ETV Bharat / entertainment

ଦୁନିଆକୁ ଅଲବିଦା କହିଲେ ଧୁମ୍ ନିର୍ଦ୍ଦେଶକ ସଞ୍ଜୟ ଗଡବୀ

ବଲିଉଡ ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ଗଡବୀଙ୍କ ପରଲୋକ । ମର୍ଣ୍ଣିୱାକ ସମୟରେ ହୃଦଘାତର ଶିକାର ହେଲେ ସଂଜୟ ।ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅଧିକ ପଢନ୍ତୁ,

author img

By ETV Bharat Odisha Team

Published : Nov 19, 2023, 1:53 PM IST

ଦୁନିଆକୁ ଅଲବିଦା କହିଲେ ଧୁମ୍ ନିର୍ଦ୍ଦେଶକ ସଞ୍ଜୟ ଗଡବୀ
ଦୁନିଆକୁ ଅଲବିଦା କହିଲେ ଧୁମ୍ ନିର୍ଦ୍ଦେଶକ ସଞ୍ଜୟ ଗଡବୀ

ହାଇଦ୍ରାବାଦ: ପୁଣି ବଲିଉଡ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ଗଡବୀଙ୍କ ନିଧନ । ହୃଦଘାତରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିବା ବେଳେ ଆଉ ୩ ଦିନ ପରେ ସେ ୫୭ ବର୍ଷରେ ପାଦ ଥାପିଥାନ୍ତେ । ଅର୍ଥାତ୍ ୫୭ତମ ଜନ୍ମଦିନର ୩ ଦିନ ପୂର୍ବରୁ ଦୁନିଆକୁ ଅଲବିଦା କହିଲେ ସଞ୍ଜୟ । ତେବେ ତାଙ୍କ ବିୟୋଗରେ ଇଣ୍ଡଷ୍ଟ୍ରି ଏବଂ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ସଞ୍ଜୟ ଗଡବୀ ଆଜି ସକାଳେ ଲୋଖଣ୍ଡୱାଲା ବ୍ୟାକ୍ରୋଡରେ ସକାଳ ସମୟରେ ମର୍ଣ୍ଣିୱାକ ପାଇଁ ଯାଉଥିଲେ, ସେତେବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ସଞ୍ଜୟଙ୍କୁ ନିକଟସ୍ଥ କୋକିଲାବେନ୍ ଅମ୍ବାନୀ ଡାକ୍ତରଖାନାକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ଅନ୍ତିମ ସଂସ୍କାର ରବିବାର ଅର୍ଥାତ ଆଜି ସନ୍ଧ୍ୟାରେ କରାଯିବା ନେଇ ଜଣାପଡିଛି । ତାଙ୍କ ବିୟୋଗରେ ଅନେକ ସେଲିବ୍ରିଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

ସଞ୍ଜୟଙ୍କ ପତ୍ନୀ ଏବଂ ୨ ଝିଅ ରହିଛନ୍ତି । ସେ ୨୦୦୦ ମସିହାରେ ଏକ ଛୋଟ ଚଳଚ୍ଚିତ୍ର 'ତେରେ ଲିୟେ' ସହ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିଥିଲେ । କିନ୍ତୁ ତାଙ୍କ ଫିଲ୍ମକୁ ଅଧିକ ପ୍ରତିକ୍ରିୟା ମିଳି ନଥିଲା ଏବଂ ଏହା ବକ୍ସ ଅଫିସରେ ମଧ୍ୟ ଫ୍ଲପ୍ ହୋଇଥିଲା । ସଂଜୟଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ଥିଲା 'ମେରେ ୟାର କି ଶାଦି ହେ' (2002) । ଉଦୟ ଚୋପ୍ରା, ଜିମି ଶେରଗିଲ ଏବଂ ତୁଳସୀ ଯୋଶୀଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ସଞ୍ଜୟ ସଫଳତା ସାଉଁଠିଥିଲେ ।

ଏହା ପରେ ୨୦୦୪ରେ 'ଧୁମ୍' ନିର୍ମାଣ କରିଥିଲେ । 'ଧୁମ୍' କେବଳ ସେହି ବର୍ଷର ସବୁଠାରୁ ସଫଳ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ନୁହେଁ, ବରଂ ଏହାର ଯୁଗର ସବୁଠାରୁ ଷ୍ଟାଇଲିସ୍ ଚଳଚ୍ଚିତ୍ର ମଧ୍ୟରେ ମଧ୍ୟ ଗଣାଯାଏ । ସଞ୍ଜୟ ଏହି ସଫଳତାକୁ 'ଧୁମ୍ ୨' ସହ କ୍ୟାରିଅରର ଗୋଟିଏ ପାଦ ଆଗକୁ ଯାଇଥିଲେ । ଏଥର ଫିଲ୍ମର ମୁଖ୍ୟ ହିରୋ ଥିଲେ ହ୍ରିତିକ ରୋଶନ, ଅଭିଷେକ ବଚ୍ଚନ, ଉଦୟ ଚୋପ୍ରା, ଇଶା ଦେଓଲ ଭଳି ତାରକା । ଏହି ଫିଲ୍ମରେ ରେସିଂ ବାଇକ୍‌ର ସ୍ବାଗ୍‌ ସହ ଫିଲ୍ମକୁ ବେଶ ପ୍ରଶଂସା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଯାତ୍ରା ଜଗତର ହାସ୍ୟ ଅଭିନେତା ରବି ଶତପଥୀଙ୍କ ପରଲୋକ

'ଧୁମ୍' ଫ୍ରାଞ୍ଚାଇଜ୍ ପରେ ସଞ୍ଜୟ ଇମ୍ରାନ ଖାନ, ସଞ୍ଜୟ ଦତ୍ତ ଏବଂ ମିନିଷା ଲାମ୍ବାଙ୍କ ଫିଲ୍ମ 'କିଡନାପ' ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଚମତ୍କାର କରିପାରି ନଥିଲା ଏବଂ ଫ୍ଲପ୍ ହୋଇଥିଲା । ଏହାପରେ ସେ ଜ୍ୟାକି ଭଗ୍ନାନୀ ଏବଂ ଅର୍ଜୁନ ରାମପାଲ ଅଭିନୀତ 'ଅଜବ ଗଜବ ଲଭ' (2012) ର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ, କିନ୍ତୁ ଏହି ଚଳଚ୍ଚିତ୍ର ମଧ୍ୟ ସଫଳ ହୋଇପାରି ନଥିଲା । ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ୨୦୨୦ OTT ରିଲିଜ୍ 'ଅପରେସନ୍ ପରିନ୍ଦେ' । ମୁଖ୍ୟ ଭୂମିକାରେ ଅମିତ ସାଧଙ୍କ ସହ ଏହି ଚଳଚ୍ଚିତ୍ରଟି ମଧ୍ୟ ବହୁତ ଭଲ ପ୍ରତିକ୍ରିୟା ପାଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.