ମୁମ୍ବାଇ: ପୁଣି ଅଡୁଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ବା ବ୍ୟବସାୟୀ ରାଜ କୁନ୍ଦ୍ରା । ପର୍ଣ୍ଣୋଗ୍ରାଫି ନେଇ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ଏହି ମାମଲାରେ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କୁ ଗତବର୍ଷ ଜୁଲାଇ 20ରେ ଗିରଫ କରିଥିଲା । ଏହାପରେ ତାଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ ।
ଜୁଲାଇରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯିବା ପୂର୍ବରୁ ମୁମ୍ବାଇ ପୋଲିସ ଏହି ମାମଲାରେ ଫେବୃଆରୀରେ ପାଞ୍ଚ ଜଣଙ୍କୁ ଗିରଫ କରିଥିଲା । ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନେ ପର୍ଣ୍ଣ ଫିଲ୍ମ ନିର୍ମାଣ କରିବା ସହ ୱେବ୍ ସିରିଜ୍ କିମ୍ବା ବଲିଉଡ ଫିଲ୍ମରେ ଅଭିନୟ କରିବାର ପ୍ରତିଶୃତି ଦେଇ ଲୋକଙ୍କୁ ପ୍ରତାରଣା କରୁଥିବା ଅଭିଯୋଗ ହୋଇଥିଲା । ବଲିଉଡ ଫିଲ୍ମରେ ଅଭିନୟ କରିବା ନେଇ କୁହାଯାଉଥିବା ବେଳେ ପର୍ଣ୍ଣ ଫିଲ୍ମ କରିବା ପାଇଁ କୁହାଯାଉଥିଲା ।
ଯାହାର ସୁଟିଂ ମଲାଡର ମାଧ ଦୀପପୁଞ୍ଜ ଓ ଆକ୍ସାରେ ଥିବା ଆପାଟମେଣ୍ଟରେ କରାଯାଉଥିଲା । ସୁଟିଂ ସମୟରେ ଅଭିନେତ୍ରୀମାନଙ୍କୁ ନଗ୍ନ ହେବାକୁ ମଧ୍ୟ କୁହାଯାଉଥିଲା । ଯଦି ଜଣେ ଅଭିନେତ୍ରୀ ଏଥି ପାଇଁ ମନା କରନ୍ତି, ତେବେ ସେମାନଙ୍କୁ ଧମକ ଦିଆଯାଉଥିଲା । ସୁଟିଂ ପରେ ସବସ୍କ୍ରିପସନ୍ ଆଧାରରେ ଭିଡିଓକୁ ଅପଲୋଡ କରାଯାଉଥିଲା । ଏହି ଭିଡିଓ ଦେଖିବାକୁ ହେଲେ ପଇସା ମଧ୍ୟ ଦେବାକୁ ପଡୁଥିଲା ବୋଲି ଅଭିଯୋଗ ହୋଇଥିଲା ।