ହାଇଦ୍ରାବାଦ: ବଲିଉଡର ହି’ମ୍ୟାନ୍ ଧର୍ମେନ୍ଦ୍ର। ସେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ। ତାଙ୍କର ଫ୍ୟାନ୍ ପଲୋଇଙ୍ଗଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ଏବେବି ହିନ୍ଦୀ ସିନେମାର ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ଚମକ ଦେଖିବାକୁ ମିଳେ। ଆଜିକାଲି ସେ ରଣବୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର 'ରକି ଔର ରାନି କି ପ୍ରେମ କାହାଣୀ'କୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଧର୍ମେନ୍ଦ୍ର ତାଙ୍କର ଏକ ପୁରୁଣା ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖିବା ପରେ ତାଙ୍କ ଫ୍ୟାନ୍ସ ଖୁସିରେ ଝୁମି ଉଠିଛନ୍ତି।
- " class="align-text-top noRightClick twitterSection" data="
">
ହିନ୍ଦୀ ସିନେମାର ହି’ମ୍ୟାନ୍ କୁହାଯାଉଥିବା ଅଭିନେତା ଧର୍ମେନ୍ଦ୍ର ତାଙ୍କ ଚଳଚ୍ଚିତ୍ର ବ୍ୟତୀତ ନିଜର ଦମଦାର ବ୍ୟକ୍ତିତ୍ୱ ପାଇଁ ମଧ୍ୟ ଜଣାଶୁଣା । ଧର୍ମେନ୍ଦ୍ର ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କ ପିଲାଦିନର ଏକ ଫଟୋ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ଧର୍ମେନ୍ଦ୍ର ପ୍ରଶଂସକଙ୍କୁ ତାଙ୍କ ମନ କଥା କହିଛନ୍ତି, ଯାହା ସମସ୍ତଙ୍କୁ ଭାବବିହ୍ବଳ କରିଦେଇଛି।
ଏହି ଫଟୋ ସେୟାର କରି ଧର୍ମେନ୍ଦ୍ର ଲେଖିଛନ୍ତି, କାଶ୍... ମୁଁ ଛୁଆ ହୋଇ ରହିଥାନ୍ତି... ମାଆର କୋଳରେ ... ବାପାଙ୍କ ବାହୁ ପର୍ଯ୍ୟନ୍ତ ... ବାପାଙ୍କ କୋଳରୁ ... ମାଆର କୋଳ ପର୍ଯ୍ୟନ୍ତ ... ସେ ଯାତ୍ରା ... ଏ ଯାତ୍ରା ସ୍ବର୍ଗ ଥିଲା’। ତେବେ କହିରଖୁଛୁ, ଧର୍ମେନ୍ଦ୍ର ବାରମ୍ବାର ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ପାରିବାରିକ ଫଟୋ ସେୟାର କରନ୍ତି ।
ଧର୍ମେନ୍ଦ୍ରଙ୍କ ଏହି ଫଟୋରେ ପ୍ରଶଂସକମାନେ ଅନେକ ଲାଇକ୍ ଏବଂ କମେଣ୍ଟ ଦେଇଛନ୍ତି । ଏହା ବ୍ୟତୀତ ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲଙ୍କ ସମେତ ଅନେକ ବଲିଉଡ ତାରକା ମଧ୍ୟ ଏହି ଫଟୋରେ ଲାଇକ୍ ଏବଂ କମେଣ୍ଟ ଦେଉଛନ୍ତି। ଏହା ବ୍ୟତୀତ ଧର୍ମେନ୍ଦ୍ର ମଧ୍ୟ ତାଙ୍କ କାର୍ଯ୍ୟକ୍ଷେତ୍ରରୁ ପ୍ରଶଂସକଙ୍କୁ ଅପଡେଟ୍ କରିଥାନ୍ତି। ଧର୍ମେନ୍ଦ୍ରଙ୍କ କାମ ବିଷୟରେ ଆଲୋଚନା କରିବା ତ, ବର୍ତମାନ ତାଙ୍କୁ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାଣୀ ବ୍ୟତୀତ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଶାହରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ଡଙ୍କିରେ ଦେଖିବାକୁ ମିଳିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ