ETV Bharat / entertainment

Movie Date: ଜବାନର ଫ୍ୟାନ୍‌ ହେଲେ ଆଲିଆଙ୍କ ବାପା-ମାଅ, ଏକାଠି ଦେଖିଲେ ନାଇଟ୍‌ ସୋ’

author img

By ETV Bharat Odisha Team

Published : Sep 12, 2023, 12:23 PM IST

ନିକଟରେ ରିଲିଜ ହୋଇଥିବା ଶାହାରୁଖଙ୍କ ଫିଲ୍ମ 'ଜବାନ'ର କ୍ରେଜ୍‌ ଧୀରେଧୀରେ ବଢ଼ିବାରେ ଲାଗିଛି । ନିକଟରେ ଆଲିଆ ଭଟ୍ଟଙ୍କ ପିତା ମହେଶ ଭଟ୍ଟ ତାଙ୍କ ପତ୍ନୀ ସୋନି ରାଜଦାନଙ୍କ ସହ ‘ମୁଭି ଡେଟ୍‌’ରେ ଯାଇଥିଲେ । ବର୍ତ୍ତମାନ ସେ ଫିଲ୍ମର ସମୀକ୍ଷା ମଧ୍ୟ କରିଛନ୍ତି । ଅଧିକ ପଢ଼ନ୍ତୁ

ଜବାନର ଫ୍ୟାନ୍‌ ହେଲେ ଆଲିଆଙ୍କ ବାପା ମାଅ
ଜବାନର ଫ୍ୟାନ୍‌ ହେଲେ ଆଲିଆଙ୍କ ବାପା ମାଅ

ମୁମ୍ବାଇ: ବଲିଉଡ କିଙ୍ଗ ଶାହରୁଖ ଖାନ ଏବଂ ନୟନତାରାଙ୍କ ଅଭିନୀତ ଫିଲ୍ମ 'ଜବାନ' ବର୍ତ୍ତମାନ ସମଗ୍ର ବିଶ୍ୱ ବକ୍ସ ଅଫିସରେ ଧମାକା ସୃଷ୍ଟି କରୁଛି । ଏହା ହେଉଛି ଶାହରୁଖ ଖାନଙ୍କ ଚଳିତ ବର୍ଷର ଦ୍ୱିତୀୟ ଚଳଚ୍ଚିତ୍ର, ଯାହା ପ୍ରଥମ ଦିନରୁ ଲୋକଙ୍କ ମନ ଜିତୁଛି । ଜବାନ ପାଇଁ କେବଳ ପ୍ରଶଂସକ ନୁହଁନ୍ତି ସେଲିବ୍ରିଟିଙ୍କ କ୍ରେଜ ମଧ୍ୟ ବଢିବାରେ ଲାଗିଛି । ବଲିଉଡ ଅଭିନେତା ଅନୁପମ ଖେର, ଅକ୍ଷୟ କୁମାର, ନିର୍ଦ୍ଦେଶକ କରଣ ଜୋହର, ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ପରେ ଆଲିଆ ଭଟ୍ଟଙ୍କ ପିତା ତଥା ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟ ମଧ୍ୟ ଫିଲ୍ମ ଜବାନର ମଜା ଉଠାଇଛନ୍ତି । ମହେଶ ଭଟ୍ଟ ପତ୍ନୀ ସୋନିଙ୍କ ସହ ‘ମୁଭି ଡେଟ୍‌’ରେ ଯାଇଥିଲେ । ବର୍ତ୍ତମାନ ଫିଲ୍ମକୁ ନେଇ ସମୀକ୍ଷା ପ୍ରକାଶ କରିଛନ୍ତି ମହେଶ ଭଟ୍ଟ ।

  • It took @iamsrk and #Jawaan to get the both of us out on a movie date night after I don’t know how many years ! And what a fabulous film - mind is blown ♥️ is happy @Atlee_dir wow Sir 🤩 🥳 Shah Rukh Khan gets more amazing with each film. Huge congratulations all round 🎉👏👏👏 pic.twitter.com/QduIcHbzA1

    — Soni Razdan (@Soni_Razdan) September 11, 2023 " class="align-text-top noRightClick twitterSection" data=" ">

ମହେଶ ଭଟ୍ଟ ଫିଲ୍ମର ସମୀକ୍ଷା କରିଛନ୍ତି

ମହେଶ ଭଟ୍ଟ ଏବଂ ସୋନି ରଜଦାନ ସେମାନଙ୍କ ଡେଟ୍‌ ନାଇଟ୍‌ରେ ଶାହାରୁଖ ଖାନ-ନୟନତାରାଙ୍କ ଫିଲ୍ମ 'ଜବାନ' ଦେଖିବାକୁ ଯାଇଥିଲେ । ସୋନି ରଜଦାନ ଥିଏଟରରୁ ଦୁହିଁଙ୍କ ସେଲଫି ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରି ଲେଖିଛନ୍ତି, ‘ଯୁଗ ପରେ ମୁଭି ଡେଟ୍‌'। ଏହା ସହିତ, ଏସ୍‌ଆର୍‌କେର ଜବାନ୍ ଇମୋଜି ମଧ୍ୟ ଷ୍ଟୋରୀରେ ଦେଇଥିଲେ । ଦୁହେଁ କଳା ପୋଷାକ ପିନ୍ଧିଥିଲେ । ଫଟୋଗ୍ରାଫରଙ୍କ ସହ କଥାବାର୍ତ୍ତା କରି ସୋନି କହିଛନ୍ତି ଯେ ଫିଲ୍ମଟି ଚମତ୍କାର ଥିଲା । ଯେତେବେଳେ ତାଙ୍କୁ ପଚରାଗଲା ଯେ ଶାହାରୁଖଙ୍କ ଡବଲ ଭୂମିକା ମଧ୍ୟରୁ ସେ କେଉଁଟା ପସନ୍ଦ କରନ୍ତି ? 'ଉଭୟ ଚରିତ୍ର ପସନ୍ଦ ବୋଲି ମହେଶ ଭଟ୍ଟ କହିଛନ୍ତି- ସେପରି ଲାଗିଲା ଯେମିତି ଭାରତ ଏବଂ ବିଶ୍ୱକୁ ଲାଗୁଛି ।

ଏହା ମଧ୍ୟ ପଢନ୍ତୁ: ବାପା ମହେଶ ଭଟ୍ଟଙ୍କ ସହ ଚର୍ଚ୍ଚିତ କିସ୍‌ ସିନକୁ ନେଇ ମୁହଁ ଖୋଲିଲେ ପୂଜା ଭଟ୍ଟ

'ଜବାନ୍' ଏକ ସମ୍ପୂର୍ଣ୍ଣ ପ୍ୟାକେଜ୍ ଚଳଚ୍ଚିତ୍ର

'ଜବାନ୍'କୁ ନେଇ ଉଭୟ ଭାରତ ତଥା ବିଦେଶରେ କ୍ରେଜ୍‌ ରହିଛି । ଶାହାରୁଖ ଖାନ, ନୟନତାରା ଏବଂ ବିଜୟ ସେଥୁପତିଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ହାଇ ଆକ୍ସନ ସିନ୍‌, ଦମଦାର ଡାଏଲଗ୍‌, ଜବରଦସ୍ତ ପରଫମାନ୍ସ ଏବଂ ଭଲ ମ୍ୟୁଜିକ୍‌ ସହିତ ଦର୍ଶକ ଏବଂ ସମାଲୋଚକଙ୍କ ହୃଦୟକୁ ଆକର୍ଷିତ କରିଛି । ଏହି ଉତ୍ସାହ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବ୍ୟାପି ଚାଲିଛି । ବଲିଉଡର ଅନେକ ସେଲିବ୍ରିଟି ଏହି ଫିଲ୍ମ ଦେଖି ନିଜର ରିଭ୍ୟୁ ଦେଇଥିବାବେଳେ ନିକଟରେ ମହେଶ ଭଟ୍ଟ ଏବଂ ସୋନି ରାଜଦାନ ଏହି ମୁଭି ଡେଟ୍‌ରେ ଫିଲ୍ମକୁ ଉପଭୋଗ କରିଥିଲେ ।

ରାକେଶ ରୋଶନ ମଧ୍ୟ ସମୀକ୍ଷା କରିଛନ୍ତି

ହ୍ରିତିକଙ୍କ ପିତା ତଥା ନିର୍ଦ୍ଦେଶକ ରାକେଶ ରୋଶନ ମଧ୍ୟ ଏହି ଫିଲ୍ମ ଦେଖିଥିଲେ ଏବଂ ଏହା ଉପରେ ନିଜର ମତ ରଖିଥିଲେ । ହ୍ରିତିକ ରୋଶନଙ୍କ ପିତା ରାକେଶ ରୋଶନ ମଧ୍ୟ 'ଜବାନ' ଦେଖିବା ପରେ ଥିଏଟରରୁ ବାହାରୁଥିବାର ନଜର ଆସିଥିଲେ । ଯେତେବେଳେ ତାଙ୍କୁ ଫିଲ୍ମ ବିଷୟରେ ତାଙ୍କର ଚିନ୍ତାଧାରା ପଚରାଗଲା, ସେ ଉତ୍ତର ଦେଲେ 'ଏହା ଏକ ଚମତ୍କାର ଚଳଚ୍ଚିତ୍ର' । ଶାହାରୁଖ ଖାନଙ୍କ ବିଷୟରେ ସେ କହିଛନ୍ତି, 'ଶାହାରୁଖ କମାଲ କରିଛନ୍ତି'।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.