ETV Bharat / entertainment

ମୁମ୍ବାଇ ଯିବେ ଓଡିଶାର କୁନି ଡ୍ୟାନ୍ସର, ସୁଯୋଗ ଦେଲେ ଶକ୍ତି ମୋହନ - Shakti Mohan in bhubaneswar

ଭୁବନେଶ୍ୱରର ବିଭିନ୍ନ ବର୍ଗର ଝିଅମାନଙ୍କୁ ନୃତ୍ୟ ଶିଖାଉଛି ଘୁଙ୍ଗୁର । ଆଉ ସେହି ନୃତ୍ୟ ଆଗ୍ରହୀ ଶିଶୁମାନଙ୍କୁ ବଲିଓଡ଼ର ଜଣାଶୁଣା ନୃତ୍ୟଶିଳ୍ପୀ ବା ନୃତ୍ୟଗୁରୁ ଶକ୍ତି ମୋହନ ମୁମ୍ବାଇ ନେବେ ଏବଂ ସେମାନଙ୍କୁ ବଲିଉଡରେ ସୁଯୋଗ ଦେବେ । ଅଧିକ ପଢନ୍ତୁ

ମୁମ୍ବାଇ ଯିବେ ଓଡିଶାର କୁନି ଡ୍ୟାନ୍ସର, ସୁଯୋଗ ଦେଲେ ନୃତ୍ୟଗୁରୁ ଶକ୍ତି ମୋହନ

author img

By

Published : Nov 23, 2022, 7:45 AM IST

ଭୁବନେଶ୍ବର: ବେଟି ବଞ୍ଚାଅ ବେଟି ପଢାଅ ଆଉ ଦେଶ କୋ ଆଗେ ବଢାଅ ଏହି ବାର୍ତା ନେଇ କୁନି କୁନି ଝିଅଙ୍କର ବିଭିନ୍ନ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛି ସଂଗଠନ ବେଟି ବଞ୍ଚାଅ ବେଟି ପଢାଅ । ଏହି ସଂଗଠନ ବର୍ତମାନ ଝିଅମାନଙ୍କ ପ୍ରତିଭାର ପ୍ରତିପାଦନ ପାଇଁ ନୃତ୍ୟ ଶିଖାଉଛି । ଘୁଙ୍ଗୁର ୨୦୨୨ କାର୍ଯ୍ୟକ୍ରମ ମାଧ୍ୟମରେ କୁନି କୁନି କୁନି ଝିମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗୀ କରିବା ସହ ସମ୍ମାନିତ କରୁଛି । ଏନେଇ ଭୁବନେଶ୍ୱରର ବିଭିନ୍ନ ବର୍ଗର ଝିଅ ମାନଙ୍କୁ ନୃତ୍ୟ ଶିଖାଉଛି ଘୁଙ୍ଗୁର । ଆଉ ସେହି ନୃତ୍ୟ ଆଗ୍ରହୀ ଶିଶୁମାନଙ୍କୁ ବା କୁନି କୁନି ଡ୍ୟାନ୍ସରଙ୍କୁ ବଲିଓଡ଼ର ଜଣାଶୁଣା ନୃତ୍ୟଶିଳ୍ପୀ ବା ନୃତ୍ୟଗୁରୁ ଶକ୍ତି ମୋହନ ନେବେ ମୁମ୍ବାଇ, ଆଉ ତାଙ୍କର ନୃତ୍ୟ ସଂସ୍ଥା ନୃତ୍ୟ ଶକ୍ତି ମାଧ୍ୟମରେ କରିବେ ପରିମାର୍ଜିତ । ଆଉ ସେହି କୁନି ପିଲା ନୃତ୍ୟର ପରିପକ୍ୱତାକୁ ପାଥେୟ କରି ବଲିଉଡରେ ଦେବେ ସୁଯୋଗ ।

ଏନେଇ ଓଡିଶା ଆସି ବଲିଉଡ ଡ୍ୟାନ୍ସର କୋରିଓଗ୍ରାଫର ଶକ୍ତିମୋହନ ପ୍ରତିଯୋଗୀ ମାନଙ୍କ ଭିତରୁ ଦୁଇ ଜଣଙ୍କୁ ମନୋନୀତ କରିଛନ୍ତି । ସେ ଯେପରି ଡ୍ୟାନ୍ସ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ସେହିପରି ଓଡିଶାର କୁନି ଡ୍ୟାନ୍ସର ମାନେ ମଧ୍ୟ ସଫଳତା ପାଇପାରିବେ । ଏନେଇ ସେ ଓଡ଼ିଶାରୁ ବଛା ବଛା କୁନି କୁନି ଡ୍ୟାନ୍ସରଙ୍କୁ ନାଚ ଶିଖାଇବେ । ଏହାକୁ ନେଇ ଓଡ଼ିଶାର କୁନି ପ୍ରତିଭା ଜାତୀୟ ସ୍ତରରେ ଏକ ସୁଯୋଗ ପାଇବେ ନିଜର ପ୍ରତିଭା ପଦର୍ଶନ କରିବାକୁ ।

ଅନ୍ୟପଟେ ଦୁଇ ଜଣ ପ୍ରତିଭା ମନୋନୀତ ହୋଇ ଖୁସି ହୋଇଥିବା ବେଳେ ଶକ୍ତି ମୋହନଙ୍କ ଠାରୁ ନୃତ୍ୟ ଶିଖିବାର ସୁଯୋଗକୁ ନେଇ ବେଶ ଆନନ୍ଦ ହୋଇଛନ୍ତି । ଆଉ ସୁଯୋଗ ମିଳିଲେ ସେ ନିଶ୍ଚୟ ରାଜ୍ୟ ନା କରିବେ ବୋଲି କହିଛନ୍ତି । ସେପଟେ ଏହି ଦୁଇ ଜଣଙ୍କୁ ବଡ଼ ଦେଇ ଅନ୍ୟ କୁନି କୁନି ନୃତ୍ୟ ପ୍ରତିଭାଙ୍କୁ ସମ୍ମାନିତ କରିଛି ଘୁଁଘୁଁର ସଂସ୍ଥା । ଆଉ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ତମ ପ୍ରସିକ୍ଷଣ ଦେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ସଂଗଠନର ମୁଖ୍ୟ । କାରଣ ଝିଅ ଟିଏ ଶିକ୍ଷିତ ବା ପ୍ରତିଭାର ପୁର୍ନତା ପାଇପାରିଲେ ଗୋଟେ ସମାଜ ଶିକ୍ଷିତ ଓ ପ୍ରତିଭାବାନ ହୋଇପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.