ETV Bharat / entertainment

ଆଇନ ଜାଲରେ ଫସିଲେ ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ

ହରଡଘଣାରେ ଅଭିନେତା ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ । ଗୌରୀଙ୍କ ନାଁରେ ହୋଇଛି ମାମଲା ଦାୟର ହୋଇଛି । ଜାଣନ୍ତୁ କିଏ ଓ କାହିଁକି କରିଛି ମାମଲା।

ସମ୍ପତ୍ତି ବିବାଦକୁ ନେଇ ଗୌରୀ ଖାନଙ୍କ ନାଁରେ ମାମଲା

author img

By

Published : Mar 2, 2023, 1:53 PM IST

ଲକ୍ଷ୍ନୌ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ବିରୋଧରେ ମାମଲା ଦାଖଲ ହୋଇଛି । ଗୌରୀଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଧାରା 409 ଅନୁଯାୟୀ ମାମଲା ପଞ୍ଜୀକୃତ ହୋଇଛି । ଏକ ସଙ୍ଗୀନ ଅଭିଯୋଗ ଆଣି ମୁମ୍ବାଇ ବାସିନ୍ଦା କିରାଟ ଜସୱନ୍ତ ଶାହା ଗୌରୀ ଖାନଙ୍କ ବିରୋଧରେ ଏତଲା ଦାଖଲ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ଜସୱନ୍ତ ଏକ ତୁଲସିୟାନି କନଷ୍ଟକସନ ଏବଂ ବିକାଶ ଲିମିଟେଡ୍ କମ୍ପାନୀ ଠାରୁ ସେ ଏକ ପ୍ଲାଟ କିଣିଥିଲେ । ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ଅଛନ୍ତି ଗୌରୀ ଖାନ । ସେ ଗୌରୀଙ୍କ ଦ୍ବାରା ପ୍ରଭାବିତ ହୋଇ ଏହି ଫ୍ଲାଟ କିଣିଥିଲେ । ଫ୍ଲାଟ ପାଇଁ ସେ 86 ଲକ୍ଷ ଟଙ୍କା ଚାର୍ଜ କରିବା ସତ୍ତ୍ବେ ଫ୍ଲାଟ ଦଖଲ କରିବାରେ ବିଫଳ ହୋଇଛନ୍ତି । ସେ ଗୌରୀଙ୍କ ବ୍ୟତୀତ ଏହି କମ୍ପାନୀର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅନିଲ କୁମାର ତୁଲସିୟାନି ଏବଂ ଏହାର ନିର୍ଦ୍ଦେଶକ ମହେଶ ତୁଲସିୟାନୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଛନ୍ତି।

ଅଭିଯୋଗକାରୀ ଆହୁରି ମଧ୍ୟ କହିଛନ୍ତି ୟେ, ଏହି କମ୍ପାନୀ ଲକ୍ଷ୍ନୌର ସୁଶାନ୍ତ ଗଲ୍ଫ ସିଟି ଅଞ୍ଚଳରେ ଥିବା ଫ୍ଲାଟ ତାଙ୍କୁ ଦେଖାଇଥିଲା । ଏବଂ ସେ ଗୌରୀଙ୍କ ଦ୍ବାରା ପ୍ରଭାବିତ ହୋଇ ଏହି ଫ୍ଲାଟ କିଣିଥିଲେ । ହେଲେ ଫ୍ଲାଟ ପାଇଁ ସେ ପୁରା ରାଶି ପ୍ରଦାନ କରିଥିଲେ ସୁଦ୍ଧା ତାଙ୍କୁ ଫ୍ଲାଟ ହସ୍ତାନ୍ତର କରାଯାଇନାହିଁ । ବରଂ ସେହି ଫ୍ଲାଟ ଏବେ ଅନ୍ୟ କାହାକୁ ଦିଆଯାଇଥିବା ସେ ଜାଣିବାକୁ ପାଇଥିଲେ । ଏଣୁ ସେ ଏନେଇ ଏବେ ମାମଲା ଦାୟର କରିଛନ୍ତି ।

ସୂଚନା ଥାଉ କି, ଗୌରୀ ଖାନ ବଲିଉଡର ସର୍ବୋତ୍ତମ ଇଣ୍ଟେରିୟର ଡିଜାଇନର ମାନଙ୍କ ମଧ୍ୟରେ ବିବେଚିତ । ସିଦ୍ଧାର୍ଥ ମଲହୋତ୍ରା, ଫରାହ ଖାନ, ରଣବୀର କପୁର ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପରି ଅନେକ ସେଲିବ୍ରିଟିଙ୍କ ଘରକୁ ସଜାଇଛନ୍ତି । ଏହା ସହ ସେ ଜଣେ ଫ୍ୟାସନ ଡିଜାଇନର ମଧ୍ୟ । 2007ରେ ସେ ଓମ ଶାନ୍ତି ଓମ୍ ଚଳଚ୍ଚିତ୍ରରେ ତାଙ୍କର ଏକ ଛୋଟ କ୍ୟାମୋ ମଧ୍ୟ ଥିଲା, ଯାହା ସେ ପ୍ରସ୍ତୁତ କରିଥିଲେ।

2016ରେ, ଗୌରୀ ସତ୍ୟ ପାଲଙ୍କ ପାଇଁ "କକଟେଲ ଏବଂ ଡ୍ରିମ୍ସ" ନାମକ ଏକ ପୋଷାକ ଲାଇନ ମଧ୍ୟ ତିଆରି କରିଥିଲେ । ପରେ ସେ ସ୍ବତନ୍ତ୍ର ଘର ଡିଜାଇନ୍ ଯୋଗାଇବା ପାଇଁ ତାଙ୍କ ଘନିଷ୍ଠ ବନ୍ଧୁ ସୁସାନେ ଖାନଙ୍କ ସହଭାଗିତାରେ 2010 ରେ ଇଣ୍ଟେରିୟର ଡିଜାଇନର୍ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ଗୌରୀ 2014ର ଆରମ୍ଭରେ ମୁମ୍ବାଇର ୱର୍ଲିରେ ତାଙ୍କର ପ୍ରଥମ କନ୍ସେପ୍ଟ ଦୋକାନ ଦି ଡିଜାଇନ୍ ସେଲ୍ ଲଞ୍ଚ କରିଥିଲେ । ଅଗଷ୍ଟ 2017 ରେ ମୁମ୍ବାଇର ଜୁହୁରେ ଗୌରୀ ଖାନ ଡିଜାଇନ ନାମରେ ତାଙ୍କ ଡିଜାଇନ ଷ୍ଟୁଡିଓ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.