ETV Bharat / entertainment

'ଫାଇଟର' ପ୍ରଥମ ଗୀତ 'ଶେର ଖୁଲ ଗୟେ' ରିଲିଜ, ଦୀପିକାଙ୍କ ସହ ହ୍ରିତିକ ଲଗାଇଲେ ଠୁମକା

author img

By ETV Bharat Odisha Team

Published : Dec 15, 2023, 1:52 PM IST

Updated : Dec 15, 2023, 3:36 PM IST

Fighter song Sher Khul Gaye Out: ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଫାଇଟର' ଆସନ୍ତା ମାସ ରିଲିଜ ହେବ । ନିକଟରେ ଫିଲ୍ମର ଟିଜର ଫ୍ୟାନ୍ସକୁ ଦିୱାନା କରିଥିବା ବେଳେ ବର୍ତ୍ତମାନ ନିର୍ମାତା ଫିଲ୍ମର ପ୍ରଥମ ଗୀତ 'ଶେର ଖୁଲ ଗୟେ' ରିଲିଜ କରିଛନ୍ତି । ଅଧିକ ପଢ଼ନ୍ତୁ

'ଫାଇଟର' ପ୍ରଥମ ଗୀତ 'ଶେର ଖୁଲ ଗୟେ' ରିଲିଜ, ଦୀପିକାଙ୍କ ସହ ହ୍ରିତିକ ଲଗାଇଲେ ଠୁମକା
'ଫାଇଟର' ପ୍ରଥମ ଗୀତ 'ଶେର ଖୁଲ ଗୟେ' ରିଲିଜ, ଦୀପିକାଙ୍କ ସହ ହ୍ରିତିକ ଲଗାଇଲେ ଠୁମକା

ହାଇଦ୍ରାବାଦ: ଫ୍ୟାନ୍ସ ମାନେ ଉତ୍ସାହର ସହ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଆଗାମୀ ଏରିୟଲ ଆକ୍ସନ ଫିଲ୍ମ 'ଫାଇଟର୍'କୁ ଅପେକ୍ଷା କରିଛନ୍ତି । ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଥିଲା, ଯାହା ଦର୍ଶକଙ୍କ ଦ୍ବାରା ଜବରଦସ୍ତ ପ୍ରତିକ୍ରିୟା ପାଇଥିଲା । ବର୍ତ୍ତମାନ ନିର୍ମାତା ଫିଲ୍ମର ପ୍ରଥମ ଗୀତ 'ଶେର ଖୁଲ ଗୟେ' ରିଲିଜ କରିଛନ୍ତି । ଏଥିରେ ଦୀପିକା ହ୍ରିତିକଙ୍କ ସମେତ ସମସ୍ତ ତାରକାଙ୍କ ଦମଦାର ଡ୍ୟାନ୍ସ ତଡକା ଦେଖିବାକୁ ମିଳିଛି ।

  • " class="align-text-top noRightClick twitterSection" data="">

ରିଲିଜ ହୋଇଥିବା ଏହି ଗୀତ 'ଶେର ଖୁଲ ଗୟେ' କୁ ବିଶାଲ-ଶେଖର କମ୍ପୋଜ କରିଥିବା ବେଳେ ଗୀତକୁ କୁମାର ଲେଖିଛନ୍ତି । ଏବଂ ବେନି ଦୟାଲ ଏବଂ ଶିଳ୍ପା ରାଓ କଣ୍ଠଦାନ କରିଛନ୍ତି । ଏଥିସହ ଗୀତକୁ ବୋସ୍କୋ-ସିଜରଙ୍କ ଯୋଡି କୋରିଓଗ୍ରାଫ କରିଛନ୍ତି । ଏହି ଗୀତରେ ହ୍ରିତିକ ରୋଶନ, ଦୀପିକା ପାଦୁକୋନ, କରଣ ସିଂ ଗ୍ରୋଭର, ଅନୀଲ କପୁରଙ୍କ ସମେତ ଅନେକ ତାରକା ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହି ଗୀତ ସେୟାର ହେବା ମାତ୍ରେ ଲୋକେ ଏହାକୁ ବେଶ ପସନ୍ଦ କରିଛନ୍ତି । ମାତ୍ର ୧ ଘଣ୍ଟା ମଧ୍ୟରେ ୭ ହଜାର ଭ୍ୟୁ ମିଳି ସାରିଲାଣି ।

ସୂଚନା ଥାଉ କି, ଆଜି ସକାଳେ ଫିଲ୍ମ ରିଲିଜ୍‌ ପୂର୍ବରୁ ଦୀପିକା ପାଦୁକୋନ ଆନ୍ଧ୍ରର ତିରୁମାଲା ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ନିକଟରେ ଫିଲ୍ମର ସମସ୍ତ ତାରକାଙ୍କ ଲୁକ ଏବଂ ଟିଜର ରିଲିଜ ହୋଇଥିଲା । ଟିଜରରେ ହ୍ରିତିକ ଏବଂ ଦୀପିକାଙ୍କ ଲଭ କେମେଷ୍ଟ୍ରି ଦେଖି ଫିଦା ହୋଇଥିଲେ ଫ୍ୟାନ୍ସ । ଏହି ଫିଲ୍ମ ସହ ଦୀପିକା ଏବଂ ହ୍ରିତିକ ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ୍‌ ସେୟାର କରିଥିବା ବେଳେ ଫିଲ୍ମକୁ ଦେଖିବାକୁ ବେଶ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ ।

ଏହା ମଧ୍ୟ ପଢନ୍ତୁ: ରିଲିଜ ହେଲା 'ଫାଇଟର' ଟିଜର, ହ୍ରିତିକ-ଦୀପିକାଙ୍କ ଆକ୍ସନ ଦେଖି ଉଡିଯିବ ହୋସ୍

'ଫାଇଟର' ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ । ୨୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ୨୫ ଜାନୁଆରୀ ୨୦୨୪ରେ ଗଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି । ସୂଚନା ଥାଉ କି, ଚଳିତ ବର୍ଷ ଜାନୁଆରୀ ୨୫ରେ ସିଦ୍ଧାର୍ଥ ଆନନ୍ଦ ତାଙ୍କ ଚଳଚ୍ଚିତ୍ର ପଠାନ ମୁକ୍ତିଲାଭ କରିଥିଲେ ଯାହା ବକ୍ସ ଅଫିସରେ ଆଲୋଡ଼ନ ସୃଷ୍ଟି କରିଥିଲା । ତେବେ ଏହି ଫିଲ୍ମ ମଧ୍ୟ ସମାନ ତାରିଖରେ ରିଲିଜ ହେଉଥିବା ନେଇ ବକ୍ସ ଅଫିସରେ ଧମାକା କରିବ ବୋଲି ଆଶା କରାଯାଉଛି ।

Last Updated : Dec 15, 2023, 3:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.