ETV Bharat / entertainment

Gadar 2 Collcetion: 150କୋଟି ପାର୍ କଲା ଗଦର-2, ସ୍ବାଧୀନତା ଦିବସରେ କରିପାରେ ଡବଲ ସେଞ୍ଚୁରୀ

author img

By

Published : Aug 15, 2023, 12:45 PM IST

ଦେଶ ତଥା ବିଦେଶରେ ଗଦର ୨ର ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଛି । ଚଳଚ୍ଚିତ୍ର ରିଲିଜ ହେବାର ଚତୁର୍ଥ ଦିନରେ 150 କୋଟିରୁ ଅଧିକ ଆୟ କରିପାରିଛି । ସେପଟେ ଆଜି ସ୍ବୀଧୀନତା ଦିବସରେ ବି ଫିଲ୍ମ ବମ୍ପର କଲେକ୍ସନ ସହ 200 କୋଟି କ୍ଲବରେ ସାମିଲ ହୋଇପାରେ । ଅଧିକ ପଢନ୍ତୁ

150କୋଟି ପାର୍ କଲା ସନ୍ନି ଦେଓଲଙ୍କ ଫିଲ୍ମ, ସ୍ବାଧୀନତା ଦିବସରେ କରିପାରେ ଡବଲ ସେଞ୍ଚୁରୀ

ମୁମ୍ବାଇ: ବଲିଉଡ ଲୋକପ୍ରିୟ ଅଭିନେତା ସନ୍ନି ଦେଓଲଙ୍କ 'ଗଦର-୨' ଏକ ବ୍ଲକବଷ୍ଟର ପ୍ରମାଣିତ ହୋଇଛି। 22ବର୍ଷ ପୂର୍ବେ ଯେପରି ଫିଲ୍ମ ଲୋକପ୍ରିୟତା ହାସଲ କରିଥିଲା ଠିକ୍‌ ସେହିପରି ଏବେ ମଧ୍ୟ ଲୋକଙ୍କ ମଧ୍ୟରେ ଗଦର-2କୁ ନେଇ କ୍ରେଜ୍‌ ଦେଖିବାକୁ ମିଳିଛି । ଓପନିଂ ଦିନଠାରୁ ଫିଲ୍ମ ଦର୍ଶକଙ୍କ ମନ ଜିତି ଆସୁଛି । ତେବେ 4ର୍ଥ ଦିନରେ ଫିଲ୍ମ ବମ୍ପର୍‌ କଲେକ୍ସନ ସହ 150କୋଟିରୁ ଅଧିକ ଆୟ କରିବାରେ ସଫଳ ହେବା ସହ ବର୍ତ୍ତମାନ ଫିଲ୍ମ ଡବଲ ସେଞ୍ଚୁରୀ କରିବାକୁ ପ୍ରସ୍ତୁତ ହୋଇଛି ।

  • THE RACE IS ON:#Pathaan (only Hindi) Vs #Gadar2

    Day 1: 55 cr / 40.10 cr
    Day 2: 68 cr / 43.08 cr
    Day 3: 38 cr / 51.70 cr
    Day 4: 51.50 cr / 40 cr

    Total: 222.50 cr / 174.88 cr

    1st Week Total (7 days): 318.50 cr / –

    Lifetime Total: 523 cr net / – https://t.co/pJgY8wRgRg

    — Box Office Worldwide (@BOWorldwide) August 14, 2023 " class="align-text-top noRightClick twitterSection" data=" ">

ଅଗଷ୍ଟ 11 ଅର୍ଥାତ୍ ଶୁକ୍ରବାର ଦିନ ମୁକ୍ତିଲାଭ କରିଥିବା ଗଦର-2 ସହ ସନ୍ନି ଦେଓଲ ବକ୍ସ ଅଫିସ୍‌ରେ ଧମାକା କରି ଚାଲିଛି । ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ସପ୍ତାହ ଶେଷରେ ଘରୋଇ ବକ୍ସ ଅଫିସ୍‌ରେ 135.08 କୋଟି ଟଙ୍କା ଆୟ କରିଥିଲା । ଏଥିସହ 4ର୍ଥ ଦିନ ଅର୍ଥାତ୍ ସୋମବାର ଦିନ ବି ତାରା ସିଂ ଏବଂ ସାକିନାଙ୍କ ଯାଦୁ ଜାରି ରହିଛି । ରିପୋର୍ଟ ଅନୁଯାୟୀ, ଫିଲ୍ମ ଚତୁର୍ଥ ଦିନରେ 40 କୋଟି ଟଙ୍କା ରୋଜଗାର କରିଛି । ଏହା ସହିତ, ଗଦର-2ର ଚାରି ଦିନିଆ ମୋଟ ବକ୍ସ ଅଫିସ୍ କଲେକ୍ସନ ପ୍ରାୟ 175 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ଆଜି ସ୍ୱାଧୀନତା ଦିବସରେ 200 କୋଟି କ୍ଲବରେ ସାମିଲ ହେବାକୁ ପ୍ରସ୍ତୁତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଗଦର-୨ ସଫଳତା ପରେ ଦେଓଲ ପରିବାରରେ ସେଲିବ୍ରେସନ, ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଲେ ସନ୍ନି ଓ ଧର୍ମେନ୍ଦ୍ର

ଗଦର-2ର ବିଦେଶୀ ବ୍ୟବସାୟ ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରଟି ପ୍ରଥମ 4 ଦିନରେ 3 ମିଲିୟନ୍ ଡଲାରର ବ୍ୟବସାୟ କରିଛି । ଏହି ଫିଲ୍ମ ସମୁଦାୟ ଆୟ 8 ମିଲିୟନ୍ ଡଲାର୍ ହୋଇପାରେ । ଏଭଳି ସଫଳତାର ସହ ସନ୍ନି ଦେଓଲଙ୍କ ଫିଲ୍ମ 'ଗଦର-2' ଶାହାରୁଖ ଖାନଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'ପଠାନ' ଏବଂ ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ 'ରକି ଔର ରାନୀ କି ପ୍ରେମ କାହାନୀ' ପରେ ଏହା ଅନ୍ତର୍ଜାତୀୟ ସ୍ତରରେ 2023ର ତୃତୀୟ ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି । ଏହି ଫିଲ୍ମରେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ବ୍ୟତୀତ ଗୌରବ ଚୋପ୍ରା, ଉତ୍କର୍ଷ ଶର୍ମା ଏବଂ ଲଭ୍‌ ସିହ୍ନା ନଜର ଆସିଛନ୍ତି ।

ଗଦର ୨: ଭାରତୀୟ ବକ୍ସ ଅଫିସ୍ କଲେକ୍ସନ

ପ୍ରଥମ ଦିନ- 40.10 କୋଟି ଟଙ୍କା

ଦ୍ୱିତୀୟ ଦିନ- 43.08 କୋଟି ଟଙ୍କା

ତୃତୀୟ ଦିନ- 52 କୋଟି ଟଙ୍କା

ଚତୁର୍ଥ ଦିନ- 40 କୋଟି ଟଙ୍କା

ମୋଟ ବକ୍ସ ଅଫିସ୍ ସଂଗ୍ରହ-175 କୋଟି ଟଙ୍କା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.