ETV Bharat / entertainment

ଦର୍ଶକଙ୍କ ମନ ଜିତୁନି ଡଙ୍କି, ୩ୟ ଦିନରେ କରିଛି ଏତିକି କଲେକ୍ସନ

author img

By ETV Bharat Odisha Team

Published : Dec 24, 2023, 10:35 AM IST

Dunki box office collection day 3: ଡିସେମ୍ବର ୨୧ରେ ଶାହାରୁଖ ଖାନ ଏବଂ ତାପସୀ ପନ୍ନୁଙ୍କ ଅଭିନୀତ ଚଳଚ୍ଚିତ୍ର 'ଡଙ୍କି' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ର ଶାହାରୁଖଙ୍କ ପୂର୍ବ ଫିଲ୍ମ 'ପଠାନ ଏବଂ ଜବାନ' ଭଳି ଜଲୱା ଦେଖାଇବାରେ ଅସଫଳ ହୋଇଛି । ଚଳଚ୍ଚିତ୍ରଟି ଓପନିଂ ଦିନରେ ମାତ୍ର ୨୯ କୋଟି ଟଙ୍କା ବ୍ୟବସାୟ କରିଥିବା ବେଳେ ଏବେ ଏହାର ତୃତୀୟ ଦିନର ରୋଜଗାର ମଧ୍ୟ ସାମ୍ନାକୁ ଆସିଛି । ଜାଣନ୍ତୁ ଫିଲ୍ମର ଆୟ କେତେ ?

Etv Bharat
Etv Bharat

ହାଇଦ୍ରାବାଦ: 'ପଠାନ' 'ଜବାନ' ପରେ କିଙ୍ଗ ଖାନ ଚଳିତ ବର୍ଷର ୩ୟ ଫିଲ୍ମ 'ଡଙ୍କି' ସହ ପରଦାକୁ ଫେରିଛନ୍ତି । ଏହି ଫିଲ୍ମ ଡିସେମ୍ବର ୨୧ରେ ରିଲିଜ ହୋଇଛି । ଯାହା ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ 'ସାଲାର' ସହ ଟକ୍କର ଦେଉଛି । ତେବେ ଶାହାରୁଖଙ୍କ 'ଡଙ୍କି' ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଛି । ଫିଲ୍ମ ଦିନକୁ ଦିନ ଆଶା ଠାରୁ କମ ଆୟ କରୁଛି । ପ୍ରଥମ ଦିନରେ ମାତ୍ର ୨୯.୨ କୋଟି ସହ ଓପନିଂ କରିଥିବା ବେଳେ ୩ୟ ଦିନ ମଧ୍ୟରେ ୧୦୦ କୋଟି ମଧ୍ୟ ଆୟ କରିପାରିନି ।

ସାକନିକଙ୍କ ରିପୋର୍ଟ ଅନୁଯାୟୀ, ଫିଲ୍ମ ପ୍ରଥମ ଦିନରେ ୨୯.୨ କୋଟି ଏବଂ ଦ୍ୱିତୀୟ ଦିନରେ ୨୦.୧୨ କୋଟି ଟଙ୍କା ରୋଜଗାର କରିଥିଲା । ଭାରତରେ ତୃତୀୟ ଦିନରେ 'ଡଙ୍କି'ର ଆୟ ୨ୟ ଦିନ ଅପେକ୍ଷା ଆୟରେ ଯଥେଷ୍ଟ ବୃଦ୍ଧି ପାଇଛି । ଏହି ଫିଲ୍ମ ୩ୟ ଦିନରେ ୨୫.୫ କୋଟି ଆୟ କରିଛି । ତେବେ ଫିଲ୍ମ ମୋଟ ୭୪.୮୩ କୋଟି ଆୟ କରିବାରେ ସଫଳ ହୋଇଛି । ଡଙ୍କି ଚଳିତ ବର୍ଷ ଶାହରୁଖ ଖାନଙ୍କ ଅଭିନୀତ ଦୁଇଟି ବ୍ଲକବଷ୍ଟର ପଠାନ ଏବଂ ଜବାନ ତୁଳନାରେ ବକ୍ସ ଅଫିସରେ ବିଫଳ ହୋଇଛି ।

ପଠାନ ୨ୟ ଦିନ ବକ୍ସ ଅଫିସରେ ପ୍ରାୟ ୭୦.୫ କୋଟି ଆୟ କରିଥିବା ବେଳେ ମୋଟ ୧୨୭.୫ କୋଟି ଆୟ କରିଥିଲା । ଜବାନ ୨ୟ ଦିନରେ ୫୩.୨୩ କୋଟି ଆୟ କରି ମୋଟ ୧୨୮.୨୩ କୋଟି କଲେକ୍ସନ କରିଥିଲା । ଏହିପରି ପଠାନ ମୋଟ ୧୦୦୦ କୋଟିରୁ ଅଧିକ ଏବଂ ଜବାନ ୧୧ ହଜାର କୋଟିରୁ ଅଧିକ ଆୟ କରି ବକ୍ସ ଅଫିସରେ ଇତିହାସ ରଚିବା ସହ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଥିଲା । କିନ୍ତୁ ଏବେ ଡଙ୍କି ଏହା ଠାରୁ ବହୁ ଦୂରରେ ରହିଛି । ସେପଟେ ଡଙ୍କିକୁ ଟକ୍କର ଦେଉଥିବା ପ୍ରଭାସଙ୍କ ଫିଲ୍ମ ସାଲାର କିନ୍ତୁ ଦୁଇ ଦିନ ମଧ୍ୟରେ ୧୦୦ କୋଟିରୁ ଅଧିକ ଆୟ କରିଛି ଏବଂ ପଠାନ ଏବଂ ଜବାନକୁ ବି ପଛରେ ପକାଇଛି ।

ଏହା ମଧ୍ୟ ପଢନ୍ତୁ: 'ଡଙ୍କି' ପରେ ଆଗାମୀ ଫିଲ୍ମ କ'ଣ ? ଏମିିତି କହିଲେ ଶାହରୁଖ...

ସୂଚନା ଥାଉକି, ଡଙ୍କି ଫିଲ୍ମଟି ବିଦେଶ ଯିବାକୁ ଇଚ୍ଛା କରୁଥିବା ଏକ ବନ୍ଧୁଗୋଷ୍ଠୀର କାହାଣୀକୁ ଦର୍ଶାଇଛି । ଏହି ଫିଲ୍ମରେ କିଙ୍ଗ୍‌ ଖାନଙ୍କ ସମେତ ତାପସୀ ପନ୍ନୁ, ବିକି କୌଶଲ, ବୋମାନ ଇରାନୀ, ଅନିଲ ଗ୍ରୋଭର, ବିକ୍ରମ କୋଚର, ଏବଂ ଦିଆ ମିର୍ଜାଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଶାହାରୁଖଙ୍କ ସହ ରାଜକୁମାର ହିରାନୀ, ବିକି ଏବଂ ତାପସୀ ପ୍ରଥମ ଥର କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.