ETV Bharat / entertainment

King Of Kotha: ଶାହାରୁଖ ସେୟାର କଲେ ଟ୍ରେଲର, ଦମଦାର ଭୂମିକାରେ ନଜର ଆସିଲେ ଦୁଲକର୍‌

author img

By

Published : Aug 10, 2023, 3:34 PM IST

ସୁପରଷ୍ଟାର ଦୁଲକର୍ ସଲମାନଙ୍କ ଅଭିନୀତ 'କିଙ୍ଗ ଅଫ୍ କୋଥା'ର ଦମଦାର ଟ୍ରେଲର ନିର୍ମାତାମାନେ ରିଲିଜ୍‌ କରିଛନ୍ତି । ଏହି ଫିଲ୍ମ ଅଗଷ୍ଟ 24ରେ ରିଲିଜ ହେବ । ଅଧିକ ପଢନ୍ତୁ

କିଙ୍ଗ ଅଫ୍ କୋଥା
କିଙ୍ଗ ଅଫ୍ କୋଥା

ହାଇଦ୍ରାବାଦ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଦୁଲକର୍ ସଲମାନ ବର୍ତ୍ତମାନ ତାଙ୍କର ପରବର୍ତ୍ତୀ ଆକ୍ସନ୍ ଫିଲ୍ମ 'କିଙ୍ଗ ଅଫ୍ କୋଥା' ସହିତ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମର ଟ୍ରେଲର ଅଗଷ୍ଟ 10ରେ ମୁକ୍ତିଲାଭ କରିଛି । ଟ୍ରେଲରରେ ସଲମାନ ଫୁଲ ଅଫ୍‌ ଆକ୍ସନ୍ ଲୁକ୍‌ରେ ନଜର ଆସିଛନ୍ତି । ସଲମାନଙ୍କ ପ୍ରଶଂସକଙ୍କ ପାଇଁ ତାଙ୍କର ଏହି ନୂଆ ଚଳଚ୍ଚିତ୍ର କୌଣସି ଟ୍ରିଟ୍‌ ଠାରୁ କମ୍ ନୁହେଁ । ବଲିଉଡର 'ପଠାନ' ଶାହରୁଖ ଖାନ ମଧ୍ୟ ଦୁଲକର୍ ସଲମାନଙ୍କ ଫିଲ୍ମ 'କିଙ୍ଗ ଅଫ୍ କୋଥା' ର ଟ୍ରେଲରକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

ଏଠାରେ କହି ରଖୁଛୁ, ସଲମାନ କିଙ୍ଗ୍‌ ଅଫ୍‌ କୋଥାର ଟ୍ରେଲରରୁ ହିଁ ନିଜର ଆକ୍ସନ ସହିତ ଫ୍ୟାନ୍ସଙ୍କ ମଧ୍ୟରେ ଏକ୍‌ସାଇଟମେଣ୍ଟ୍‌ ସୃଷ୍ଟି କରାଇବା ଭଳି କାମ କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଭିଲାଶ ଯୋଶୀ । ପୁରା ଟ୍ରେଲରଟି ସଲମାନଙ୍କ ଆକ୍ସନ ଏବଂ ଶାନଦାର ସିନ୍‌ରେ ପରିପୂର୍ଣ୍ଣ । ଟ୍ରେଲର ଦେଖିବା ପରେ କୁହାଯାଇପାରେ ଯେ ସଲମାନଙ୍କ ହାତକୁ ଆଉ ଏକ ହିଟ୍‌ ଫିଲ୍ମ ଆସିଛି । ଗତ ମାସରେ ଫିଲ୍ମର ଟିଜର ମୁକ୍ତିଲାଭ କରିଥିଲା, ଯାହା ପ୍ରଶଂସକଙ୍କ ଉତ୍ସାହକୁ ବଢାଇ ଦେଇଥିଲା । ଏହି ସମୟରେ ନିର୍ମାତାମାନେ 'କିଙ୍ଗ ଅଫ୍ କୋଥା'ର ଶକ୍ତିଶାଳୀ ଟ୍ରେଲର ମୁକ୍ତିଲାଭ କରିଛନ୍ତି । ଅଭିନେତା ଦୁଲକର ପୂର୍ବରୁ 'ଚୁପ୍' ଏବଂ 'ସୀତା ରାମମ୍‌' ଭଳି ଚଳଚ୍ଚିତ୍ରରେ ନଜର ଆସିଥିଲେ ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢନ୍ତୁ: Karachi to Noida: ବଡ ପରଦାରେ ସୀମା-ସଚିନଙ୍କ ପ୍ରେମ କାହାଣୀ, ଆସିଲା ପୋଷ୍ଟର

ଅନ୍ୟପକ୍ଷରେ ଜବାନ ଫିଲ୍ମ ପାଇଁ ଚର୍ଚ୍ଚାରେ ଥିବା ଶାହରୁଖ ଖାନ ତାଙ୍କ ଟ୍ବିଟର ଆକାଉଣ୍ଟରେ ଫିଲ୍ମର ଟ୍ରେଲର ସେୟାର କରି ସଲମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶାହରୁଖ ଖାନ ଦୁଲକର ସଲମାନଙ୍କ ପାଇଁ ଲେଖିଛନ୍ତି, ଚମତ୍କାର ଟ୍ରେଲର ପାଇଁ ଅଭିନନ୍ଦନ, ଫିଲ୍ମକୁ ଅପେକ୍ଷା କରିଛୁ, ପୂରା ଟିମ୍‌କୁ ଫିଲ୍ମର ସଫଳତା ପାଇଁ ମୋ ତରଫରୁ ପ୍ରଥମରୁ ହିଁ ଅନେକ ଅନେକ ଶୁଭେଚ୍ଛା ଏବଂ ଭଲପାଇବା ।

'କିଙ୍ଗ ଅଫ୍ କୋଥା' ସମ୍ପର୍କରେ...

ଅଭିନେତା ଦୁଲକର ପ୍ରାୟତଃ ତାଙ୍କର ରୋମାଣ୍ଟିକ୍ ଇମେଜ୍ ପାଇଁ ଜଣାଶୁଣା କିନ୍ତୁ ଏହି ପିରିୟଡ୍ ଫିଲ୍ମରେ ଏକ ସ୍ଥାନୀୟ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରିଛନ୍ତି । ଏହି ଟ୍ରେଲରରେ ଫିଲ୍ମର କାହାଣୀର ଏକ ଝଲକ ଦେଖାଯାଇଛି, ଯେଉଁଠାରେ ଡିକ୍ୟୁର ରାଜା ନିଜ ପିତାଙ୍କ ଭଳି ଜଣେ ଗ୍ୟାଙ୍ଗଷ୍ଟର ଅର୍ଥାତ କିଙ୍ଗ ଅଫ୍ କୋଥା ହେବାକୁ ଇଚ୍ଛା ରଖନ୍ତି । ଦୁଲକର ସଲମାନ, ରିତିକା ସିଂହ ଏବଂ ଐଶ୍ୱର୍ଯ୍ୟା ଲକ୍ଷ୍ମୀଙ୍କ ଅଭିନୀତ ଚଳଚ୍ଚିତ୍ର କିଙ୍ଗ ଅଫ୍ କୋଥା ହେଉଛି ଏକ ମାଲାୟାଲମ୍ ଆକ୍ସନ୍-ଥ୍ରୀଲର୍ ଫିଲ୍ମ । ଏହି ଚଳଚ୍ଚିତ୍ର ସହିତ ଅଭିଲାଶ ଯୋଶୀ ତାଙ୍କର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ଅଗଷ୍ଟ 24ରେ ରିଲିଜ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.