ETV Bharat / entertainment

ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳିଲେ ଧର୍ମେନ୍ଦ୍ର, ଭାବବିହ୍ବଳ ହେଲେ ସନ୍ନି ଦେଓଲ

author img

By ETV Bharat Odisha Team

Published : Dec 8, 2023, 4:25 PM IST

Dharmendra Birthday Celebration: ହିନ୍ଦୀ ସିନେମା ଅଭିନେତା ଧର୍ମେନ୍ଦ୍ର ଆଜି 88 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ସମୟରେ ସେ ଫ୍ୟାନ୍ସଙ୍କ ସହ କେକ କାଟି ଜନ୍ମଦିନ ପାଳନ କରିଛନ୍ତି । ଏହି ସମୟରେ ସନ୍ନି ଦେଓଲ ଭାବବିହ୍ବଳ ହୋଇଛନ୍ତି । ସେପଟେ ପତ୍ନୀ ହେମା ମାଲିନୀ ସ୍ବାମୀଙ୍କୁ ଖାସ୍ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ,

ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳିଲେ ଧର୍ମେନ୍ଦ୍ର, ଭାବବିହ୍ବଳ ହେଲେ ସନ୍ନି ଦେଓଲ
ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳିଲେ ଧର୍ମେନ୍ଦ୍ର, ଭାବବିହ୍ବଳ ହେଲେ ସନ୍ନି ଦେଓଲ
ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳିଲେ ଧର୍ମେନ୍ଦ୍ର, ଭାବବିହ୍ବଳ ହେଲେ ସନ୍ନି ଦେଓଲ

ହାଇଦ୍ରାବାଦ: ବଲିଉଡ ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ରଙ୍କ ଆଜି 88 ତମ ଜନ୍ମଦିନ । ଏହି ଅବସରରେ ତାଙ୍କ ଫ୍ୟାନ୍ସମାନେ ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ଅଭିନେତାଙ୍କ ମୁମ୍ବାଇ ଜୁହୁରେ ଥିବା ବାସଭବନରେ ପହଞ୍ଚିଥିଲେ । କେକ୍ କାଟି ଜନ୍ମଦିନ ପାଳନ କରିଥିଲେ । କେକ୍ କାଟିବା ସମୟରେ ଗଦର 2 ଅଭିନେତା ସନ୍ନି ଦେଓଲ ଅତ୍ୟନ୍ତ ଭାବବିହ୍ବଳ ହୋଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସେପଟେ ପତ୍ନୀ ହେମା ମାଲିନୀ ସୋସିଆଲ ମିଡିଆରେ ସ୍ବାମୀଙ୍କୁ ଖାସ୍ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

  • ❤️Wishing my dearest life partner of many years, a very happy, healthy and joyful birthday. 🙏 May you have all the love your heart can hold, all the happiness a day can bring, and all the blessings a life can unfold. I just want to say: I hope you can see how special you are to… pic.twitter.com/al9SWgCI7h

    — Hema Malini (@dreamgirlhema) December 8, 2023 " class="align-text-top noRightClick twitterSection" data=" ">

ଫ୍ୟାନ୍ସମାନେ ଅଭିନେତାଙ୍କ ପାଇଁ 7ଟି ପର୍ଯ୍ୟାୟର କେକ୍ ଆଣିଥିଲେ ଯେଉଁଥିରେ ଲେଖାଥିଲା, "ଧର୍ମେନ୍ଦ୍ର ଏକ ଅନମୋଲ ରତନ, ଅନ୍ତର୍ଜାତୀୟ ପ୍ରଶଂସକ କ୍ଲବ୍"। ଏହା ବ୍ୟତୀତ କେକ୍ ଉପରେ ଏକ ରାଜ ମୁକୁଟ ବି ତିଆରି କରାଯାଇଥିଲା ଏବଂ ଧର୍ମେନ୍ଦ୍ରଙ୍କ ଫଟୋ ମଧ୍ୟ ପୁରା କେକ୍ ଚାରିପାଖରେ ରଖାଯାଇଥିଲା । ସନ୍ନି ଦେଓଲ୍ ଫ୍ୟାନ୍ସଙ୍କ ସହ ଏବଂ ମିଡିଆଙ୍କ ଉପସ୍ଥିତିରେ ଜୁହୁଙ୍କ ଘରେ କେକ୍ କାଟିଥିଲେ ଧର୍ମେନ୍ଦ୍ର । ତେବେ ଏହି ସମୟରେ ତାଙ୍କ ବାପାଙ୍କ ପ୍ରତି ଫ୍ୟାନ୍ସଙ୍କ ଭଲପାଇବା ଦେଖି ସନ୍ନି ଦେଓଲ ଭାବପ୍ରବଣ ହୋଇଥିଲେ । ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସନ୍ନି ଦେଓଲଙ୍କ ବାପାଙ୍କ କେକ୍ କାଟିବା ସମୟରେ ରୁମାଲରେ ଲୁହ ପୋଛୁଥିବାର ନଜର ଆସିଛନ୍ତି ।

ପୂର୍ବରୁ ସନ୍ନି ଦେଓଲ, ବବି ଦେଓଲ ଏବଂ ଇଶା ଦେଓଲ ବାପାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିବା ବେଳେ ବର୍ତ୍ତମାନ ହେମା ମାଲିନୀ ମଧ୍ୟ ସ୍ବାମୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଏକ୍ସରେ ହେମା ମାଲିନୀ ଏକ ପୋଷ୍ଟ ସେୟାର କରି ଧର୍ମେନ୍ଦ୍ରଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, 'ମୋର ଅନେକ ବର୍ଷର ମୋର ପ୍ରିୟ ଜୀବନ ସାଥୀକୁ ଏକ ସୁସ୍ଥ ଏବଂ ଆନନ୍ଦଦାୟକ ଜନ୍ମଦିନର ଶୁଭେଚ୍ଛା । ତୁମେ ସର୍ବଦା ସୁସ୍ଥ ରୁହ । ଭଗବାନ ଆଶୀର୍ବାଦ ସର୍ବଦା ତୁମ ସହ ରହୁ । ମୁଁ ଆଶା କରେ ତୁମେ ମୋ ପାଇଁ କେତେ ସ୍ୱତନ୍ତ୍ର ତାହା ତୁମେ ଦେଖିପାରୁଥିବ । ହାପି ବର୍ଥ ଡେ ମାଇ ଲଭ୍ ।'

ଏହା ମଧ୍ୟ ପଢନ୍ତୁ: ୫୧ ଟଙ୍କାରେ କ୍ୟାରିଅର ଆରମ୍ଭ କରିଥିଲେ ଧର୍ମେନ୍ଦ୍ର, ଆଜି ଏତେ କୋଟିର ମାଲିକ

​ଧର୍ମେନ୍ଦ୍ର ଏବଂ ହେମା ମାଲିନିଙ୍କ ବିଷୟରେ କହିବାକୁ ଗଲେ ଏହି ଯୋଡି ବଲିଉଡର ସବୁଠାରୁ ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ । 1980ରେ ଏହି ଦମ୍ପତି ବିବାହ କରିଥିଲେ ଏବଂ ଶୋଲେ, ବ୍ଲାକମେଲ, ସୀତା ଏବଂ ଗୀତା ଭଳି ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି । ହେମା ମାଲିନୀ ଧର୍ମେନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ । ଅଭିନେତାଙ୍କ ପ୍ରଥମ ବିବାହ ପ୍ରକାଶ କୌରଙ୍କ ସହ ହୋଇଥିଲା । ସନ୍ନି ଦେଓଲ ଏବଂ ବବି ଦେଓଲ ଧର୍ମେନ୍ଦ୍ର ଏବଂ ତାଙ୍କର ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କ ସନ୍ତାନ । ତାଙ୍କର ଦୁଇ ଭଉଣୀ ମଧ୍ୟ ଅଛନ୍ତି, ଯେଉଁମାନେ ଲାଇମଲାଇଟ୍ ଠାରୁ ଦୂରରେ ରୁହନ୍ତି । ଏଥିସହିତ ଇଶା ଦେଓଲ ଏବଂ ଆହାନା ଦେଓଲ ଧର୍ମେନ୍ଦ୍ର-ହେମା ମାଲିନିଙ୍କ ଝିଅ ଅଟନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.