ETV Bharat / entertainment

Box Office Collection: ଓପନିଂ ଡେରେ 7 କୋଟି ଆୟକଲା ଏକ ଭିଲେନ୍ ରିଟର୍ନସ୍‌

author img

By

Published : Jul 30, 2022, 4:33 PM IST

ଏକ ଭିଲେନ୍ ରିଟର୍ନସ୍‌ ବକ୍ସ ଅଫିସରେ ଭଲ ଆରମ୍ଭ କରିଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ ଫିଲ୍ମ ପ୍ରଥମ ଦିନରେ 7.05 କୋଟି ଟଙ୍କା କଲେକ୍ସନ କରିଛି । ଅଧିକ ପଢନ୍ତୁ

ଏକ ଭିଲେନ୍ ରିଟର୍ନସ୍‌ ଓପନିଂ ଡେ ରେ କମାଇଲା 7 କୋଟି

ମୁମ୍ବାଇ: ବଲିଉଡ ପାଇଁ ଚଳିତ ବର୍ଷ ବହୁ କଷ୍ଟସାଧ୍ୟ ହୋଇପଡିଛି । ବଡ ବଡ ଚଳଚ୍ଚିତ୍ର ମଧ୍ୟ ଚଳିତ ବର୍ଷ ବକ୍ସ ଅଫିସରେ କମାଲ ଦେଖାଇ ପାରୁନାହାନ୍ତି । ୪ବର୍ଷ ପରେ ରଣବୀର, ଫିଲ୍ମ ଶମଶେରା ସହ ପରଦାକୁ ଆସିଥିବା‌ ‌ବେଳେ ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଥିଲା । ମାତ୍ର ରିଲିଜ୍ ପରେ ପରେ ହିଁ ଫିଲ୍ମ ମାଟି କାମୁଡ଼ିଛି । ଏହି ବର୍ଷ କେବଳ 4ଟି ଚଳଚ୍ଚିତ୍ର 10 କୋଟିରୁ ଅଧିକ କଲେକ୍ସନ କରିବାରେ ସଫଳ ହୋଇଛି । ଆପଣ ଏହା ମଧ୍ୟ ଜାଣି ଦୁଃଖ ପ୍ରକାଶ କରିବେ, ଏହି ଶୁକ୍ରବାର ମୁକ୍ତିଲାଭ କରିଥିବା 'ଏକ ଭିଲେନ୍ ରିଟର୍ନସ୍‌' (Ek Villain Returns) ମଧ୍ୟ ଟପ୍‌ 5 ଓପନର୍ ତାଲିକାରେ ସାମିଲ ହୋଇପାରିବ କି ନାହିଁ ତାହା ସ୍ପଷ୍ଟ ହୋଇପାରୁନାହିଁ । କାରଣ ଏହା ଭୁଲ୍ ଭୁଲେୟାଁ ୨, ବଚ୍ଚନ ପାଣ୍ଡେ, ସମ୍ରାଟ ପୃଥ୍ବୀରାଜ, ଶମଶେରା, ଗଙ୍ଗୁବାଇ କାଥିଆୱାଡି ଏବଂ ଜୁଗ୍ ଜୁଗ୍ ଜିଓ ପରେ 7ମ ସ୍ଥାନ ହାସଲ କରିଛି ।

ତେବେ ଏକ ଭିଲେନ୍ ରିଟର୍ନସ ଖରାପ ବୋଲି କୁହାଯାଇପାରିବ ନାହିଁ, କାରଣ ଏହା ଶୁକ୍ରବାର ଦିନ ବକ୍ସ ଅଫିସରେ ଭଲ ଆୟ କରିଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ ଫିଲ୍ମ ପ୍ରଥମ ଦିନରେ 7.05 କୋଟି ଟଙ୍କା କଲେକ୍ସନ କରିଛି । କିନ୍ତୁ ଯଦି ଆପଣ ସମୀକ୍ଷାକୁ ଦେଖନ୍ତି, ତେବେ ମୋହିତ ସୁରୀଙ୍କୁ ଏହି ମଲ୍ଟି ଷ୍ଟାରର ଫିଲ୍ମ ପାଇଁ ଆହୁରି ଅଧିକା ସମୟ ଦେବାର ଥିଲା । ଏଥିସହ, ଏହି ଚଳଚ୍ଚିତ୍ରଟି ଏକ ସୁପର-ହିଟ୍ ଫିଲ୍ମର ସିକ୍ୱେଲ୍ ହୋଇଥିବାରୁ ଲୋକଙ୍କ ଆଶା ମଧ୍ୟ ଅଧିକ ରହିବ, କିନ୍ତୁ ଫିଲ୍ମ ବିଷୟରେ ସୋସିଆଲ ମିଡିଆରେ ଲୋକଙ୍କ ପ୍ରତିକ୍ରିୟା ସେମିତି କିଛି ଖାସ୍‌ ନାହିଁ । ଏହାର କ୍ଷତି ଆଗାମୀ ଦିନରେ ଉଠାଇବାକୁ ପଡିପାରେ । ଅନ୍ୟପକ୍ଷରେ, ଏହି ସିକ୍ୱେଲ ଚଳଚ୍ଚିତ୍ରକୁ ପୂର୍ବ ଚଳଚ୍ଚିତ୍ର ତୁଳନାରେ 60 ପ୍ରତିଶତ କମ୍ ମିଳିଛି ।

ଏକ ଭିଲେନ୍ ରିଟର୍ନସ୍ ମୁଖ୍ୟ ଭୂମିକାରେ ଜନ୍ ଆବ୍ରାହମ୍, ଅର୍ଜୁନ କପୁର, ଦିଶା ପାଟାନି ଏବଂ ତାର ସୂତାରିଆ ଅଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମ ପାଇଁ ଜନ୍ ଆବ୍ରାହମଙ୍କୁ ୬ କୋଟି ଟଙ୍କା ଫି ମିଳିଛି । ସେହିପରି ଦିଶା ଏହି ଫିଲ୍ମ ପାଇଁ ୪ କୋଟି ଟଙ୍କା ନେଇଛନ୍ତି । ଅର୍ଜୁନ କପୁରଙ୍କୁ ଏକ ଭିଲେନ୍ ରିଟର୍ନସ୍‌ ପାଇଁ ୪ କୋଟି ଟଙ୍କା ମିଳିଥିବାବେଳେ ତାରାଙ୍କୁ ଏହି ଫିଲ୍ମ ପାଇଁ ୨ କୋଟି ଟଙ୍କା ଫି ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.