ETV Bharat / entertainment

ଲୋକପ୍ରିୟ ପଞ୍ଜାବୀ ଅଭିନେତ୍ରୀ ଦଲଜିତ୍ କୌରଙ୍କ ଦେହାନ୍ତ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ - ଦଲଜିତ୍ କୌର କ୍ୟାରିୟର

ଜଣାଶୁଣା ପଞ୍ଜାବୀ ଅଭିନେତ୍ରୀ ଦଲଜିତ କୌରଙ୍କର ଗୁରୁବାର ସକାଳେ ଦେହାନ୍ତ ହୋଇଛି । 69 ବର୍ଷୀୟା ଦଲଜିତ କୌର ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ଅଧିକ ପଢନ୍ତୁ

ଆରପାରିରେ ପ୍ରଖ୍ୟାତ ଅଭିନେତ୍ରୀ ଦଲଜିତ୍ କୌର, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

author img

By

Published : Nov 17, 2022, 4:22 PM IST

ହାଇଦ୍ରାବାଦ: ଜଣାଶୁଣା ପଞ୍ଜାବୀ ଅଭିନେତ୍ରୀ ଦଲଜିତ କୌରଙ୍କର ଦେହାନ୍ତ ହୋଇଛି । ଏକ ସମୟରେ ଦଲଜିତ କୌର ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍‌ କରୁଥିଲେ । ସେ ଅନେକ ହିଟ୍ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । 69 ବର୍ଷୀୟା ଦଲଜିତ କୌର ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ଶେଷରେ ତାଙ୍କର ପରଲୋକ ଘଟିଛି । ଆଜି ତାଙ୍କର ଶେଷକୃତ୍ୟ ରୀତିନୀତି ଅନୁଷ୍ଠିତ ହେବାନେଇ ସୂଚନା ରହିଛି ।

ଦଲଜିତ କୌର 10 ରୁ ଅଧିକ ହିନ୍ଦୀ ଏବଂ 70 ରୁ ଅଧିକ ପଞ୍ଜାବୀ ଚଳଚ୍ଚିତ୍ରରେ କାମ କରିଥିଲେ । ଦିଲ୍ଲୀର ଲେଡି ଶ୍ରୀ ରାମ କଲେଜରେ ସ୍ନାତକ କରିଥିବା ଦଲଜିତ କୌର ପୁଣେ ଫିଲ୍ମ ଇନଷ୍ଟିଚ୍ୟୁଟରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର Daaz 1976 ରେ ମୁକ୍ତିଲାଭ କରିଥିଲା ​​। ସେ ସୁପରହିଟ୍ ପଞ୍ଜାବୀ ଚଳଚ୍ଚିତ୍ର ପୁତ ଜଟ୍ଟା ଦେ, ମମଲା ଗଡବଡ ହୈ, କି ବନୁ ଦୁନିୟା ଦା, ସରପଞ୍ଚ ଏବଂ ପଟୋଲାରେ ହିରୋଇନଙ୍କ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ଏକ ସଡ଼କ ଦୁର୍ଘଟଣାରେ ସ୍ବାମୀ ହରମିନ୍ଦର ସିଂ ଦେଓଲଙ୍କ ମୃତ୍ୟୁ ପରେ ସେ ଫିଲ୍ମରେ କାମ କରିବା ବନ୍ଦ କରିଦେଇଥିଲେ । ତାଙ୍କର କୌଣସି ସନ୍ତାନ ନ ଥିଲେ। 2001 ରେ, ସେ ପୁନର୍ବାର ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ ଏବଂ ତାଙ୍କ ବୟସ ଅନୁଯାୟୀ ମାଆ ଏବଂ ଅନ୍ୟାନ୍ୟ ଭୂମିକାରେ ଅଭିନୟ କରିଥିଲେ । ସେ ପଞ୍ଜାବୀ ଚଳଚ୍ଚିତ୍ର ସିଂହ ଭର୍ସେସ କୌରରେ ଗିପ୍ପି ଗ୍ରୋବାଲଙ୍କ ମାତା ଭୂମିକାରେ ଅଭିନୟ କରିଥିଲେ।

ଏହା ବି ପଢନ୍ତୁ: ELLE Beauty Awards 2022: କାର୍ତ୍ତିକ ହେଲେ ସୁପରଷ୍ଟାର ଅଫ୍ ଦି ଇୟର

ଦଲଜିତ କୌର ମଧ୍ୟ କବାଡି ଏବଂ ହକିର ଜାତୀୟ ଖେଳାଳି ଥିଲେ । ସେ ଗତ କିଛି ବର୍ଷ ଧରି ମାନସିକ ରୋଗରେ ପୀଡିତ ଥିଲେ । ଏହି କାରଣରୁ ସେ ମୁମ୍ବାଇରୁ ଲୁଧିଆନାକୁ ଆସି କସବା ଗୁରୁସର ସୁଧାର ବଜାର ନିକଟରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ରହିବାକୁ ଲାଗିଲେ । ସେ ତାଙ୍କର ଅତୀତ ଜୀବନ ବିଷୟରେ କିଛି ମନେ ରଖିପାରିଲେ ନାହିଁ । ଶେଷ ଦିନରେ ମଧ୍ୟ ସେ ଶାରୀରିକ ସ୍ତରରେ ବହୁତ ଯନ୍ତ୍ରଣା ସହି ଗୁରୁବାର ଦିନ ମୃତ୍ୟୁ ବରଣ କରିଛନ୍ତି ।

ଦଲଜିତ କୌରଙ୍କ ପରିବାର ମୂଳତଃ ଜିଲ୍ଲା ଲୁଧିଆନାର ଏତିଆନା ଗାଁର ବାସିନ୍ଦା ଥିଲେ, କିନ୍ତୁ ସେମାନଙ୍କର ବ୍ୟବସାୟ ପଶ୍ଚିମବଙ୍ଗରେ ଥିଲା । ଦଲଜିତ୍ କୌର 1953 ମସିହାରେ ସିଲିଗୁଡିରେ ଜନ୍ମଗ୍ରହଣ କରିଥିଲେ । ସେ ଗତ 12 ବର୍ଷ ଧରି କସବା ଗୁରୁସର ସୁଧାର ବଜାରରେ ତାଙ୍କ ସମ୍ପର୍କୀୟ ହରଜୀନ୍ଦର ସିଂ ଖଙ୍ଗୁଡାଙ୍କ ସହ ରହୁଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.