ମୁମ୍ବାଇ: ରଣଭୀର ସିଂଙ୍କୁ ବୋଲ୍ଡ ଫଟୋସୁଟ୍ କରିବା ପଡିଲା ମହଙ୍ଗା । ନ୍ୟୁଡ ଫଟୋସୁଟ୍ ମାମଲାରେ ଅଭିନେତା ରଣଭୀର ସିଂଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏକ ଏଫ୍ଆଇଆର୍ ପଞ୍ଜିକରଣ କରିଛି । ତା ସହିତ ତାଙ୍କ ଗିରଫଦାରୀ ପାଇଁ ଦାବି କରାଯାଇଛି । ଏକ ଲୋକପ୍ରିୟ ପତ୍ରିକା ପାଇଁ କରାଯାଇଥିବା ଫଟୋସୁଟ୍କୁ ନେଇ ଜଣେ ସାମାଜିକ କର୍ମୀ ଚେମ୍ବୁର ପୋଲିସ ଷ୍ଟେସନରେ ଗୋଟିଏ ଦିନ ପୂର୍ବରୁ ମାମଲା ଦାୟର କରିଥିଲେ । ଏହାପରେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରିଛି ।
-
Mumbai Police register FIR against Bollywood actor Ranveer Singh over nude photographs on social media: Official
— Press Trust of India (@PTI_News) July 26, 2022 " class="align-text-top noRightClick twitterSection" data="
">Mumbai Police register FIR against Bollywood actor Ranveer Singh over nude photographs on social media: Official
— Press Trust of India (@PTI_News) July 26, 2022Mumbai Police register FIR against Bollywood actor Ranveer Singh over nude photographs on social media: Official
— Press Trust of India (@PTI_News) July 26, 2022
ଏହା ବି ପଢନ୍ତୁ: ବଢିପାରେ ରଣଭୀର ସିଂଙ୍କ ଅଡୁଆ, ମୁମ୍ବାଇ ଥାନାରେ ପହଞ୍ଚିଲା ମାମଲା
ରଣଭୀର ସିଂଙ୍କ ବିରୋଧରେ ଆଇପିସି ଧାରା 292, 293 ଏବଂ 509ରେ ମାମଲା ରୁଜୁ କରାଯାଇଛି । ତା ସହିତ ଆଇଟି ଆକ୍ଟର ସେକ୍ସନ ୬୭ ଏ ଆଧାରରେ ମଧ୍ୟ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ରଣଭୀର ସିଂଙ୍କ ବିରୋଧରେ ଏହି ଅଭିଯୋଗ ସୋମବାର ଏକ ଅଣ-ସରକାରୀ ସଂଗଠନ (ଏନଜିଓ) ଦ୍ୱାରା ଦାଖଲ କରାଯାଇଥିଲା। ଏହି ସଂସ୍ଥାର ନାମ ହେଉଛି ଶ୍ୟାମ ମଙ୍ଗାରାମ ଫାଉଣ୍ଡେସନ୍ । ସଂଗଠନର ଜଣେ ପ୍ରତିନିଧୀ ସାମାଜିକ କର୍ମୀ ରଣଭୀର ସିଂଙ୍କ ବିରୋଧରେ ମୁମ୍ବାଇର ଚେମ୍ବୁର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।
-
Complaint registered against actor Ranveer Singh in Mumbai's Chembur Police Station for posting nude pictures on his Instagram account. Police have yet to register an FIR.
— ANI (@ANI) July 25, 2022 " class="align-text-top noRightClick twitterSection" data="
(file photo) pic.twitter.com/B0G38hvave
">Complaint registered against actor Ranveer Singh in Mumbai's Chembur Police Station for posting nude pictures on his Instagram account. Police have yet to register an FIR.
— ANI (@ANI) July 25, 2022
(file photo) pic.twitter.com/B0G38hvaveComplaint registered against actor Ranveer Singh in Mumbai's Chembur Police Station for posting nude pictures on his Instagram account. Police have yet to register an FIR.
— ANI (@ANI) July 25, 2022
(file photo) pic.twitter.com/B0G38hvave
ରଣଭୀର ସିଂଙ୍କ ବିରୋଧରେ ଦାଖଲ ହୋଇଥିବା ଏହି ଅଭିଯୋଗରେ ଏହା ଲେଖାଥିଲା, “ଆମେ ଗତ 6ବର୍ଷ ଧରି ଶିଶୁ ଓ ବିଧବା ମହିଳାଙ୍କ ଉତ୍ତମ ଭବିଷ୍ୟତ ପାଇଁ କାର୍ଯ୍ୟ କରୁଛୁ । ଗତ ସପ୍ତାହରେ ଆମେ ଦେଖିଲୁ ବଲିଉଡ ଅଭିନେତା ରଣଭୀର ସିଂଙ୍କ ଅନେକ ନ୍ୟୁଡ (ନଗ୍ନ) ଫଟୋ ଭାଇରାଲ ହେଉଛି । ଏହି ଫଟୋଗୁଡିକ ଯେପରି ନିଆଯାଇଛି, ଯେକୌଣସି ମହିଳା କିମ୍ବା ପୁରୁଷ ତାଙ୍କୁ ଦେଖି ଲଜ୍ଜିତ ହେବେ ।"
ସଂସ୍କୃତି ନଷ୍ଟ କରିଥିବା ଅଭିଯୋଗ ହୋଇଛି
ଏହି ଫଟୋସୁଟ ଯୋଗୁଁ ରଣଭୀର ସିଂ ଗତ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ । ଏଥିପାଇଁ ତାଙ୍କୁ ଟ୍ରୋଲ କରାଯାଇଥିଲା । ତାଙ୍କୁ ମଧ୍ୟ ସମାଲୋଚନା କରାଯାଇଥିଲା । ଯଦିଓ ଅନେକ ସେଲିବ୍ରେଟ୍ ତାଙ୍କୁ ସମର୍ଥନ କରିଛନ୍ତି । ତାଙ୍କର ନ୍ୟୁଡ ଫଟୋସୁଟକୁ ଅଭିନେତାଙ୍କର ଏକ ସାହସିକ ପଦକ୍ଷେପ ବୋଲି ବର୍ଣ୍ଣନା କରାଯାଇଛି । କିନ୍ତୁ ଅନେକ ଲୋକ ଦେଶର ସମାଜିକତା ଏବଂ ସଂସ୍କୃତିକୁ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି । ତେଣୁ ଏହି ସବୁ ଫଟୋକୁ ସୋସିଆଲ୍ ମିଡିଆରୁ ହଟାଇବାକୁ ସେ ଦାବି କରିଛନ୍ତି । ସୋମବାର ଏହି ଘଟଣାରେ ଅଭିଯୋଗ ହେବା ପରେ ମଙ୍ଗଳବାର FIR ରୁଜୁ ହୋଇଥିବା ଜଣାପଡିଛି ।