ETV Bharat / entertainment

Ghoomer Teaser: କୋଚ୍‌ ଭୂମିକାରେ ଏଣ୍ଟ୍ରି କରିବେ ଅଭିଷେକ ବଚ୍ଚନ, ସାମ୍ନାକୁ ଆସିଲା ଫାଷ୍ଟ ଲୁକ୍‌

author img

By

Published : Jul 31, 2023, 2:03 PM IST

ଅଭିଷେକ ବଚ୍ଚନଙ୍କ କ୍ରୀଡା ଡ୍ରାମା ଚଳଚ୍ଚିତ୍ର ଘୁମରର ରିଲିଜ୍ ତାରିଖ ସହିତ ଅଭିନେତା-ଅଭିନେତ୍ରୀଙ୍କ ପ୍ରଥମ ଲୁକ୍ ରିଲିଜ୍ ହୋଇଛି । ଏହା ସହିତ ଫିଲ୍ମରୁ ଏକ ଟିଜର ମଧ୍ୟ ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରରେ ଅଭିଷେକ ବଚ୍ଚନ, ଶବାନା ଆଜମୀ, ସାୟାମି ଖୈର ଅଙ୍ଗଦ ବେଦୀ ପ୍ରମୁଖ ଭୂମିକାରେ ନଜର ଆସିବେ । ଅଧିକ ପଢନ୍ତୁ

ଚଳଚ୍ଚିତ୍ର ଘୁମର
ଚଳଚ୍ଚିତ୍ର ଘୁମର

ମୁମ୍ବାଇ: ବଲିଉଡର ଜୁନିୟର ବଚ୍ଚନ ଅର୍ଥାତ୍ ଅଭିଷେକ ବଚ୍ଚନଙ୍କ ବହୁ ପ୍ରତୀକ୍ଷିତ କ୍ରୀଡା ଡ୍ରାମା ଚଳଚ୍ଚିତ୍ର 'ଘୁମର'କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଘୁମର ଚଳଚ୍ଚିତ୍ରରେ ଅଭିଷେକ ବଚ୍ଚନ ଜଣେ କୋଚ୍ ଭୂମିକାରେ ଅଭିନୟ କରିବେ । ଫିଲ୍ମର ରିଲିଜ୍ ତାରିଖ ସହିତ ଅଭିଷେକ ଏବଂ ଅଭିନେତ୍ରୀ ସାୟାମି ଖେରଙ୍କ ପ୍ରଥମ ଲୁକ୍ ରିଲିଜ୍ ହୋଇଛି । ଏହା ସହିତ ଫିଲ୍ମରୁ ଏକ ଟିଜର ମଧ୍ୟ ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଆର୍‌ ବାଲ୍କି ।

ଫିଲ୍ମ ଘୁମରରୁ ସାମ୍ନାକୁ ଆସିଥିବା ଟିଜରରେ ଅଭିଷେକ ବଚ୍ଚନଙ୍କ କୋଚ୍ ଲୁକ୍ ବହୁତ ଶକ୍ତିଶାଳୀ ନଜର ଆସୁଛି । ଏଥିସହିତ ତାଙ୍କ ପାଖରେ ଠିଆ ହୋଇଥିବା ଅଭିନେତ୍ରୀ ସାୟାମି କ୍ରିକେଟର ଭୂମିକାରେ ନଜର ଆସିଛନ୍ତି । ସାୟାମିଙ୍କ ଭୂମିକା ଅନୁଯାୟୀ, ଏହି ଖେଳାଳିଙ୍କର ହାତ ନାହିଁ । ଏଥି ସହିତ, ଜୁନିୟର ବଚ୍ଚନ ଏହି ପୋଷ୍ଟକୁ ସେୟାର କରି ଲେଖିଛନ୍ତି, 'Lefty hai? Left hi hai, ଘୁମର, ଅଗଷ୍ଟ 18ରେ ପ୍ରେକ୍ଷାଳୟକୁ ଆସୁଛି '।

ଏପଟେ ପ୍ରଶଂସକ ଏବଂ ସେଲିବ୍ରେଟମାନେ ଫିଲ୍ମ ଘୁମରର ଟିଜର ଏବଂ ଅଭିଷେକ-ସାୟାମୀଙ୍କ ଲୁକ ପସନ୍ଦ କରୁଛନ୍ତି, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅଭିଷେକଙ୍କ ଭାଣିଜୀ ନବ୍ୟା ନବେଲି ନନ୍ଦା ଏହି ଟିଜରରେ ଏକ ହାର୍ଟ ଇମୋଜି ସେୟାର କରିଥିବାବେଳେ ଅଭିନେତ୍ରୀ ନିମ୍ରତ କୌର ଏହାକୁ ଖୁବ୍‌ ସୁନ୍ଦର ବୋଲି ବର୍ଣ୍ଣନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Chandramukhi 2: ସାମ୍ନାକୁ ଆସିଲା ରାଘବ ଲରେନ୍ସଙ୍କ ଫାଷ୍ଟ ଲୁକ୍, ଦମଦାର ଅବତାରରେ ଆସିଲେ ନଜର

ଏହି ଚଳଚ୍ଚିତ୍ରରେ ଅଭିଷେକ ବଚ୍ଚନ, ଶବାନା ଆଜମୀ, ସାୟାମି ଖୈର ଅଙ୍ଗଦ ବେଦୀ ପ୍ରମୁଖ ଭୂମିକାରେ ନଜର ଆସିବେ । ଏଥି ସହ ଅମିତାଭ ବଚ୍ଚନଙ୍କ ଶାନଦାର ଭୂମିକା ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି ।

'ଘୁମର' ଟ୍ରେଲର କେବେ ରିଲିଜ ହେବ ?

ନିର୍ମାତାମାନେ କହିଛନ୍ତି ଯେ ଏହି ଫିଲ୍ମ ଆଜିଠାରୁ ତିନି ଦିନ ପରେ ମୁକ୍ତିଲାଭ କରିବ। ଅଭିଷେକ ବଚ୍ଚନଙ୍କ କାର୍ଯ୍ୟ ବିଷୟରେ କହିବାକୁ ଗଲେ ତାଙ୍କୁ ଶେଷ ଥର ପାଇଁ 2022 ମସିହାରେ ଦଶବୀ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.