ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ପତ୍ନୀ ସ୍ନେହା ରେଡ୍ଡୀଙ୍କର ଆଜି ଜନ୍ମଦିନ । ଏହି ଅବସରରେ ଅଲୁ ଅର୍ଜୁନ ତାଙ୍କ ପତ୍ନୀଙ୍କୁ ଅଭିନନ୍ଦନ ଜଣାଇ ଏକ ସୁନ୍ଦର ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ଅଲୁ ତାଙ୍କ ପରିବାର ସହିତ ନଜର ଆସିଛନ୍ତି । ଏଥିସହିତ ଅଲୁ ତାଙ୍କ ପତ୍ନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏକ ହୃଦୟସ୍ପର୍ଶୀ କ୍ୟାପସନ ଦେଇଛନ୍ତି। ଅଲୁ ଅର୍ଜୁନଙ୍କ ଏହି ଅଭିନନ୍ଦନ ପୋଷ୍ଟରେ ସେଲିବ୍ରିଟି ଏବଂ ସେମାନଙ୍କ ପ୍ରଶଂସକମାନେ ସ୍ନେହା ରେଡ୍ଡୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି।
- " class="align-text-top noRightClick twitterSection" data="
">
ଅଲୁ ଅର୍ଜୁନଙ୍କ ଅଭିନନ୍ଦନ ପୋଷ୍ଟ
ଅଲୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିବା ପାରିବାରିକ ଫଟୋରେ କୁର୍ତ୍ତା-ପାଇଜାମା ପିନ୍ଧି ଠିଆ ହୋଇଛନ୍ତି। ଏଥି ସହିତ ସ୍ନେହା ମଧ୍ୟ ସମାନ ରଙ୍ଗର ଏକ କୁର୍ତ୍ତୀ ପିନ୍ଧିଛନ୍ତି । ଏହି ଫଟୋରେ ତାଙ୍କ ପୁଅ ଏବଂ ଝିଅ ମଧ୍ୟ ନଜର ଆସିଛନ୍ତି । ଏହି ସମୟରେ ଟେବୁଲ ଉପରେ ଦୁଇଟି ଫ୍ଲେବରର କେକ୍ ରଖାଯାଇଛି | ଏହି ସୁନ୍ଦର ଫଟୋରେ କ୍ୟାପସନ୍ ଦିଆଯାଇଛି, 'ହାପି ବାର୍ଥ ଡେ କ୍ୟୁଟି'।
- " class="align-text-top noRightClick twitterSection" data="
">
ଅଲୁ-ସ୍ନେହା କେବେ ବିବାହ କରିଥିଲେ ?
ଅଲୁ ଅର୍ଜୁନ ଏବଂ ସ୍ନେହା ରେଡ୍ଡୀ 2011 ମସିହାରେ ହାଇଦ୍ରାବାଦରେ ବିବାହ କରିଥିଲେ। ଏହି ସମୟରେ, ଅଲୁ ଅର୍ଜୁନଙ୍କ କ୍ୟାରିଅର୍ ସଫଳତାର ନୂଆ ସିଡ଼ି ଚଢୁଥିଲା । ସ୍ନେହା ଇନଷ୍ଟାଗ୍ରାମରେ ସକ୍ରିୟ ଅଟନ୍ତି ଏବଂ ପ୍ରତିଦିନ ସେ ତାଙ୍କର ଗ୍ଲାମରସ୍ ଫଟୋ ସେୟାର୍ କରନ୍ତି ।
ଅଲୁ ଅର୍ଜୁନଙ୍କ କାcବିଷୟରେ କହିବାକୁ ଗଲେ, ଅଭିନେତା ଗତ ବର୍ଷ ଶେଷରେ ଫିଲ୍ମ 'ପୁଷ୍ପା-ଦ ରାଇଜ୍'ରେ ପୁଷ୍ପରାଜଙ୍କ ଭୂମିକାରେ ନଜର ଆସିଥିଲେ। ଚଳଚ୍ଚିତ୍ରଟି ବିଶ୍ୱବ୍ୟାପୀ ସଫଳତା ଲାଭ କରିଥିଲା । ଏହା ସହିତ ଚଳଚ୍ଚିତ୍ରର ସଂଳାପ ଏବଂ ଗୀତଗୁଡ଼ିକ ସାରା ବିଶ୍ୱରେ ଧମାଲ ମଚାଇଦେଇଥିଲା ।