ETV Bharat / entertainment

Oscar Nominations 2023: ଗୁଜୁରାଟୀ ଫିଲ୍ମ Chhello Showକୁ ଓସ୍କାର ଏଣ୍ଟ୍ରୀ - ଲାଷ୍ଟ୍‌ ଫିଲ୍ମ ସୋ

ଚଳିତ ବର୍ଷର ସୁପରହିଟ୍‌ ପିଲ୍ମ ଦ କାଶ୍ମୀର ଫାଇଲ୍ସ ଏବଂ ଆର୍‌ଆର୍‌ଆର୍‌କୁ ପଛରେ ପକାଇ Chhello Show ଓସ୍କାର ୨୦୨୩ରେ ଭାରତକୁ ପ୍ରତିନିଧିତ୍ବ କରିବ । ଗୁଜୁରାଟୀ ଫିଲ୍ମକୁ ଓସ୍କାରରେ ଏଣ୍ଟ୍ରୀ ମିଳିଛି । ଅଧିକ ପଢନ୍ତୁ ।

ଓସ୍କାରରେ ଭାରତକୁ ପ୍ରତିନିଧିତ୍ବ କରିବ ଗୁଜରାଟୀ ଚଳଚ୍ଚିତ୍ର Chhello Show

author img

By

Published : Sep 21, 2022, 10:06 AM IST

ଅହମ୍ମଦାବାଦ: ଓସ୍କାର 2023 (Oscars 2023)କୁ ନେଇ ଗତ କିଛି ଦିନ ହେବ ଅନେକ ଚର୍ଚ୍ଚା ହେଉଛି । 2022 ମସିହାରେ ଏପର୍ଯ୍ୟନ୍ତ ଅନେକ ସୁପରହିଟ୍ ଫିଲ୍ମ ଆସିସାରିଛି । ଚଳିତ ବର୍ଷ 2022ରେ, କେଉଁ ଚଳଚ୍ଚିତ୍ରଟି ବିଦେଶୀ ଭାଷାର କାଟାଗୋରୀରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଭାରତରୁ ଆନୁଷ୍ଠାନିକ ଭାବେ ଯିବ, ଏହାର ଖୁଲାସା ହୋଇସାରିଛି । ତେବେ ‘ଆର୍‌ଆର୍‌ଆର୍‌’ ନୁ‌ହେଁ କି ‘କାଶ୍ମୀର ଫାଇଲ୍ସ’ ନୁହେଁ, ଗୁଜରାଟୀ ଚଳଚ୍ଚିତ୍ର ଛେଲୋ ସୋ’ (Chhello Show) ଓସ୍କାର ୨୦୨୩ ରେ ଭାରତକୁ ପ୍ରତିନିଧିତ୍ବ କରିବ । ଫିଲ୍ମ ଫେଡେରେସନ ଅଫ୍‌ ଇଣ୍ଡିଆ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ଘୋଷଣା କରାଯାଇଛି ।

ଗୁଜରାଟୀ ଚଳଚ୍ଚିତ୍ର ଛେଲୋ ସୋ’
ଗୁଜରାଟୀ ଚଳଚ୍ଚିତ୍ର ଛେଲୋ ସୋ’

ନିକଟରେ ଭାରତ ସରକାର ଘୋଷଣା କରିଛନ୍ତି ଯେ, ୯୫ତମ ଏକାଡେମୀ ଆୱାର୍ଡ ପାଇଁ ଭାରତରୁ 'Chhello Show' ପ୍ରତିନିଧିତ୍ବ କରିବ । ଇଂରାଜୀରେ ଏହି ଫିଲ୍ମର ଟାଇଟଲ୍‌ ରହିଛି ‘ଲାଷ୍ଟ୍‌ ଫିଲ୍ମ ସୋ’ । ଏହି ଚଳଚ୍ଚିତ୍ରକୁ ପି.ନଳୀନ ନିର୍ଦ୍ଦେଶନା ଦେଇଛନ୍ତି । ଅକ୍ଟୋବର ୧୪ରେ ଏହା ଦେଶବ୍ୟାପୀ ବିଭିନ୍ନ ଥିଏଟରରେ ରିଲିଜ୍‌ ହେବ ।

  • Gujarati film "Chhello Show" is India's official entry for Oscars 2023: Film Federation of India

    — Press Trust of India (@PTI_News) September 20, 2022 " class="align-text-top noRightClick twitterSection" data=" ">

ଫିଲ୍ମରେ ଜଣେ ୯ ବର୍ଷର ବାଳକର ସିନେମା ପ୍ରତି ଥିବା ଗଭୀର ଆକର୍ଷଣ ସମ୍ପର୍କରେ ଚିତ୍ରଣ କରାଯାଇଛି । ଏଥିରେ ଭାବିନ ରାବ୍ରି, ଭାବେଶ ଶ୍ରୀମାଲୀ, ରିଚା ମୀଣା, ଦିପେନ ରାୱଲ ଏବଂ ପରେଶ ମେହେଟ୍ଟା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର ପ୍ରଥମ ଥର 2021 ମସିହାରେ ଟ୍ରିବେକା ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା । ଯାହା ପରେ ଏହି ଚଳଚ୍ଚିତ୍ରଟି ଭିନ୍ନ ଭିନ୍ନ ପୁରସ୍କାର ସୋ’ରେ ପ୍ରଦର୍ଶିତ ହୋଇଛି, ଯେଉଁଠାରେ ଏହାକୁ ଉଚ୍ଚ ପ୍ରଶଂସା କରାଯାଇଥିଲା ।

  • " class="align-text-top noRightClick twitterSection" data="">

ସିଦ୍ଧାର୍ଥ ରୟ କପୁରଙ୍କ ରୟ କପୁର ଫିଲ୍ମସ୍‌ ଦ ଲାଷ୍ଟ ଫିଲ୍ମ ଛେଲୋ ସୋ ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଛି, ଯାହା ଦର୍ଶକଙ୍କୁ ପାନ୍-ନଲିନ୍ ଭାରତୀୟ ସିନେମା ତଳେ ରଖିବାକୁ ପ୍ରସ୍ତୁତ । ଗୁଜୁରାଟୀ ଭାଷାରେ ଆସୁଥିବା ଏହି ସୋ' ରିଲିଜ୍ ପୂର୍ବରୁ ହିଁ ସମଗ୍ର ବିଶ୍ୱରେ ସମାଲୋଚକ ଏବଂ ଦର୍ଶକଙ୍କ ହୃଦୟକୁ ଆକର୍ଷିତ କରିଛି । ବର୍ତ୍ତମାନ ଚଳିତ ବର୍ଷ ଅକ୍ଟୋବର 14 ରେ ଏହି ଚଳଚ୍ଚିତ୍ର ଗୁଜୁରାଟର ସିନେମା ହଲରେ ଏବଂ ସାରା ଦେଶରେ ପରଦାରେ ମୁକ୍ତିଲାଭ କରିବ।

9 ବର୍ଷର ବାଳକ ଉପରେ ଆଧାରିତ ଚଳଚ୍ଚିତ୍ର

ଛେଲୋ ସୋ' ଚଳଚ୍ଚିତ୍ର ଏକ ଆସୁଥିବା ଯୁଗର ଏମିତି ଏକ କାହାଣୀ ଉପରେ ଆଧାରିତ ଯାହା ଏକ 9 ବର୍ଷର ଛୋଟ ପିଲାକୁ ଘେରିଯାଏ । ଯେଉଁ ବାଳକ ଗାଁରେ ରୁହେ ଏବଂ ତାର ସିନେମା ସହିତ ଗଭୀର ସମ୍ପର୍କ ରହିଛି । ଚଳଚ୍ଚିତ୍ରର କାହାଣୀ ଦର୍ଶାଏ ଯେ, ଏକ ଛୋଟ ପିଲା ଗ୍ରୀଷ୍ମ ସମୟରେ ପ୍ରୋଜେକସନ ବୁଥରୁ ଚଳଚ୍ଚିତ୍ର ଦେଖିବା ପାଇଁ କିପରି ପୂରା ସମୟ ବିତାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.