ETV Bharat / entertainment

Diana Penty: ସାରା, ମାନୁଷୀଙ୍କ ପରେ କାନ୍ସରେ ଜଲୱା ଦେଖାଇଲେ ଡାଏନା, ଫ୍ୟାନ୍ସ କହିଲେ... - ଡାଏନା ପେଣ୍ଟି

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବିଶ୍ବର ସେଲିବ୍ରିଟିମାନେ ଯୋଗ ଦୋଇଛନ୍ତି। ଏଥିସହିତ ବଲିଉଡ ତାରକାମାନେ ମଧ୍ୟ ରେଡ କାର୍ପେଟରେ ନିଜ ଲୁକ୍ସର ଜଲୱା ଦେଖାଇଛନ୍ତି। ଏହି ସମୟରେ ଅଭିନେତ୍ରୀ ଡାଏନା ପେଣ୍ଟି ମଧ୍ୟ କାନ୍ସ ର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। ଅଧିକ ପଢନ୍ତୁ,

ସାରା, ମାନୁଷୀଙ୍କ ପରେ କାନ୍ସରେ ଜଲୱା ଦେଖାଇଲେ ଡାଏନା

author img

By

Published : May 21, 2023, 3:34 PM IST

ମୁମ୍ବାଇ: କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ 16ରୁ ଆରମ୍ଭ ହୋଇଛି, ଯାହା ମେ' 27 ପର୍ଯ୍ୟନ୍ତ ଚାଲିବ । ଏହାସହ ଅନେକ ବଲିଉଡ ଏବଂ ହଲିଉଡ ତାରକା ରେଡ୍‌ କାର୍ପେଟରେ ନିଜର ସୌନ୍ଦର୍ଯ୍ୟରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାରି ମଧ୍ୟରେ 'କକ୍‌ଟେଲ୍‌' ଫେମ୍‌ ଅଭିନେତ୍ରୀ ଡାଏନା ପେଣ୍ଟି ମଧ୍ୟ ରେଡ୍‌ କାର୍ପେଟ୍‌ରେ ନଜର ଆସିଛନ୍ତି । ସେ ନିଜ ଲୁକ୍ସର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଫ୍ୟାନ୍ସ ଅଭିନେତ୍ରୀଙ୍କ ଫଟୋକୁ ଲାଇକ୍‌ କରିବା ସହ ଅନେକ କମେଣ୍ଟ୍‌ କରୁଛନ୍ତି ।

ଡାଏନା ପେଣ୍ଟି ତାଙ୍କର ପ୍ରଥମ ଦିନ ଏକ ଗୋଲ୍ଡେନ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଥିଲେ ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ସେ ଏହି ପୋଷ୍ଟର କ୍ୟାପସନ୍ ଦେଇଛନ୍ତି, 'ଅଲ ଦାଟ୍‌ ଗ୍ଲିଟର' । ଡାଏନାଙ୍କ ଏହି ଲୁକକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି । ଜଣେ ଲେଖିଛନ୍ତି, 'ତୁମେ ସୁନ୍ଦର ଦେଖାଯାଉଛ'। ସେହିପରି ଅନେକ ଫ୍ୟାନ୍ସ ଡାଏନାଙ୍କ ପୋଷ୍ଟରେ ଲାଲ ହାର୍ଟ ଇମୋଜି ସେୟାର କରିଛନ୍ତି ।

ସେହିପରି ଦ୍ୱିତୀୟ ଦିନ ସେ ଏକ ବ୍ଲାକ୍‌ ଟସଲି ଆଉଟଫିଟ୍‌ରେ ନଜର ଆସିଛନ୍ତି । ଫଟୋ ସେୟାର କରି ସେ କ୍ୟାପସନ୍ ଲେଖିଥିଲେ, 'ଟସଲ୍ ସବୁବେଳେ ମୂଲ୍ୟବାନ'। ସେ ଏକ ବ୍ଲାକ ରଙ୍ଗର ଟପ୍ ଉପରେ ଏକ ଟସଲି ଜ୍ୟାକେଟ୍ ପିନ୍ଧିଥିଲେ । ଏହି ଫଟୋରେ ତାଙ୍କୁ ଅନେକ କଳାକାର ସମେତ ଫ୍ୟାନ୍ସ ଲାଇକ କରିଛନ୍ତି । ଫଟୋକୁ ଲାଇକ୍‌ କରିବା ସହ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଫାୟାର ଇମୋଜି ଦେଇ ଡାଏନାଙ୍କ ଲୁକ୍‌କୁ ପ୍ରଶଂସା କରିଥିଲେ । ଏଥିସହିତ ଜଣେ ପ୍ରଶଂସକ ଲେଖିଥିଲେ, 'ବହୁତ ସୁନ୍ଦର ।'

ସେପଟେ ତୃସୀୟ ଦିନ ମଧ୍ୟ ସେ ବ୍ଲାକ୍‌ ଆଉଟଫିଟରେ ନଜର ଆସିଛନ୍ତି । ତାଙ୍କ ଫ୍ୟାଶନକୁ ପସନ୍ଦକୁ ଅନେକ ପ୍ରଶଂସା କରିଛନ୍ତି । ଏହି ଫଟୋରେ ପ୍ରିତିକ୍ରିୟା ଦେଇ ଜଣେ ପ୍ରଶଂସକ ଲେଖିଛନ୍ତି, ବ୍ଲାକ ରଙ୍ଗରେ ବହୁତ ଭଲ ଦେଖାଯାଉଛନ୍ତି । ଅନ୍ୟ ଜଣେ ତାଙ୍କ ଏହି ଲୁକ୍‌କୁ ପାର୍ଟିକୁ ଲୁକ୍ ସହ ଗ୍ଲାମରର ଉଦାହରଣ ବୋଲି କହିଥିଲେ । ଅନେକ ଫ୍ୟାନ୍ସ ଡାଏନାଙ୍କ ପୋଷ୍ଟରେ ଲାଲ ହାର୍ଟ ଏବଂ ଫାୟାର ଇମୋଜି ସେୟାର କରିଛନ୍ତି ।

ସୂଚନା ଥାଉ କି, କାନ୍ସର 76ତମ ସଂସ୍କରଣରେ ଅଭିନେତ୍ରୀ ଡାଏନା ପେଣ୍ଟି ଗ୍ରେ' ଗ୍ରୁଜର ପ୍ରତିନିଧିତ୍ୱ କରିଥିଲେ । ସେ କହିଥିଲେ, ନିକଟ ଅତୀତରେ ସମ୍ମାନଜନକ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତ ବହୁ ମାନ୍ୟତା ପାଇଛି । ଏହି ବର୍ଷ ପୁନର୍ବାର ଏହି କାର୍ଯ୍ୟକ୍ରମର ଏକ ଅଂଶ ହୋଇଥିବାରୁ ମୁଁ ବହୁତ ଉତ୍ସାହିତ । 2019ରେ ଡାଏନା କାନ୍ସରେ ଡେବ୍ୟୁ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.