ETV Bharat / entertainment

Kalki 2898AD: 'ପ୍ରୋଜେକ୍ଟ କେ' ନୁହେଁ ଏହା ହେଉଛି ପ୍ରଭାସଙ୍କ ଫିଲ୍ମର ଅସଲି ନାଁ

author img

By

Published : Jul 21, 2023, 12:06 PM IST

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ 'ପ୍ରୋଜେକ୍ଟ କେ' ଟାଇଟେଲ ଘୋଷଣା ହୋଇଛି। ଟିଜର ରିଲିଜ କରି ଫିଲ୍ମର ଅସଲି ନାଁ ଘୋଷଣା କରିଛନ୍ତି ନିର୍ମାତା। ଅଧିକ ପଢନ୍ତୁ,

'ପ୍ରୋଜେକ୍ଟ କେ' ନୁହଁ ଏହା ହେଉଛି ପ୍ରଭାସଙ୍କ ଫିଲ୍ମର ଅସଲି ନାଁ

ହାଇଦ୍ରାବାଦ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର 'ପ୍ରୋଜେକ୍ଟ କେ'ର ଟାଇଟଲ୍ ଘୋଷଣା ହୋଇଛି । ଆମେରିକାରେ ଚାଲିଥିବା ସାନ ଡିଏଗୋ କୋମିକ୍-କୋନ୍ (SDCC)ରେ ବହୁ ପ୍ରଶଂସକଙ୍କ ମଧ୍ୟରେ ଏହାର ଅଫିସିଆଲ୍ ଟାଇଟଲ୍ ଘୋଷଣା କରାଯାଇଥିଲା । ଏହି ଚଳଚ୍ଚିତ୍ରର ଅଫିସିଆଲ୍ ନାମ ହେଉଛି 'କଲ୍କି 2898 AD'। ଟିଜର ରିଲିଜ୍ ହେବା ସହ 'ପ୍ରୋଜେକ୍ଟ କେ'ର ବହୁ ପ୍ରତୀକ୍ଷିତ ଝଲକ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଭାରତରେ ଆଜି ଫିଲ୍ମର ଟିଜର ରିଲିଜ କରାଯାଇଛି ।

  • " class="align-text-top noRightClick twitterSection" data="">

ସାନ ଡିଏଗୋ କୋମିକ୍-କୋନରେ 'ଏହା ହେଉଛି ପ୍ରୋଜେକ୍ଟ କେ: ଭାରତର ମାଇଥୋ-ସାଇନ୍ସ-ଫାଇ ଏପିକ୍'ର ଟାଇଟଲ ସହ ରିଲିଜ କରିଥିଲା । ଏହା ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏବଂ ବୈଜୟନ୍ତୀ ଚଳଚ୍ଚିତ୍ର ଦ୍ୱାରା ନିର୍ମିତ ଏକ ବହୁଭାଷୀ ସାଇ-ଫାଇ ଚଳଚ୍ଚିତ୍ର । ଟିଜରରେ କୁହାଯାଇଛି, 'ଯେତେବେଳେ ଅନ୍ଧକାର ଦୁନିଆକୁ ଘୋଡାଇ ଦିଏ, ସେତେବେଳେ ଜଣେ ହିରୋ ସୃଷ୍ଟି ହୁଏ ।' ଟିଜରରେ ଦୀପିକାଙ୍କ ସେନାରେ ନିଯୁକ୍ତ ଥିବା ଏକ ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ପ୍ରଭାସଙ୍କ ଚରିତ୍ର ଜଣେ ସାହସୀ ଯୋଦ୍ଧା ଭାବରେ ଦେଖିବାକୁ ମିଳିଛି । ଟିଜରରେ ଅମିତାଭ ବଚ୍ଚନଙ୍କ ଚରିତ୍ର ବ୍ୟାଣ୍ଡେଜରେ ଆବୃତ୍ତ ଜଣେ ଭୟଙ୍କର, ଯୋଦ୍ଧା ରୂପରେ ଦେଖିବାକୁ ମିଳିଛି ।

ସୂଚନା ଥାଉ କି, ପ୍ରୋଜେକ୍ଟ କେ' ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇଛି ଯାହା ସାନ୍‌ ଡିଏଗୋ କୋମିକ୍-କନ୍ (SDCC) 2023ରେ ପ୍ରଦର୍ଶିତ ହୋଇଛି । ପ୍ରଭାସ, କମଲ ହାସନ ଏବଂ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ଉପସ୍ଥିତିରେ କୋମିକ୍ କୋନରେ ଫିଲ୍ମର ଟାଇଟଲ୍ ଏବଂ ଟିଜର ଲଞ୍ଚ ହୋଇଥିଲା । ତେବେ ଏହି ଚଳଚ୍ଚିତ୍ରଟି ଜାନୁଆରୀ 12, 2024ରେ ଭାରତରେ ଏବଂ ସାରା ବିଶ୍ୱରେ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ଇଂରାଜୀ ଭାଷାରେ ରିଲିଜ କରିବ । ଟିଜର ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ବଢିଯାଇଛି ।

ଏହା ମଧ୍ୟ ପଢନ୍ତୁ: ଟାଇମ୍ସ ସ୍କ୍ବାୟାର ବିଲବୋର୍ଡରେ ପ୍ରଦର୍ଶିତ ହେଲା 'ପ୍ରୋଜେକ୍ଟ କେ' ପୋଷ୍ଟର

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏହା ଏକ ମଲ୍ଟି ଷ୍ଟାର୍ ଫିଲ୍ମ । ଯେଉଁଥିରେ ପ୍ରଭାସଙ୍କ ବ୍ୟତୀତ ବଲିଉଡ ମସ୍ତାନୀ ଦୀପିକା ପାଦୁକୋନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଉଭୟ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିବେ । ଦୀପିକା ଏବଂ ପ୍ରଭାସଙ୍କ ବ୍ୟତୀତ ଇଣ୍ଡଷ୍ଟ୍ରିର ଭେଟେରାନ୍ ଅଭିନେତା ଅମିତାଭ ବଚ୍ଚନ ଏବଂ କମଲ ହାସନ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ଖବର ଅନୁଯାୟୀ, ଏହି ଚଳଚ୍ଚିତ୍ରଟି ଜାନୁଆରୀ 12, 2024ରେ ରିଲିଜ ହେବ । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ ପ୍ରାୟ 500 କୋଟିରୁ ଅଧିକ ବୋଲି କୁହାଯାଉଛି । ଏହାକୁ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.