ETV Bharat / entertainment

ରାଜ ବବରଙ୍କୁ 2 ବର୍ଷ ଜେଲ - ରାଜ ବବରଙ୍କୁ ଜେଲ

କଂଗ୍ରେସ ନେତା ତଥା ଅଭିନେତା ରାଜ ବବରଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଅଧିକ ପଢନ୍ତୁ

ରାଜ ବବରଙ୍କୁ 2 ବର୍ଷ ଜେଲ
ରାଜ ବବରଙ୍କୁ 2 ବର୍ଷ ଜେଲ
author img

By

Published : Jul 8, 2022, 9:25 AM IST

ଲକ୍ଷ୍ନୌ: କଂଗ୍ରେସ ନେତା ତଥା ଅଭିନେତା ରାଜ ବବରଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । 1996ରେ ଜଣେ ନିର୍ବାଚନ କର୍ମଚାରୀଙ୍କୁ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାଜ । ଉତ୍ତରପ୍ରଦେଶର ଏକ ଏମପି/ଏମଏଲଏ କୋର୍ଟ ମାମଲାର ଶୁଣାଣି କରି ତାଙ୍କୁ 2 ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ।

ଏହା ସହ ତାଙ୍କ ଉପରେ 6 ହଜାର 5 ଶହ ଟଙ୍କା ଜରିମାନା ମଧ୍ୟ ହୋଇଛି । 1996 ମଇ 2ରେ ଜଣେ ନିର୍ବାଚନ ଅଧିକାରୀ ୱାଜିରଗଞ୍ଜ ଥାନାରେ ରାଜଙ୍କ ବିରୋଧରେ ଏତଲା ଦେବା ପରେ ତାଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିଲା । 1996ରେ ସମାଜବାଦୀ ପାର୍ଟିରେ ଥିବାବେଳେ ରାଜ ବବର ଲକ୍ଷ୍ନୌରୁ ଲୋକସଭା ନିର୍ବାଚନ ଲଢୁଥିଲେ । ସେତେବେବେଳେ ନିର୍ବାଚନ ଅଧିକାରୀଙ୍କ ସହା ତାଙ୍କ ବଚସା ହୋଇଥିଲା । ପରେ ଗଣ୍ଡଗୋଳ ରୂପ ନେଇଥିଲା ।

ରାଜ ବବରଙ୍କ ନାମରେ 143, 332, 353, 323, 504,188 ଧାରାରେ ମାମଲା ଦାୟର ହୋଇଥିଲା । ଘଟଣାର 26 ବର୍ଷ ପରେ କୋର୍ଟ ରାଜଙ୍କୁ 2 ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ରାୟ ବେଳେ କୋର୍ଟରେ ରାଜ ବାବର ହାଜର ମଧ୍ୟ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.