ETV Bharat / entertainment

Gigi Hadid: ଶାହାରୁଖ-ଐଶ୍ବର୍ଯ୍ୟାଙ୍କ ସହ ଫଟୋ କଲେ ସେୟାର, କହିଲେ ମୁଁ କେବେ ଭୁଲି ପାରିବି ନାହିଁ

author img

By

Published : Apr 3, 2023, 2:01 PM IST

ମୁକେଶ ଅମ୍ବାନୀଙ୍କ NMACC କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆମେରିକାର ସୁପର ମଡେଲ ଗିଗି ହାଦିଦ ଭାରତ ଆସିଥିଲେ । ସେଠାରେ 2 ବଲିଉଡ ତାରକା ଶାହରୁଖ ଖାନ ଏବଂ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ସହ ଫଟୋ ସେୟାର କରିଛନ୍ତି ଗିଗି । ଅଧିକ ପଢନ୍ତୁ,

ଶାହାରୁଖ-ଐଶ୍ବର୍ଯ୍ୟାଙ୍କ ସହ ଫଟୋ ସେୟାର କଲେ ଆମେରିକୀୟ ସୁପରମଡେଲ ଗିଗି ହାଦିଦ

ମୁମ୍ବାଇ: ପ୍ରତିଷ୍ଠିତ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ NMACC (ନୀତା-ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର) ର ଉଦଘାଟନୀ ସମାରୋହରେ ସମଗ୍ର ବିଶ୍ୱର ଚଳଚ୍ଚିତ୍ର ତାରକା ସାମିଲ ହୋଇଥିଲେ । ଏହି ଗ୍ରାଣ୍ଡ କାର୍ଯ୍ୟକ୍ରମରେ ବଲିଉଡର ଅନେକ ସେଲିବ୍ରିଟି ଓ ଶିଳ୍ପପତି ଯୋଗ ଦେଇଥିବା ବେଳେ ଅନେକ ଆନ୍ତର୍ଜାତୀୟ ସେଲିବ୍ରିଟିମାନେ ମଧ୍ୟ ସାମିଲ ହୋଇଥିଲେ। ସ୍ପାଇଡରମ୍ୟାନ୍ ଖ୍ୟାତି ହଲିଉଡ ଅଭିନେତା ଟମ୍ ହଲାଣ୍ଡ ତାଙ୍କ ଗର୍ଲଫ୍ରେଣ୍ଡ ଜେଣ୍ଡାୟାଙ୍କ ସହ ଆସିଥିବାବେଳେ ଆମେରିକାର ସୁପରମଡେଲ ଗିଗି ହାଦିଦ ମଧ୍ୟ ଏହି ଗ୍ରାଣ୍ଡ ଇଭେଣ୍ଟରେ ଯୋଗ ଦେଇଥିଲେ।

ଏହାରି ମଧ୍ୟରେ ଗିଗି ହାଦିଦ ଏହି ଇଭେଣ୍ଟର ଖୁବ ମଜା ନେଇଥିବା ବେଳେ ଅନେକ ବଲିଉଡ ସେଲିବ୍ରିଟିଙ୍କ ସହ ଫଟୋ ଉଠାଇଥିଲେ । ତେବେ ସେହି ସମୟର କିଛି ସ୍ମରଣୀୟ ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଥିବା ଦେଖିବାକୁ ମିଳିଛି । ଏଥିସହ ଭାରତୀୟ ଫ୍ୟାଶନ ଡିଜାଇନର୍ ସନ୍ଦୀପ ଖୋସଲାଙ୍କ ଫ୍ୟାଶନ ବ୍ରାଣ୍ଡ ଆବୁ ଜାନି ସନ୍ଦୀପ ଖୋସଲାଙ୍କ ଶାଢୀ ପିନ୍ଧିଥିବାରୁ ସୌନ୍ଦର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଥିଲେ ।

ଅମ୍ବାନୀ ଇଭେଣ୍ଟରେ ଯୋଗ ଦେଇଥିଲେ ଆମେରିକୀୟ ସୁପର ମଡେଲ ଗିଗି ହାଦିଦ । ସେ ଏହି କାର୍ଯ୍ୟକ୍ରମରେ ଭାରତୀୟ ପୋଷାକରେ ନଜର ଆସିଥିଲେ । କ୍ରିମ ଏବଂ ଗୋଲ୍ଡେନ ରଙ୍ଗର ଇଣ୍ଡିଆନ୍ ଶାଢୀ ସହ ପାରମ୍ପରିକ ଲୁକରେ ଗିଗି ହାଦିଦଙ୍କୁ ଦେଖିବାକୁ ମିଳିଥିଲା । ଏଥିସହ ଗିଗି ଇଣ୍ଡିଆନ୍ ଦେଶୀ ପୋଷାକରେ ମଞ୍ଚ ଉପରେ ଏକ ଦମଦାର ପ୍ରଦର୍ଶନ ମଧ୍ୟ ଦେଇଥିଲେ । ଗିଗି ହାଦିଦ ବଲିଉଡ ଅଭିନେତା ବରୁଣ ଧୱନଙ୍କ ସହ ମଞ୍ଚ ଉପରେ ଡ୍ୟାନ୍ସ କରିଥିବାର ନଜର ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ତେବେ ଏହାରି ମଧ୍ୟରେ ଗିଗି ବର୍ତ୍ତମାନ କାର୍ଯ୍ୟକ୍ରମ ସହ ଜଡିତ ତାଙ୍କର ସୁନ୍ଦର ସ୍ମୃତି ଭାବେ ଫଟୋ ଗୁଡ଼ିକୁ ସେୟାର କରିଛନ୍ତି ।

ଗିଗି ହାଦିଦ ନିଜ ଇନଷ୍ଟାଗ୍ରାମରେ ଇଭେଣ୍ଟର ଅନେକ ଫଟୋ ସେୟାର କରି ଏହାକୁ କେବେ ଭୁଲିପାରିବେ ନାହିଁ ବୋଲି କହିଛନ୍ତି । ସୁପରମଡେଲ୍ ଏହି ଫଟୋ ଗୁଡିକ ସେୟାର କରି ଲେଖିଛନ୍ତି, NMACC india। ଭାରତୀୟ କାରିଗରୀର ଏକ ମହାନ ଉତ୍ସବ ଏବଂ ଏହା ଆନ୍ତର୍ଜାତୀୟ ସ୍ତରରେ ଫ୍ୟାଶନକୁ ପ୍ରେରଣା ଦେଇଛି । ଜଣେ ଭାରତୀୟଙ୍କ ଦ୍ୱାରା ପ୍ରସ୍ତୁତ ଭାରତୀୟ ପୋଷାକ ପିନ୍ଧି ବିଶ୍ୱ ସାମ୍ନାରେ ବାହାରକୁ ଆସିବା ମୋ ପାଇଁ ଗୌରବର ବିଷୟ ।

ଫ୍ୟାଶନ୍ ଡିଜାଇନର୍, ଏହି ଶାଢୀ ଭାରତ ଲକ୍ଷ୍ନୌ ସହରର ଗର୍ବ ଅଟେ ଏବଂ ଏହାକୁ ତିଆରି କରିବାକୁ ବହୁତ ସମୟ ଲାଗିଥିଲା । ପ୍ରତ୍ୟେକ ମହିଳା ଏହି ଶାଢୀ ତିଆରି କରିବା ପାଇଁ ବହୁତ ପରିଶ୍ରମ କରିଥିଲେ । ଏହା ବହୁତ ସୁନ୍ଦର । ମୁଁ ଏହାକୁ କେବେବି ଭୁଲି ପାରିବି ନାହିଁ । ଏଥିସହ ଗାଗି ବଲିଉଡ ତାରକା ଶାହରୁଖ ଖାନ ଏବଂ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ସହ ଫଟୋ ସେୟାର କରିଛନ୍ତି । ବଲିଉଡର 'ବାଦଶାହ' ଶାହରୁଖ ଖାନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ସେୟାର ହୋଇଥିବା ଫଟୋରେ ଗିଗିଙ୍କ ଦେଶୀ ଲୁକ୍ ଦେଖିବାକୁ ମିଳୁଛି ।

ତେବେ ଏହି ସମସ୍ତ ଫଟୋ ସୋସିଆଲ ମିଡିଆରେ ସେୟାର ହେବା ପରେ ଫ୍ୟାନ୍ସ ତାଙ୍କ ଫଟୋକୁ ଲାଇକ କରିବା ସହ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଗିଗି ହାଦିଦ୍ ପିନ୍ଧିଥିବା ପୋଷାକକୁ ନେଇ ମଜାଳିଆ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି । ସେ ପିନ୍ଧିଥିବା ସୁନ୍ଦର ଶାଢୀକୁ ବର୍ତ୍ତମାନ ମହାଭାରତରୁ ଭୀମଙ୍କ ପୋଷାକ ସହ ତୁଳନା କରାଯାଉଛି । ଜଣେ ପ୍ରଶଂସକ ଲେଖିଛନ୍ତି, ସେ ପ୍ରତିଶୋଧ ନେବାକୁ ଅପେକ୍ଷା କରିଛନ୍ତି । 'ସମାନ ଟୁ ସମାନ'। ଅନ୍ୟ ଜଣେ ଲେଖିଛନ୍ତି, ଏହାକୁ ଫେରସ୍ତ କରନ୍ତୁ ନଚେତ୍ ଆପଣଙ୍କ ଜୀବନ...

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.