ETV Bharat / entertainment

ପ୍ରତୀକ ଗାନ୍ଧୀଙ୍କ ସହ ଅନସ୍କ୍ରିନ ରୋମାନ୍ସ କରିବେ ବିଦ୍ୟା, ଏହି ଦିନ ରିଲିଜ ହେବ ଫିଲ୍ମ

author img

By ETV Bharat Odisha Team

Published : Jan 17, 2024, 5:31 PM IST

Do Aur Do Pyaar: ବିଦ୍ୟା ବାଲନଙ୍କ ଆଗାମୀ ଫିଲ୍ମ 'ଦୋ ଔର ଦୋ ପ୍ୟାର' ଘୋଷଣା । ଏହି ଫିଲ୍ମରେ ସେ ଅଭିନେତା ପ୍ରତୀକ ଗାନ୍ଧୀଙ୍କ ସହ ନଜର ଆସିବାକୁ ଥିବା ବେଳେ ଏଥିରେ ଇଲିଆନା ଡିକ୍ରୁଜଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ କରାଯାଇଛି । ଅଧିକ ପଢନ୍ତୁ

ପ୍ରତୀକ ଗାନ୍ଧୀଙ୍କ ସହ ଅନସ୍କ୍ରିନ ରୋମାନ୍ସ କରିବେ ବିଦ୍ୟା ବାଲନ, ଏହି ଦିନ ରିଲିଜ ହେବ ଫିଲ୍ମ

ହାଇଦ୍ରାବାଦ: ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନ । ତାଙ୍କ ଆଗାମୀ ଫଲ୍ମ 'ଦୋ ଔର ଦୋ ପ୍ୟାର' ଘୋଷଣା ହୋଇଛି । ଆଜି ନିର୍ମାତା ଏହି ଫିଲ୍ମର ମୋଶନ ପୋଷ୍ଟର ରିଲିଜ ହୋଇଛି ଏବଂ ଫିଲ୍ମର ଷ୍ଟାରକାଷ୍ଟଙ୍କ ମଧ୍ୟ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ କରାଯାଇଛି ।

'ଦୋ ଔର ଦୋ ପ୍ୟାର' ନିର୍ମାତା ଇନଷ୍ଟାଗ୍ରାମରେ ଫିଲ୍ମର ମୋଶନ ପୋଷ୍ଟର ରିଲଜ କରିଛନ୍ତି । ଯେଉଁଥିରେ ବିଦ୍ୟା ବାଲନ ସମେତ ଅଭିନେତ୍ରୀ ଇଲିଆନା ଡିକ୍ରୁଜ, ପ୍ରତୀକ ଗାନ୍ଧୀ ଏବଂ ସେଙ୍ଘିଲ ରାମମୂର୍ତ୍ତିଙ୍କୁ ଦେଖିବାକୁ ମିଳିଛି । ଏହା ସେୟାର କରି କ୍ୟାପସନେର ଲେଖାଇଛି, ଏହି ଋତୁରେ ପ୍ରେମ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଗ୍ରାସ କରିବ । 'ଦୋ ଔର ଦୋ ପ୍ୟାର' ମାର୍ଚ୍ଚ ୨୯, ୨୦୨୪ରେ ସିନେମାହଲରେ ରିଲିଜ ହେବ । ତେବେ ଏହି ଫିଲ୍ମରେ ବିଦ୍ୟା ବାଲନ ପ୍ରତୀକ ଗାନ୍ଧୀଙ୍କ ସହ ସ୍କ୍ରିନ ସେୟାର କରିବାକୁ ଥିବା ବେଳେ ଇଲିଆନା ଡିକ୍ରୁଜ ସେଙ୍ଘିଲ ରାମମୂର୍ତ୍ତିଙ୍କ ରୋମାନ୍ସ କରୁଥିବା ନଜର ଆସିବେ ।

ସେପଟେ ବିଦ୍ୟା ନିଜ ଏକ୍ସରେ ଫିଲ୍ମର ଏହି ପୋଷ୍ଟର ସେୟାର କରି ଲେଖିଛନ୍ତି, ଦୋ ଔର ଦୋ ମିଲେଙ୍ଗେ । ଭଲପାଇବାର ରାଜ ଖୋଲିବ । କାଲି ୧୧ଟାରେ ଅପେକ୍ଷା କରନ୍ତୁ । ତେବେ ଏହି ପୋଷ୍ଟର ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ କମେଣ୍ଟ ବର୍ଷା କରିଛନ୍ତି । ଜଣେ ଲେଖିଛନ୍ତି, ଏହାକୁ ଦେଖି ମୁଁ ବହୁତ ଉତ୍ସାହିତ । ଆଉ ଜଣେ ଲେଖିଛନ୍ତି, ବିଦ୍ୟା ବାଲାନଙ୍କୁ ପରଦାରେ ଦେଖିବାକୁ ଅପେକ୍ଷା କରିପାରୁନି । ଆଉ ଜଣେ ଲେଖିଛନ୍ତି, ସେଙ୍ଘିଲ ଭାରତୀୟ ଫିଲ୍ମରେ ୱାଓ । ମୁଁ ତାଙ୍କୁ ଭାରତୀୟ ଫିଲ୍ମରେ ଦେଖିବାକୁ ବେଶ ଉତ୍ସାହିତ ।

ଏହା ମଧ୍ୟ ପଢନ୍ତୁ: ଆସୁଛି ବିଦ୍ୟାଙ୍କ ROM-COM ଫିଲ୍ମ, ଅଛନ୍ତି ଏହି କଳାକାର..

ଏହି ଚଳଚ୍ଚିତ୍ରରେ ବିଦ୍ୟା ବାଲାନ, ପ୍ରତୀକ ଗାନ୍ଧୀ, ଇଲିଆନା ଡି’କ୍ରୁଜ ଏବଂ ସେଙ୍ଘିଲ ରାମମୂର୍ତ୍ତି ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରଟି ଶିରିସା ଗୁହା ଠକୁରତା ନିର୍ଦ୍ଦେଶନା ଦେଇଥିବା ବେଳେ ଏପଲାଉସ ଏଣ୍ଟରଟେନମେଣ୍ଟ 'ଦୋ ଔର ଦୋ ପ୍ୟାର' ଫିଲ୍ମ ପ୍ରସ୍ତୁତ କରିଛନ୍ତି । ମାର୍ଚ୍ଚ ୨୯, ୨୦୨୪ରେ ଫିଲ୍ମ ରିଲିଜ ହେବ । ତେବେ ଆସନ୍ତାକାଲି ଏହି ଫିଲ୍ମକୁ ନେଇ ପୁଣି କ'ଣ ନୂଆ ଅପଡେଟ ଆସିବେ ନେଇ ଫ୍ୟାନ୍ସ ବେଶ ଉତ୍ସାହିତ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.