ETV Bharat / entertainment

BO Collection day 20: ଥମୁନି କ୍ରେଜ୍‌, ରକ୍ଷା ବନ୍ଧନରେ ବମ୍ପର କଲେକ୍ସନ କଲା ଗଦର 2

author img

By ETV Bharat Odisha Team

Published : Aug 31, 2023, 11:41 AM IST

ସନ୍ନି ଦେଓଲଙ୍କ ଚଳଚ୍ଚିତ୍ର 'ଗଦର 2' ରିଲିଜ ହେବାର 20 ଦିନ ହୋଇଗଲାଣି । ଆସନ୍ତୁ ଜାଣିବା ତାରା ସିଂ ଏବଂ ସକିନାଙ୍କ ଯୋଡି 20 ଦିନ ମଧ୍ୟରେ ବକ୍ସ ଅଫିସରେ କେତେ ରୋଜଗାର କରିଛି । ଅଧିକ ପଢନ୍ତୁ

ଗଦର 2
ଗଦର 2

ମୁମ୍ବାଇ: ସନ୍ନି ଦେଓଲଙ୍କ ଅଭିନୀତ ଚଳଚ୍ଚିତ୍ର 'ଗଦର 2' 2023 ମସିହାରେ ବଲିଉଡର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହୋଇପାରିଛି । ଅନିଲ ଶର୍ମାଙ୍କ ଫିଲ୍ମରେ ସନ୍ନି ଦେଓଲଙ୍କ ବ୍ୟତୀତ ଅମିଶା ପଟେଲ ଏବଂ ଉତ୍କଳ ଶର୍ମା ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । 'ଗଦର 2' 11 ଅଗଷ୍ଟରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​। 20 ତମ ଦିନରେ ଏହି ଚଳଚ୍ଚିତ୍ର ଭାରତରେ ମୋଟ 474.5 କୋଟି ଟଙ୍କା ଆୟ କରିଛି । ତେବେ 'ଗଦର ୨' ରୋଜଗାରର ଗତି ଧୀରେ ଧୀରେ କମି କମି ଯାଉଛି । ଏହା ସତ୍ତ୍ୱେ ବି ଏବେ ସମସ୍ତଙ୍କ ନଜର 500 କୋଟି ଉପରେ ରହିଛି ।

ଏହା ମଧ୍ୟ ପଢନ୍ତୁ: Gadar 2: ରାକ୍ଷୀପୂର୍ଣ୍ଣିମାରେ ଗଦର 2 ଅଫର, 2ଟି ଟିକେଟ୍ ସହ 2ଟି ଫ୍ରି

ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ 'ଗଦର 2' ଭାରତରେ ମାତ୍ର 17 ଦିନରେ 450 କୋଟିରୁ ଅଧିକ ରୋଜଗାର କରିବାରେ ସଫଳ ହୋଇଛି । ଏହି ଫିଲ୍ମ ବର୍ତ୍ତମାନ 500 କୋଟି ନିକଟତର ହୋଇଛି । ଅଗଷ୍ଟ 30 ରେ ଅର୍ଥାତ ରକ୍ଷା ବନ୍ଧନ ଅବସରରେ 'ଗଦର 2' ଭାରତରେ 8.75 କୋଟି ଟଙ୍କା ଆୟ କରିଥିଲା । 20 ଦିନ ରୋଜଗାର କରିବା ପରେ, ଗଦର-2ର ମୋଟ ବକ୍ସ ଅଫିସ୍ କଲେକ୍ସନ ବର୍ତ୍ତମାନ ପ୍ରାୟ 475.5 କୋଟି ଟଙ୍କା ପହଞ୍ଚିଛି । ଏହି ସମୟରେ ଅର୍ଥାତ 30 ଅଗଷ୍ଟରେ 'ଗଦର 2' ମୋଟ 33.88 ପ୍ରତିଶତ ସ୍ଥାନ ଅଧିକାର କରିଥିଲା ​।

ଉଲ୍ଲେଖନୀୟ ଯେ, ଅଗଷ୍ଟ 30 ରାକ୍ଷୀ ପୂର୍ଣ୍ଣିମା ଅବସରରେ ସନ୍ନି ଦେଓଲଙ୍କ ଫିଲ୍ମ ପାଇଁ 'BUY 2 GET 2' ର ଅଫର ଜାରି କରାଯାଇଥିଲା । ଅର୍ଥାତ୍ ଯଦି ଆପଣ ଏହି ଚଳଚ୍ଚିତ୍ର ପାଇଁ ଦୁଇଟି ଟିକେଟ୍ କିଣନ୍ତି, ତେବେ ଆପଣଙ୍କୁ ମାଗଣାରେ ଦୁଇଟି ଟିକେଟ୍ ମିଳିବ ବୋଲି ଫିଲ୍ମର ନିର୍ମାତା ଘୋଷଣା କରିଥିଲେ । 'ଗଦର ୨' ନିର୍ମାତା ସେମାନଙ୍କର ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଏହି ଖୁସି ଖବର ଦେଇଥିଲେ । କ୍ୟାପସନରେ ଲେଖିଥିଲେ 'ଏହି ରାକ୍ଷୀପୂର୍ଣ୍ଣିମା, ପୁରା ପରିବାର ପାଇଁ କିଛି ବିଶେଷ କରନ୍ତୁ, 2ଜଣଙ୍କ ସହ 2ଟି ଟିକେଟ୍ ବୁକ୍ କରନ୍ତୁ, ଲିଙ୍କକୁ ଯାଇ ଅଫର ମଜା ଉଠାନ୍ତୁ । ଏହି ଅଫର କେବଳ ସେପ୍ଟେମ୍ବର 3 ଯାଏଁ ଉପଲବ୍ଧ।

ଏହା ମଧ୍ୟ ପଢନ୍ତୁ: ଆଉ ଫିଲ୍ମ ନିର୍ମାଣ କରିବି ନାହିଁ, ମୁଁ ଦେବାଳିଆ ହୋଇଯାଉଛି: ସନ୍ନି ଦେଓଲ

11 ଅଗଷ୍ଟରେ 40 କୋଟିର ଓପନିଂ ସହିତ ଗଦର-୨ ପ୍ରଥମ ସପ୍ତାହରେ 284 କୋଟି କଲେକ୍ସନ କରିଥିଲା ​​। ଏହା ସହିତ, ‘ପଠାନ’ ପରେ ‘ଗଦର 2’ ଭାରତରେ ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ଭାବରେ ଉଭା ହେଲା । ଚଳଚ୍ଚିତ୍ରଟି ଦ୍ୱିତୀୟ ସପ୍ତାହ ଶେଷରେ 134 କୋଟି ଛୁଇଁଛି । ବର୍ତ୍ତମାନ ଏହି ଫିଲ୍ମ କିଛି ଦିନ ମଧ୍ୟରେ 500 କୋଟି ପାର୍‌ କରିବ । ଘରୋଇ ବକ୍ସ ଅଫିସରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହେବା ପାଇଁ ଏହା 'ପଠାନ'କୁ ପଛରେ ପକାଇବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.