ETV Bharat / entertainment

ପ୍ରଥମ ୱିକେଣ୍ଡ୍‌ରେ ୧୦୦କୋଟି କ୍ଲବରେ ଏଣ୍ଟ୍ରି କଲା କିଙ୍ଗ ଖାନଙ୍କ ଫିଲ୍ମ 'ଡଙ୍କି'

author img

By ETV Bharat Odisha Team

Published : Dec 25, 2023, 11:57 AM IST

Dunki box office day 4: ସଣ୍ଡେରେ ବକ୍ସ ଅଫିସରେ ଚାଲିଲା ଶାହାରୁଖ ଖାନଙ୍କ ଯାଦୁ । ଫିଲ୍ମ ରିଲିଜର ୪ର୍ଥ ଦିନରେ ୧୦୦କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି । ଅଧିକ ପଢ଼ନ୍ତୁ

ପ୍ରଥମ ୱିକେଣ୍ଡରେ ୧୦୦କୋଟି କ୍ଲବରେ ଏଣ୍ଟ୍ରି କଲା କିଙ୍ଗ ଖାନଙ୍କ ଫିଲ୍ମ 'ଡଙ୍କି'

ହାଇଦ୍ରାବାଦ: ଶାହରୁଖ ଖାନଙ୍କ ଅଭିନୀତ 'ଡଙ୍କି' ଜିସେମ୍ବର ୨୧ ରେ ରିଲିଜ ହୋଇଛି । ଯାହା ବର୍ତ୍ତମାନ ପ୍ରଭାସଙ୍କ ଫିଲ୍ମ 'ସାଲାର' ସହ ପ୍ରତିଦ୍ବନ୍ଦ୍ବିତା କରୁଛି । କଡା ଟକ୍କର ସତ୍ତ୍ବେ 'ଡଙ୍କି' ଓପନିଂ ସପ୍ତାହରେ ଭଳ ପ୍ରଦର୍ଶନ କରିଛି । ପ୍ରଥମ ତିନି ଦିନ ତୁଳନାରେ ଚଳଚ୍ଚିତ୍ର ରବିବାର ଦିନ ଯଥେଷ୍ଟ ବୃଦ୍ଧି ପାଇଛି । ବର୍ତ୍ତମାନ ଏହି ଫିଲ୍ମ ୧୦୦କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି ।

  • " class="align-text-top noRightClick twitterSection" data="">

ରାଜକୁମାର ହିରାନୀ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଡଙ୍କି' ୨୯.୨ କୋଟି ଟଙ୍କା ସହ ଓପେନିଂ କରିଥିଲା । ଏହି ପାରିବାରିକ କମେଡି ଡ୍ରାମା ଫିଲ୍ମକୁ ନେଇ ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳୁଛି । ଦ୍ୱିତୀୟ ଦିନରେ ଫିଲ୍ମର କଲେକ୍ସନ୍ ୩୧.୧୦ ପ୍ରତିଶତ ହ୍ରାସ ପାଇ ୨୦.୧୨ କୋଟି ଟଙ୍କା ରୋଜଗାର କରିଥିଲା । ତୃତୀୟ ଦିନରେ 'ଡଙ୍କି' ୨୭.୨୯ ପ୍ରତିଶତ ବୃଦ୍ଧି ସହ ୨୫.୬୧ କୋଟି ଟଙ୍କା ଆୟ କରିଛି । ସାକ୍‌ନିକ୍‌ଙ୍କ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଫିଲ୍ମର ଚତୁର୍ଥ ଦିନରେ ଅର୍ଥାତ୍ ରବିବାର ୩୧.୫୦ କୋଟି ଟଙ୍କା ଆୟ କରିଛି । ଏହାସହ ଚାରି ଦିନ ମଧ୍ୟରେ 'ଡଙ୍କି'ର ମୋଟ ଆୟ ୧୦୬.୪୩ କୋଟି ଟଙ୍କା ହୋଇଛି ।

ଛୁଟିଦିନରେ ମଧ୍ୟ 'ଡଙ୍କି' ଯେତିକି 'ଜବାନ୍' ଏବଂ 'ପଠାନ୍' କଲେକ୍ସନ୍‌ କରିଥିଲେ ତାହା କରିପାରି ନାହିଁ । ରିଲିଜ୍ ହେବାର ଚତୁର୍ଥ ଦିନ 'ଜବାନ୍' ରବିବାର ଦିନ ୯୫.୮ କୋଟି ଟଙ୍କା ଆୟ କରିଥିବା ବେଳେ ରିଲିଜର ଚତୁର୍ଥ ଦିନରେ 'ପଠାନ୍' ୫୩.୨୫ କୋଟି ଟଙ୍କା ଆୟ କରିଥିଲା । ସୂଚନା ଥାଉକି, ପ୍ରଭାସଙ୍କ 'ସାଲାର' ଶାହାରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ରର କଲେକ୍ସନ୍‌ କରିପାରୁନାହିଁ, ତଥାପି 4 ଦିନରେ ୧୦୦କୋଟି ପାର୍ କରି ସଫଳତା ହାସଲ କରିଛି ।

ଏହା ମଧ୍ୟ ପଢନ୍ତୁ: ସଣ୍ଡେରେ ଇତିହାସ ରଚିଲା 'ସାଲାର', 3 ଦିନରେ ୨୦୦ କୋଟି କ୍ଲବରେ ସାମିଲ ହେଲା ପ୍ରଭାସଙ୍କ ଫିଲ୍ମ

ସୂଚନା ଥାଉକି, ଡଙ୍କି ଫିଲ୍ମଟି ବିଦେଶ ଯିବାକୁ ଇଚ୍ଛା କରୁଥିବା ଏକ ବନ୍ଧୁଗୋଷ୍ଠୀର କାହାଣୀକୁ ଦର୍ଶାଇଛି । ଏଥିସହ ଏହା ସମ୍ପୂର୍ଣ୍ଣ କମେଡି, ଭାବନାତ୍ମକ ଏବଂ ଡ୍ରାମାରେ ପରିପୂର୍ଣ୍ଣ । ଏହି ଫିଲ୍ମରେ କିଙ୍ଗ୍‌ ଖାନଙ୍କ ସମେତ ତାପସୀ ପନ୍ନୁ, ବିକି କୌଶଲ, ବୋମାନ ଇରାନୀ, ଅନିଲ ଗ୍ରୋଭର, ବିକ୍ରମ କୋଚର, ଏବଂ ଦିଆ ମିର୍ଜାଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଶାହାରୁଖଙ୍କ ସହ ରାଜକୁମାର ହିରାନୀ, ବିକି ଏବଂ ତାପସୀ ପ୍ରଥମ ଥର କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.