ETV Bharat / entertainment

Currency Notes on Dinner Table: ଅତିଥିଙ୍କୁ ଡିନର ସହ ନୋଟ ପରସିଲେ ଅମ୍ବାନି ପରିବାର, ଜାଣନ୍ତୁ କାହିଁକି

author img

By

Published : Apr 3, 2023, 5:03 PM IST

ଡିନର ଟେବୁଲରେ ଖାଦ୍ୟ ସହ ଅତିଥିଙ୍କୁ ନୋଟ୍‌ ପରସିଲେ ଅମ୍ବାନି ପରିବାର । ଗତ ଶୁକ୍ରବାର ଓ ଶନିବାର ୨ ଦିନ ଧରି ନୀତା ମୁକେଶ ଅମ୍ବାନି ସାଂସ୍କୃତିକ କେନ୍ଦ୍ରର ଉଦଘାଟନୀ ଉତ୍ସବରୁ ଏନେଇ ଏକ ଫଟୋ ଭାଇରାଲ ହେଉଛି । କାହିଁକି ଅମ୍ବାନି ପରିବାର ନୋଟ ପରସିଛନ୍ତି ତାହା ଜାଣିବା ଲାଗି ନେଟିଜେନ୍ସଙ୍କ ମନରେ ଭରି ରହିଛି କୌତୁହଳତା । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ସବୁବେଳେ ସ୍ପେଶାଲ ରହିଥାଏ ଅମ୍ବାନି ପରିବାରର ପାର୍ଟି । ଏହାର ସାଜସଜ୍ଜାଠୁ ଆରମ୍ଭ କରି ପାର୍ଟିରେ ପରସା ଯାଉଥିବା ଖାଦ୍ୟ ମଧ୍ୟ ସ୍ବତନ୍ତ୍ରତା ବହନ କରେ । ଗତ ଶୁକ୍ରବାର ଓ ଶନିବାର ୨ ଦିନ ଧରି ନୀତା ମୁକେଶ ଅମ୍ବାନି ସାଂସ୍କୃତିକ କେନ୍ଦ୍ରର ଉଦଘାଟନୀ ଉତ୍ସବରେ ଅମ୍ବାନି ପରିବାର ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲା । ଏଥିରେ ଯୋଗ ଦେଇଥିଲେ ହଲିଉଡଠୁ ଆରମ୍ଭ କରି ବଲିଉଡ, ଶିଳ୍ପ ଜଗତ, ସଙ୍ଗୀତ ଓ ଖେଳ ଜଗତର ଅନେକ ଲୋକପ୍ରିୟ ପରିଚିତ ଚେହେରା । ତେବେ ପାର୍ଟିର ମୁଖ୍ୟ ଆକର୍ଷଣ ଥିଲା ଡିନର ପ୍ଲେଟରେ ନୋଟ୍‌ । ଏହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଡିନର ଟେବୁଲ୍‌ରେ ନୋଟ୍‌ ଦେଖି ସମସ୍ତେ ହୋଇଛନ୍ତି ଆଶ୍ଚର୍ଯ୍ୟ ।

ଡିନର ସହ ନୋଟ ପରସିଲେ ଅମ୍ବାନି ପରିବାର
ଡିନର ସହ ନୋଟ ପରସିଲେ ଅମ୍ବାନି ପରିବାର

ଏହି ଗ୍ରାଣ୍ଡ ପାର୍ଟିରେ ଯୋଗଦେଇଥିବା ଅତିଥିମାନଙ୍କୁ ଏକ ସ୍ପେଶାଲ ମିଷ୍ଟାନ୍ନ ପରସାଯାଇଥିଲା । ଏହି ମିଠା ଜାତୀୟ ଖାଦ୍ୟଟି ମୁଖ୍ୟତଃ ଉତ୍ତର ଭାରତରେ ଲୋକପ୍ରିୟତା ହାସଲ କରିଛି । ଏହି ମିଠା ଜାତୀୟ ଖାଦ୍ୟ ସହିତ ଦେଖିବାକୁ ମିଳିଥିଲା ୫୦୦ ଟଙ୍କିଆ ନୋଟ୍‌ । ଏହାକୁ ଦେଖି ନେଟିଜେନ୍ସଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଅମ୍ବାନି ପରିବାର ଖାଦ୍ୟ ସହିତ କାହିଁକି ନୋଟ୍‌କୁ ଅତିଥିଙ୍କୁ ପରସିଥିଲେ ? ଯେତେବେଳେ ଏହି ଭିନ୍ନ ଢଙ୍ଗର ଆତିଥ୍ୟ ଚର୍ଚ୍ଚାକୁ କିଛି ଅତିଥି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଘଟଣାଟି ନେଟିଜେନ୍ସଙ୍କ ନଜରକୁ ଆସିଥିଲା ।

ଏହା ବି ପଢନ୍ତୁ- NMACC Gala Day 2: ବଲିଉଡ ସେଲିବ୍ରିଟିଙ୍କ ଡାନ୍ସରେ ଦୁଲୁକିଲା ମଞ୍ଚ, ଦେଖନ୍ତୁ ଝଲକ

ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳିଥିଲା ଏକ ପାତ୍ରରେ ପତ୍ର ସହିତ ମିଠା ଜାତୀୟ ଖାଦ୍ୟକୁ ପରସାଯାଇଛି । ଏହି ଡେଜର୍ଟର ନାମ ହେଉଛି 'ଦୌଲତ କି ଚାଟ୍‌' । ଜାତୀୟ ରାଜଧାନୀ ଦିଲ୍ଲୀରେ ଏହି ଡେଜର୍ଟ ବେଶ ଲୋକପ୍ରିୟତା ହାସଲ କରିଛି । ଏହାସହ ଉତ୍ତର ଭାରତର ଅନେକ ସ୍ଥାନରେ ଆପଣଙ୍କୁ ଏହି ମିଠା ଜାତୀୟ ଖାଦ୍ୟଟି ସହଜରେ ମିଳିଯିବ । ପୁରୁଣା ଦିଲ୍ଲୀରେ ଶୀତ ଋତୁରେ ୨ ମାସ ଧରି ଦୌଲତ କି ଚାଟ୍‌ର ବହୁଳ ବିକ୍ରି କରାଯାଏ । ଏହାକୁ ଫୋମ କଣ୍ଡେନ୍ସଡ ମିଲ୍କ, ପିସ୍ତା, ଖୁଆ ଓ ଚିନି ମିଶାଇ ପ୍ରସ୍ତୁତ କରାଯାଏ ।

ଏହି ଖାଦ୍ୟର ନାମ ଯେହେତୁ ଦୌଲତ ବା ସମ୍ପତ୍ତି, ଏଥିଲାଗି ଦିଲ୍ଲୀର ଏକ ରେସ୍ତୋରାଁ 'ଇଣ୍ଡିଆନ ଆସେଣ୍ଟ' ଭାରତୀୟ କରେନ୍ସି ସହିତ ଏହାକୁ ଗ୍ରାହକଙ୍କୁ ପରସିଥାଏ । ତେବେ ଅମ୍ବାନି ପାର୍ଟିରେ ମଧ୍ୟ ଏହାକୁ ଅତିଥିଙ୍କୁ ପରସାଯାଇଥିଲା । ତେବେ ଏହି ନୋଟ୍‌ ଅସଲି ନୁହେଁ, ବରଂ ନକଲି । ମିଷ୍ଟାନ୍ନର ନାମ ଯୋଗୁଁ ନୋଟ୍‌ ସହିତ ଏହାକୁ ପରସା ଯାଇଛି । ଭାଇରାଲ ଫଟୋରେ କିଛି ନେଟିଜେନ୍ସ ଏହା ନକଲି ନୋଟ୍‌ ବୋଲି ମଧ୍ୟ କହିଛନ୍ତି । ଏହି ମିଷ୍ଟାନ୍ନ ସହିତ ଅତିଥିଙ୍କୁ ଅନେକ ପ୍ରକାର ସ୍ପେଶାଲ ବ୍ୟଞ୍ଜନ ମଧ୍ୟ ପରସା ଯାଇଥିଲା ।

ପାରମ୍ପରିକ ବ୍ୟଞ୍ଜନଗୁଡ଼ିକ ଯେପରିକି ପାଲକ ପନିର, ଡାଲି, ତରକାରୀ, ରୁଟି, ପାମ୍ପଡ ଓ ମିଠା ଭଳି ଅନେକ ସୁସ୍ବାଦୁ ବ୍ୟଞ୍ଜନ ଅତିଥିଙ୍କୁ ଏକ ରୂପା ଥାଳିରେ ପରସାଯାଇଥିଲା । ସୂଚନା ଥାଉ କି ଭାରତର କଳା, ସଂସ୍କୃତି, ସଙ୍ଗୀତ, ନୃତ୍ୟର ଉତ୍କର୍ଷତା ଲାଗି ଅମ୍ବାନି ପରିବାର ନିଜର ଡ୍ରିମ୍‌ ପ୍ରୋଜେକ୍ଟ ନୀତା ମୁକେଶ ଅମ୍ବାନି ସାଂସ୍କୃତିକ କେନ୍ଦ୍ର (NMACC)ର ନିର୍ମାଣ କରିଛନ୍ତି । ଏହାକୁ କଳାକାରମାନେ ମାଗଣାରେ ବ୍ୟବହାର କରିପାରିବେ । ଏହା ଭିତରେ ଅତିଥିଙ୍କ ବସିବା ଲାଗି ଏକ ୨୦୦୦ ସିଟ ବିଶିଷ୍ଟ ଥିଏଟର ମଧ୍ୟ ରହିଛି । ଜିଓ ୱାର୍ଲ୍ଡ ସେଣ୍ଟର ମଧ୍ୟରେ ରହିଛି ଏହି କେନ୍ଦ୍ର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.