ETV Bharat / entertainment

'ଡନ ୩'ରେ ଇମ୍ରାନ ହାଶମୀଙ୍କ ଏଣ୍ଟ୍ରି, ଖଳନାୟକ ଭାବେ ଆସିବେ ନଜର !

author img

By ETV Bharat Odisha Team

Published : Jan 10, 2024, 6:13 PM IST

Emraan Hashmi In Don 3: 'ଡନ' ଫ୍ରାଞ୍ଚାଇଜର ୩ୟ ଭାଗରେ ରଣଭୀର ସିଂ ଡନ ଭୂମିକାରେ ନଜର ଆସିବେ ବୋଲି ନିର୍ମାତା ଘୋଷଣା କରିଥିଲେ । ରିପୋର୍ଟ ଅନୁସାରେ, ବର୍ତ୍ତମାନ ଫିଲ୍ମରେ ଇମ୍ରାନ ହାସମୀ ଏଣ୍ଟ୍ରି କରିବେ ବୋଲି କୁହାଯାଉଛି । ଅଧିକ ପଢନ୍ତୁ

'ଡନ ୩' ରେ ଇମ୍ରାନ ହାଶମୀଙ୍କ ଏଣ୍ଟ୍ରି, ଖଳନାୟକ ଭାବେ ଆସିବେ ନଜର!

ହାଇଦ୍ରାବାଦ: ଗତ ବର୍ଷ(୨୦୨୩) ଅଗଷ୍ଟରେ ନିର୍ଦ୍ଦେଶକ ଫରହାନ ଅଖତର 'ଡନ' ଫ୍ରାଞ୍ଚାଇଜର ୩ୟ ଭାଗ ଘୋଷଣା କରିଥିଲେ । ଏଥିସହ ରଣଭୀର ସିଂ ଡନ ଭୂମିକାରେ ନଜର ଆସିବେ ବୋଲି ନିର୍ମାତା ଘୋଷଣା କରିଥିଲେ । ତେବେ ବର୍ତ୍ତମାନ ଫିଲ୍ମରେ ଖଲନାୟକ ଭୂମିକାରେ ରଣଭୀରଙ୍କ ବିପକ୍ଷରେ କେଉଁ ତାରକା ନଜର ଆସିବେ ସେନେଇ ଆଲୋଚନା ଜୋର ଧରିଛି । ଏହାରି ମଧ୍ୟରେ ବର୍ତ୍ତମାନ ଖବର ଆସୁଛି ଯେ, ଡନ ୩ ରେ ଇମ୍ରାନ ହାଶମୀ ଖଳନାୟକ ଭୂମିକାରେ ନଜର ଆସିପାରନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, ବଲିଉଡ ଅଭିନେତା ଇମ୍ରାନ ହାଶମୀ ଡନ ୩ରେ ରଣଭୀରଙ୍କ ବିପକ୍ଷରେ ଶତ୍ରୁ ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି । ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ଇମ୍ରାନ ଡନ ୩ରେ ଅଭିନୟ କରନ୍ତି, ତେବେ ରଣଭୀର ଏବଂ ଇମ୍ରାନଙ୍କ ଏକାଠି ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ । ଏପରିକି ନିର୍ଦ୍ଦେଶକ ଫରହାନ ଅଖତରଙ୍କ ସହ ମଧ୍ୟ ଅଭିନେତା ଏହି ଫିଲ୍ମ ସହ ପ୍ରଥମ ଥର ପାଇଁ କାମ କରିବେ । କିନ୍ତୁ ନିର୍ମାତା ଏନେଇ ଅଫିସିଆଲି ଘୋଷଣା କରିନାହାନ୍ତି ।

କହିରଖୁଛୁ କି, ଏହା ପ୍ରଥମ ଥର ନୁହେଁ ଯେଉଁଠି ଇମ୍ରାନ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ଇମ୍ରାନ ନିକଟରେ ଗତ ବର୍ଷ ନଭେମ୍ବର ୧୨ରେ ରିଲିଜ ହୋଇଥିବା ଫିଲ୍ମ ଟାଇଗର ୩ରେ ଅଭିନେତାଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ସଲମାନ ଏବଂ କ୍ୟାଟ୍ରିନାଙ୍କ ସହ ସ୍କ୍ରିନ ସେୟାର କରିଥିଲେ । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଇଥିଲା । ଏତଦ ବ୍ୟତୀତ ଇମ୍ରାନଙ୍କୁ ମର୍ଡର, ଗ୍ୟାଙ୍ଗଷ୍ଟାର, ୱାନ୍ସ ଓପନ ଏ ଟାଇମ ଇନ ମୁମ୍ବାଇ, ଚେହେରେ ଭଳି ଫିଲ୍ମରେ ମଧ୍ୟ ସେ ଦମଦାର ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ଡନ୍ 3'ରେ ହିରୋଇନ୍ ହେବେ କିଆରା ଆଡଭାନୀ ! ମୁଖ୍ୟ ଅଭିନେତ୍ରୀ ନେଇ ଏହା କହିଲେ ଫରହାନ ଅଖତର

ସୂଚନା ଥାଉ କି, ଫରହାନ୍ ଅଖତର ଡନ୍ 3 ନିର୍ଦ୍ଦେଶନା ଦେବା ସହ ସେ ଏହାକୁ ଲେଖିଛନ୍ତି । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର ଏହସାନ ଲୋୟ ଏବଂ ଜାଭେଦ ଅଖତର, ଯିଏ ପ୍ରଥମ ଡନ୍ (ସଲିମ ଖାନଙ୍କ ସହ) ଲେଖିଛନ୍ତି, ଏହି ଚଳଚ୍ଚିତ୍ରର ଗୀତ ଲେଖିଛନ୍ତି । ଏହି ଚଳଚ୍ଚିତ୍ର 2025 ରେ ରିଲିଜ ହେବ ବୋଲି ଜଣାପଡିଛି । ହିନ୍ଦୀ ସିନେମାରେ ଡନ୍ ଫ୍ରାଞ୍ଚାଇଜର ଏହା ହେଉଛି ୩ୟ ଚଳଚ୍ଚିତ୍ର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.