ETV Bharat / entertainment

ସାଇବର ଠକେଇର ଶିକାର ବୋନି କପୁର

author img

By

Published : May 29, 2022, 8:26 AM IST

ସାଇବର ଠକେଇର ଶିକାର ହୋଇଛନ୍ତି ଫଲ୍ମ ପ୍ରଯୋଜକ ତଥା ସ୍ବଗତ ଶ୍ରୀଦେବୀଙ୍କ ସ୍ବାମୀ ବୋନି କପୁର । ଅଧିକ ପଢନ୍ତୁ

ସାଇବର ଠକେଇର ଶିକାର ବୋନି କପୁର
ସାଇବର ଠକେଇର ଶିକାର ବୋନି କପୁର

ମୁମ୍ବାଇ: ସାଇବର ଠକେଇର ଶିକାର ହୋଇଛନ୍ତି ଫଲ୍ମ ପ୍ରଯୋଜକ ତଥା ସ୍ବଗତ ଶ୍ରୀଦେବୀଙ୍କ ସ୍ବାମୀ ବୋନି କପୁର । କ୍ରେଡିଟ କାର୍ଡ ଜରିଆରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପାଖାପାଖି 4 ଲକ୍ଷ ଟଙ୍କା ଚୋରି ହୋଇଛି । ଜଣେ ଅଜଣା ବ୍ୟକ୍ତିଙ୍କ ନାମରେ ଆଇଟି ଆକ୍ଟ ଅନୁସାରେ ମୁମ୍ବାଇ ଅମ୍ବୋଲି ଥାନାରେ ଅଭିଯୋଗ କରିଛନ୍ତି ବୋନି କପୁର । ଏନେଇ ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାଅନୁସାରେ, ଫେବୃଆରୀ 9 ତାରିଖରେ 5 ଟି ଜାଲ କାରବାର ଜରିଆରେ ତାଙ୍କ ଆକାଉଣ୍ଟରୁ 3. 89 ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଛି । ମାର୍ଚ୍ଚ 30 ତାରିଖରେ ତାଙ୍କୁ କ୍ରେଡିଟ ବିଲ ପୈଠ ଲାଗି ଫୋନ ଆସିଥିଲା । ଏ ସମ୍ପର୍କରେ ଜାଣିବା ପରେ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ସେ ଥାନାରେ ଅଭିଯୋଗ କରିଥିଲେ । ବୋନିଙ୍କ କାର୍ଡରୁ ଗୁରୁଗ୍ରାମର ଏକ କମ୍ପାନୀକୁ ଟାଙ୍କା ଟ୍ରାନ୍ସଫର କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.