେ ଅଭିନେତା ବ୍ଲାକ ଟି-ସାର୍ଟ ବ୍ଲାକ ପ୍ୟାଣ୍ଟ ଏବଂ ଲାଲ୍ କ୍ୟାପ୍ ପିନ୍ଧିଥିବାର ନଜର ଆସିଥିଲେ । ସେ ସମସ୍ତ ପାପାରାଜିଙ୍କୁ କୃତଜ୍ଞତା ଜଣାଇଥିଲେ । କାର୍ତ୍ତିକଙ୍କ ଏହି ମୁହୂର୍ତ୍ତର ଝଲକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମି କ୍ୟାରିଅର

କାର୍ତ୍ତିକ ଆର୍ଯ୍ୟନ୍ ଅଭିନୟ କରିବା ପୂର୍ବରୁ ପ୍ରଥମେ ଇଞ୍ଜିନିୟର ଥିଲେ । ତାଙ୍କ ଅଭିନୟର ଇଚ୍ଛା ଆଜି ତାଙ୍କୁ ସଫଳ ଅଭିନେତା କରାଇପାରିଛି । ୨୦୧୧ରେ ଲୁଭ୍ ରଂଜନଙ୍କ ନିର୍ଦ୍ଦେଶିତ ତାଙ୍କର ପ୍ରଥମ ଚଳଚ୍ଚିତ୍ର ପ୍ୟାର୍ କା ପଞ୍ଚନାମା ସହ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ଭଲ ପ୍ରଦର୍ଶନ କରି ହିଟ୍ ହୋଇଥିଲା । ପରେ ସେ ଆକାଶ ବାଣୀ, ପ୍ୟାର୍ କା ପଞ୍ଚନାମା ୨, ଭୁଲ ଭୁଲେୟା ୨, ଲଭ ଆଜ କଲ, ସୋନୁ କି ଟିଟୁ କି ସ୍ବିଟି, ପତୀ ପତ୍ନୀ ଓର ୱୋ ଭଳି ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ୮ ମିନିଟର ୱାର ସିନ୍ ସୁଟ କଲେ କାର୍ତ୍ତିକ, ଫଟୋ ସେୟାର କରି ନିର୍ମାତାଙ୍କୁ ଦେଲେ ଧନ୍ୟବାଦ

କାର୍ତ୍ତିକ ଆର୍ଯ୍ୟନଙ୍କ ଆଗାମୀ ପ୍ରୋଜେକ୍ଟ

ଆଗାମୀ ଫିଲ୍ମ ବିଷୟରେ କହିବାକୁ ଗଲେ, କାର୍ତ୍ତିକ ଆର୍ଯ୍ୟନଙ୍କୁ ଚନ୍ଦୁ ଚମ୍ପିଆନ୍ ଫିଲ୍ମରେ ଦେଖିବାକୁ ମିଳିବ । ଏହି ଫିଲ୍ମ କ୍ରୀଡ଼ା ଡ୍ରାମାରେ ଭରପୁର ଜଣେ କ୍ରୀଡ଼ାବିତଙ୍କ ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ଭାରତର ପ୍ରଥମ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମୁରଲୀକାନ୍ତ ପେଟକରଙ୍କ ବାୟୋପିକ୍ ଅଟେ । ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ୍ ପ୍ରଥମ ଥର ପାଇଁ ଏକ କ୍ରୀଡ଼ା ଡ୍ରାମା ଫିଲ୍ମରେ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମ 14 ଜୁନ୍ 2024ରେ ମୁକ୍ତିଲାଭ କରିବ । ଏହାବ୍ୟତୀତ ସେ ଆଶିକି 3 ଏବଂ ନିର୍ଦ୍ଦେଶକ ହଂସଲ ମେହେତ୍ତାଙ୍କ ଫିଲ୍ମ କ୍ୟାପଟେନ୍‌ ଇଣ୍ଡିଆରେ ମଧ୍ୟ ନଜର ଆସିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.