ETV Bharat / entertainment

13 ବର୍ଷ ପରେ ପୁଣି ବଡ ପରଦାକୁ ଫେରିବେ ଫରଦ୍ଦିନ ଖାନ୍‌, ନିଜେ କଲେ ଖୁଲାସା

author img

By ETV Bharat Odisha Team

Published : Aug 26, 2023, 7:04 AM IST

ବଲିଉଡର ଦିବଂଗତ ଅଭିନେତା ଫିରୋଜ ଖାନଙ୍କ ପୁଅ ଅଭିନେତା ଫରଦ୍ଦିନ ଖାନ ପୁଣିଥରେ ଫିଲ୍ମ ଜଗତକୁ ଫେରିବା ନିଶ୍ଚିତ କରିଛନ୍ତି । ଅଧିକ ପଢନ୍ତୁ

ଫରଦ୍ଦିନ ଖାନ୍‌
ଫରଦ୍ଦିନ ଖାନ୍‌

ହାଇଦ୍ରାବାଦ: 'ନୋ ଏଣ୍ଟ୍ରି', 'ହେ ବେବି', 'ଫିଦା' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଫରଦ୍ଦିନ ଖାନ ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି । ଖାସ୍‌ କରି ଅଭିନେତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ନିକଟରେ କିଛି ରିପୋର୍ଟ ପ୍ରକାଶ ପାଇଥିଲା, ଯେଉଁଥିରେ ଫରଦ୍ଦିନ ଖାନ ଏବଂ ତାଙ୍କ ପତ୍ନୀ ନତାଶା ଛାଡପତ୍ର ନେଉଛନ୍ତି ବୋଲି କୁହାଯାଇଥିଲା । ତେବେ ଏହି ଖବର ଉପରେ ଉଭୟଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ସାମ୍ନାକୁ ଆସିନାହିଁ । କିନ୍ତୁ ଯେଉଁ ଖବର ହେତୁ ଫରଦ୍ଦିନ ଆଜି ଶିରୋନାମାରେ ଅଛନ୍ତି, ତାହା ତାଙ୍କ କ୍ୟାରିୟର ସହିତ ଜଡିତ । ଫରଦ୍ଦିନ ଖାନ ପୁରା 13 ବର୍ଷ ପରେ ଫିଲ୍ମ ଜଗତକୁ ଫେରିବାକୁ ଯାଉଛନ୍ତି ।

ବଲିଉଡର ଦିବଂଗତ ଅଭିନେତା ଫିରୋଜ ଖାନଙ୍କ ପୁଅ ଫରଦ୍ଦିନ ଶେଷରେ ଫିଲ୍ମକୁ ଫେରିବା ନିଶ୍ଚିତ କରିଛନ୍ତି । ତାଙ୍କୁ ଶେଷ ଥର ପାଇଁ ସୁସ୍ମିତା ସେନ୍ ଏବଂ ଇଶିତା ଶର୍ମାଙ୍କ ଅଭିନୀତ 'ଦୁଲହା ମିଲ୍ ଗୟା'ରେ ଦେଖିବାକୁ ମିଳିଥିଲା । ଏହି ରୋମାଣ୍ଟିକ୍-କମେଡି ଚଳଚ୍ଚିତ୍ର 2010ରେ ମୁକ୍ତିଲାଭ କରିଥିଲା ​​ଏବଂ ଏହାର ନିର୍ଦ୍ଦେଶନା ଦେଇଥିଲେ ମୁଦସର ଅଜିଜ୍ ।

ଏହା ମଧ୍ୟ ପଢନ୍ତୁ: Dream Girl 2 Vs Akelli: ପ୍ରଥମ ଦିନରେ ଏତିକି ଆୟ କଲା ଆଯୁଷ୍ମାନ ଖୁରାନା ଏବଂ ନୁସରତ ଭରୁଚ୍ଚାଙ୍କ ଫିଲ୍ମ

ଏହି ସମୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି । ପାପାରାଜି ସହିତ କଥାବାର୍ତ୍ତା କରୁଥିବା ବେଳେ ସେ ଚଳଚ୍ଚିତ୍ରକୁ ଫେରିବା ନିଶ୍ଚିତ କରିଛନ୍ତି । ଯେତେବେଳେ ପଚରାଗଲା, 'ସାର୍, ଆମେ ଆପଣଙ୍କୁ ଶୀଘ୍ର ବଡ ପରଦାରେ ଦେଖିବାକୁ ଚାହୁଁଛୁ । ସାର୍ ଆପଣ ଫେରୁଛନ୍ତି କି ? ' ପାପାରାଜିଙ୍କ ଠାରୁ ଏଭଳି ପ୍ରଶ୍ନ ଶୁଣି ଫରଦ୍ଦିନ ହସି ହସି କହିଲେ, ହଁ । ଫରଦ୍ଦିନ ଖାନଙ୍କ ପ୍ରଶଂସକମାନେ ଏହି ଭାଇରାଲ୍ ଭିଡିଓ ଉପରେ କ୍ରମାଗତ ମନ୍ତବ୍ୟ ଦେଉଛନ୍ତି ଏବଂ ସେମାନଙ୍କ ଖୁସି ବ୍ୟକ୍ତ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: Gadar-2 Vs Omg-2 Day 15: କମିଲା ଆୟ, ଏତିକି ସଂଗ୍ରହ କଲା ସନ୍ନି ଏବଂ ଅକ୍ଷୟଙ୍କ ଫିଲ୍ମ

କେତେକ ରିପୋର୍ଟରେ କୁହାଯାଇଛି ଯେ, ଫରଦ୍ଦିନ ଖାନ ଫିଲ୍ମ 'ବିସ୍ଫୋଟ' ସହିତ ପ୍ରତ୍ୟାବର୍ତ୍ତନ କରିବେ । ଫିଲ୍ମ ବିଷୟରେ କଥାବାର୍ତ୍ତା କରି ଫରଦ୍ଦିନ କହିଛନ୍ତି, 'ମୁଁ ବିସ୍ଫୋଟ ପାଇଁ ବହୁତ ଉତ୍ସାହିତ । ମୋର ପ୍ରିୟ ବନ୍ଧୁ ସଞ୍ଜୟ ଗୁପ୍ତା, ଯାହାଙ୍କ ସହ ମୁଁ ଅତୀତରେ କାମ କରିଥିଲି, ସେ ଏହାର ନିର୍ମାଣ କରୁଛନ୍ତି । ତେବେ ଏହି ଚଳଚ୍ଚିତ୍ର ହେଉଛି ଭେନେଜୁଏଲା ଚଳଚ୍ଚିତ୍ର 'ରକ୍ ପେପର ସିଜର'ର ହିନ୍ଦୀ ରିମେକ୍ । ଏହି ଫିଲ୍ମରେ ଫରଦ୍ଦିନ ଖାନଙ୍କ ବ୍ୟତୀତ ରିତିଶ ଦେଶମୁଖ, ପ୍ରିୟା ବାପଟ ଏବଂ କ୍ରିଷ୍ଟଲେ ଡି’ସୁଜା ମଧ୍ୟ ଅଭିନୟ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.