ETV Bharat / entertainment

Money Laundering Case: ବଢିଲା ରକୁଲ ପ୍ରୀତଙ୍କ ଚିନ୍ତା, ସମନ୍‌ ପଠାଇଲେ ଇଡି - ଡ୍ରଗ୍ସ ମନି ଲଣ୍ଡରିଂ ମାମଲା

ଟଲିଉଡ ଡ୍ରଗ୍ସ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ସମନ୍‌ ପଠାଇଛି । ଡିସେମ୍ବର 19ରେ ରକୁଲପ୍ରୀତଙ୍କୁ ହାଜର ହେବାକୁ ନୋଟିସ୍‌ ଦିଆଯାଇଛି । ଅଧିକ ପଢନ୍ତୁ

ବଢିଲା ରକୁଲ ପ୍ରୀତଙ୍କ ମୁସ୍କିଲ, ସମନ୍‌ ପଠାଇଲେ ଇଡି

author img

By

Published : Dec 16, 2022, 6:08 PM IST

ନୂଆଦିଲ୍ଲୀ: ଟଲିଉଡ ଡ୍ରଗ୍ସ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ସମନ୍‌ ପଠାଇଛି । ଡିସେମ୍ବର 19ରେ ରକୁଲପ୍ରୀତଙ୍କୁ ହାଜର ହେବାକୁ ନୋଟିସ୍‌ ଦିଆଯାଇଛି । ଟଲିଉଡ ଡ୍ରଗ୍ସ ଲିଙ୍କ୍‌ରେ ରକୁଲ ପ୍ରୀତଙ୍କୁ ପଚରାଉଚରା କରିବ ଇଡି ।

ଏହି ମାମଲାରେ ଅଧିକାରୀଙ୍କ କହିବାନୁସାରେ, ରକୁଲ ପ୍ରୀତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଡ୍ରଗ୍ସ ଏବଂ ମନି ଲଣ୍ଡରିଂ ମାମଲାରେ ସମନ ପଠାଇଛି । ସେ କହିଛନ୍ତି ଯେ, ଏଜେନ୍ସି ପୂର୍ବରୁ ଏହି ପ୍ରସଙ୍ଗରେ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନ୍ୟ ସଦସ୍ୟମାନଙ୍କୁ ପ୍ରଶ୍ନ କରି ସାରିଛନ୍ତି । ଏହାପରେ ଅଭିନେତ୍ରୀଙ୍କୁ ଡକାଯାଇଛି ।

ଉଲ୍ଲେଖନୀୟ ଯେ, ସେପ୍ଟେମ୍ବରରେ ଇଡି ଅଧିକାରୀମାନେ ରକୁଲଙ୍କୁ ପ୍ରାୟ ଅଢେଇ ଘଣ୍ଟା ପ୍ରଶ୍ନ କରିଥିଲେ । କୁହାଯାଉଛି ଯେ, ଏହି ମାମଲା 4 ବର୍ଷ ପୁରୁଣା ଡ୍ରଗ୍ ସମ୍ବନ୍ଧୀୟ ମାମଲା । ଏହି ପରିପ୍ରେକ୍ଷୀରେ ଅନ୍ୟ ଅନେକ କଳାକାରଙ୍କୁ ମଧ୍ୟ ସମନ ଜାରି କରାଯାଇଥିଲା । ତେଲେଙ୍ଗାନା ଅବକାରୀ ବିଭାଗ 2017 ମସିହାରେ 30 ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରି 12ଟି ମାମଲା ରୁଜୁ କରିଥିଲା । ଏହି ମାମଲାରେ ଅଧିକାରୀମାନେ 11ଟି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲେ ।

ଅବକାରୀ ପରେ ଯେତେବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଘଟଣାର ଅନୁଧ୍ୟାନ କଲା, ସେତେବେଳେ ଏହା ଅର୍ଥ ହେରଫେର ବୋଲି ସନ୍ଦେହ କରିଥିଲା । ସେ ଏହି ଦିଗରେ ଅନୁସନ୍ଧାନ ଆରମ୍ଭ କରିଥିଲେ । ଏହି ପ୍ରସଙ୍ଗରେ ପଚରାଉଚରା ପାଇଁ ସେ ରକୁଲପ୍ରୀତଙ୍କ ସହ ଚାର୍ମି କୌର, ପୁରୀ ଜଗନ୍ନାଥ, ତେଜା, ମୁମୈଥ ଖାନ ଏବଂ ରାଣା ଦଗ୍ଗୁବତୀଙ୍କୁ ଡକାଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.